ଶିକ୍ଷାର ନୂଆ ନୀତି ଆତଙ୍କବାଦ , ପେସା ଡାକ୍ତରୀ ର କିନ୍ତୁ କାମ ଆତଙ୍କବାଦିର , ଜୈସ ସହିତ ରହିଛି ଗଭୀର ଲିଙ୍କ , ପାଠ ରୋଗୀଙ୍କ ସେବା କିନ୍ତୁ ଉଦେଶ୍ୟ ନିରୀହ ଲୋକଙ୍କ ଜୀବନ ନେବା , ଲୋକ ଦେଖାଣିଆ ପାଇଁ ଡାକ୍ତରୀ ପେସା ଭିତିରି ଉଦେଶ୍ୟ ଭୟଙ୍କର , ଅଲ – ଫଲ୍ହା ମେଡିକାଲ ବିଶ୍ୱବିଦ୍ୟାଳୟ ହେଉଛି ନୂଆ ଆତଙ୍କୀ ଆଡା l
କିଛି ଏହିଭଳି ରହିଛି ଦିଲ୍ଲୀ ଲାଲ କିଲା ବ୍ଲାଷ୍ଟ l ଯେତେ ଯେତେ ସମୟ ଗଡୁଛି ସେତେ ନୂଆ ତଥ୍ୟ ସାମ୍ନାକୁ ଆସୁଛି , ଫରିଦବାଦ ର ଅଲ – ଫାଲ୍ହା ବିଶ୍ୱବିଦ୍ୟାଳୟ ରେ ଚାଲିଛି ଯାଞ୍ଚ l ଟେଲିଗ୍ରାମ ଗ୍ରୁପ ଦ୍ୱାରା ଯୋଡି ହୋଇଥିଲେ ଆତଙ୍କୀ ଡାକ୍ତର , ରଚିଥିଲେ ରାଜଧାନୀ ଦିଲ୍ଲୀ ବ୍ଲାଷ୍ଟ ର ଷଡଯନ୍ତ୍ର ର l
ବର୍ତମାନ ଯାଞ୍ଚ ଦ୍ୱାରା ଏହି ଆତଙ୍କୀ ଡାକ୍ତରଙ୍କ ଚେର ଖୁବ ଲମ୍ବି ରହିଛି ବୋଲି ତାହା ତ ସ୍ପଷ୍ଟ ହୋଇଛି l ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୈଠକ ଜାରି ରହିଛି , ଏବଂ ଏହି ବୈଠକ ରେ ସ୍ଥିର ହୋଇଛି ଯେ NIA କରିବ ଦିଲ୍ଲୀ ବ୍ଲାଷ୍ଟ ର ଯାଞ୍ଚ l ଏହି ବୈଠକ ରେ NIA DG ଥିଲେ ଉପସ୍ଥିତ l
ମହିଳା ଡାକ୍ତର ସାହିନ୍ ଙ୍କ ଘରେ ପହଁଚିଛି ATS ଟିମ l ଫରିଦାବାଦ ମଡ୍ୟୁଲସ ସହିତ ସାହିଁନ ଙ୍କ ର ରହିଛି ସମ୍ପୃକ୍ତି l ଅଧିକ ତଥ୍ୟ ପାଇଁ ଜାରି ରହିଛି ଯାଞ୍ଚ l ସାହୀନ ଡାକ୍ତରୀ ପାଠ ଆଲ୍ହାବାଦ ରୁ ଗ୍ରହଣ କରିଥିଲେ l ପୂର୍ବରୁ ସାହୀନ ଙ୍କ କାର ରୁ ଗୋଟିଏ ଏକେ 47 ରାଇଫଳ ଜବତ ହୋଇଥିଲା l ଦିଲ୍ଲୀ ବ୍ଲାଷ୍ଟ ରେ ଅଧିକ ମାତ୍ରାରେ ଅମୋନିଆ ନାଇଟ୍ରେଟ ର ବ୍ୟବହାର ହୋଇଥିଲା ବୋଲି ପ୍ରାଥମିକ ଯାଞ୍ଚ ରୁ ଜଣା ପଡିଛି l ଯେଉଁଥିରୁ ଜଣା ପଡୁଛି ଯେ ଏଥିରେ ଫରିଦବାଦ ଲିଙ୍କ ରହିଛି , କହିଁକି ନା ପୂର୍ବରୁ ଭାରି ମାତ୍ରାରେ ଫରିଦାବାଦ ରୁ ଅମୋନିଆ ନାଇଟ୍ରେଟ୍ ଜବତ୍ ହୋଇଥିଲା l
