ବାଲି ଯାତ୍ରା ପାଇଁ କଟକ ରେଳ ଷ୍ଟେସନରେ ଅତିରିକ୍ତ ଟିକେଟ କାଉଣ୍ଟର ଏବଂ ବର୍ଦ୍ଧିତ ଯାତ୍ରୀ ସୁବିଧା
• ଯାତ୍ରୀ ମାନଙ୍କ ପାଇଁ ପୂର୍ବତଟ ରେଳପଥ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରୁଛି
ବାଲି ଯାତ୍ରା ମହୋତ୍ସବ ସମୟରେ କଟକ ଆସୁଥିବା ବହୁ ସଂଖ୍ୟକ ଯାତ୍ରୀ ମାନଙ୍କୁ ସୁବିଧା ଯୋଗାଇବା ପାଇଁ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସୁଗମ ଟିକେଟିଂ ବ୍ୟବସ୍ଥା, ଯାତ୍ରୀ ସୁବିଧା ଏବଂ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି ।
ଅତିରିକ୍ତ ଟିକେଟ କାଉଣ୍ଟର:
ବାଲି ଯାତ୍ରା ସମୟରେ ମାତ୍ରାଧିକ ଯାତ୍ରୀ ଭିଡ଼କୁ ପରିଚାଳନା କରିବା ପାଇଁ କଟକ ରେଳ ଷ୍ଟେସନରେ ଅତିରିକ୍ତ ଟିକେଟ ବୁକିଂ କାଉଣ୍ଟର ଖୋଲାଯାଇଛି ଏବଂ ହଠାତ୍ ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ପାଇଁ ଏଟିଭିଏମ (ATVM) ରୁ ଟିକେଟ୍ ପାଇବାରେ ସାହାଯ୍ୟ କରିବା ପାଇଁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ଯାତ୍ରୀମାନଙ୍କୁ ସହାୟତା କରିବା ଏବଂ ଦ୍ରୁତ ଟିକେଟ୍ ସେବା ସୁନିଶ୍ଚିତ କରିବା ପାଇଁ ବାଣିଜ୍ୟ ବିଭାଗ ତରଫରୁ ପର୍ଯ୍ୟାପ୍ତ ମାନବସମ୍ବଳ ନିୟୋଜିତ କରାଯାଇଛି ।
ଭିଡ଼ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା:
ଯାତ୍ରୀଙ୍କ ନିରାପତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରେଳ ସୁରକ୍ଷା ବଳ କୁ ସତର୍କ ରଖାଯାଇଛି । କଟକ ଷ୍ଟେସନ ଏବଂ ଏହାର ଆଖପାଖ ପରିସରରେ ନିରନ୍ତର ଭିଡ଼ ତଦାରଖ ଏବଂ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି । ସୁଗମ ଯାତ୍ରୀ ଭିଡ଼ ଗତିବିଧି ପାଇଁ ଯାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ସହାୟତା କରିବା ପାଇଁ ବାଣିଜ୍ୟିକ ବିଭାଗରୁ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ବାଲି ଯାତ୍ରା ସମୟରେ ଏକ ସୁରକ୍ଷିତ ଏବଂ ସୁଖଦ ଯାତ୍ରା ଅଭିଜ୍ଞତା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସମସ୍ତ ଯାତ୍ରୀଙ୍କୁ ରେଳ କର୍ମଚାରୀ ଓ ଅଧିକାରୀମାନଙ୍କୁ ସହଯୋଗ କରିବା ଏବଂ ଷ୍ଟେସନ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଉଅଛି ।