ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦ୍ୱାରା ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ମେଗା ଶିବିର ଆୟୋଜନ
• ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର (ଡିଏଲସି) ଦାଖଲ କରିବାରେ ସହଜ ପଦକ୍ଷେପ
ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୁନିଶ୍ଚିତ କରିବା ପାଇଁ, ରେଳମଣ୍ଡଳ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନଗୁଡ଼ିକରେ ବ୍ୟାନର ଏବଂ ସୂଚନା ପ୍ରଦର୍ଶନ ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମ ଗ୍ରହଣ କରିଥିଲାବେଳେ ସେମାନଙ୍କ ସୂଚନା ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିଥିଲା । ପଲାସା, ବ୍ରହ୍ମପୁର, ବାଲୁଗାଁ ଏବଂ ପୁରୀରେ ଚାରିଟି ଡିଏଲସି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇସାରିଛି ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଆଗାମୀ ମେଗା ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ଶିବିରଗୁଡ଼ିକ ମଧ୍ୟରେ 13 ନଭେମ୍ବର 2025ରେ ଖୋର୍ଦ୍ଧା ରୋଡ୍ ମୁଖ୍ୟାଳୟ (ଟ୍ରାଫିକ୍ କଲୋନି କଲ୍ୟାଣ ମଣ୍ଡପ) ଠାରେ ସ୍ୱାସ୍ଥ୍ୟ ଶିବିର ସହିତ ଆୟୋଜିତ ହେବାକୁ ଥିବାବେଳେ 15 ନଭେମ୍ବର 2025ରେ ଭୁବନେଶ୍ୱର (ଷ୍ଟେସନ୍), 17 ନଭେମ୍ବର 2025ରେ କଟକ ରେଳ ଇନସ୍ଟିଚ୍ୟୁଟ, 19 ନଭେମ୍ବର 2025ରେ କେନ୍ଦୁଝରଗଡ଼ ରେଳ ଷ୍ଟେସନ, 20 ନଭେମ୍ବର 2025ରେ ଅନୁଗୁଳ (ଇଲେକ୍ଟ୍ରିକ୍ ଲୋକୋ ସେଡ୍ ମିଟିଂ ହଲ୍), 24 ନଭେମ୍ବର 2025ରେ ତାଳଚେର ରେଳ ଷ୍ଟେସନ, 27 ନଭେମ୍ବର 2025ରେ ଭଦ୍ରକ ରେଳ ଷ୍ଟେସନ ଏବଂ 28 ନଭେମ୍ବର 2025ରେ ପାରାଦୀପ (ଏରିଆ ମ୍ୟାନେଜର ବିଲଡିଂ)ରେ ଏହି ମେଗା ଶିବିର ଆୟୋଜନ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।
ଖୋର୍ଦ୍ଦା ରୋଡ୍ ରେଳମଣ୍ଡଳ ସମସ୍ତ ସମ୍ପୃକ୍ତ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସମୟସୀମାରେ ଦାଖଲ କରିବା ପାଇଁ ଏହି ଶିବିରଗୁଡ଼ିକର ସୁବିଧା ନିଅନ୍ତୁ ଯାହା ଦ୍ଵାରା ନିରବଚ୍ଛିନ୍ନ ପେନସନ ବଣ୍ଟନ ସୁନିଶ୍ଚିତ ହୋଇପାରିବ ।
