ଗରୁଡ଼ ପୁରାଣ ଅନୁସାରେ ଏହି ସଂସାର ରେ ଜନ୍ମ ନେଉଥିବା ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ, ଏହା ଗୋଟିଏ ଏଭଳି ସତ୍ୟ ଯାହାକୁ ଏଡାଇ ପାରିବା ନାହିଁ, ଯେପରି ଜୀବନ ବଂଚିବାର ଅଲଗା ଅଲଗା ଉପାୟ ରହିଥାଏ ସେହିଭଳି ମୃତ୍ୟୁର ଅଲଗା ଅଲଗା ପ୍ରକାର ରହିଥାଏ, କିଛି ଲୋକ ଦୀର୍ଘାୟୁ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଆଉକିଛି ଲୋକ ଅଳ୍ପ ଅୟୁରେ ମୃତ୍ୟୁବରଣ କରିଥାଆନ୍ତି l କିଏ ଗମ୍ଭୀର ରୋଗରେ ମୃତ୍ୟୁବରଣ କରିଥାଏ ତ ଆଉକିଏ ଆତ୍ମହତ୍ୟାର ଶିକାର ହୋଇଥାଏ l
ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଗରୁଡ଼ ପୁରାଣ ରେ ଜନ୍ମ, ମୃତ୍ୟୁ ଏବଂ ମୃତ୍ୟୁ ପାଶ୍ଚାତ ଆତ୍ମା ର ସ୍ଥିତି ର ଗଭୀର ବର୍ଣନା ମିଳିଛି, ଗରୁଡ଼ ପୁରାଣରେ ଏହାର ଗୂଢ଼ ରହସ୍ୟ କୁ ବୁଝା ଯାଇଛି, ତେଣୁ ଆଜି ଜାଣିବା ଅକାଳ ମୃତ୍ୟୁ ଦ୍ୱାରା ଆତ୍ମା ସହିତ କଣ ହୋଇଥାଏ ଆଜି ଜାଣିବା l
ଅକାଳ ମୃତ୍ୟୁ କଣ ?
ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ମୃତ୍ୟୁ ସମୟ ପୂର୍ବରୁ ହୋଇଥାଏ, ତାହାକୁ ଅକାଳ ମୃତ୍ୟୁ ବୋଲି କୁହାଯାଇଥାଏ , ଯେପରି ହତ୍ୟାର ଶିକାର, ଆତ୍ମହତ୍ୟା, ଵିଷ ସେବନ, ଫାସୀ , ପୋଡି ହୋଇ, ସର୍ପ ଦଂଶନ, ପାଣିରେ ବୁଡି, କିମ୍ବା ଗାଡି ମାଡ଼ିଯିବା ଦ୍ୱାରା ହୋଇଥାଏ ତେବେ ଏହାକୁ ଅକାଳ ମୃତ୍ୟୁ କୁହାଯାଇଥାଏ l ଏଥିରେ ଆତ୍ମହତ୍ୟା କୁ ସବୁଠୁ ବଡ଼ ପାପ ଭାବରେ ଗ୍ରହଣ କରାଯାଏ, ଏହା ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଜୀବନ ର ଅପମାନ ବୋଲି କୁହାଯାଇ ଥାଏ l
ଅକାଳ ମୃତ୍ୟୁ ର କାରଣ –
ଶାସ୍ତ୍ର ଅନୁସାରେ ଜନ୍ମ ଓ ମୃତ୍ୟୁ ର ନିର୍ଧାରଣ ବ୍ୟକ୍ତିର କର୍ମ ଉପରେ ନିର୍ଧାରିତ ଅଟେ, ଯେଉଁ ବ୍ୟକ୍ତି ପାପ , ଅଧର୍ମ, ଅତ୍ୟାଚାର , ନାରୀ ଙ୍କ ଶୋଷଣ, ଛଳନା ଏବଂ କପଟ, ଭ୍ରଷ୍ଟାଚାର ଏବଂ କୁକର୍ମ ରେ ଲିପ୍ତ ରହିଥାଏ ସେ ନିଜ କର୍ମ କାରଣରୁ ଅସମୟ ମୃତ୍ୟୁର ଶିକାର ହୋଇଥାଏ l
ଅକାଳ ମୃତ୍ୟୁ ପରେ ଆତ୍ମା ର ଦଶା –
ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯେଉଁ ମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ ସେମାନଙ୍କ ଆତ୍ମା ଅତୃପ୍ତ ରହିଥାଏ, ଏଭଳି ଆତ୍ମାଙ୍କୁ ନା ସ୍ୱର୍ଗ ମିଳିଥାଏ ନା ନର୍କ ? ଏଭଳି ଆତ୍ମା କେବଳ ଏହି ପୃଥିବୀ ପୃଷ୍ଠରେ ଅତୃପ୍ତ ହୋଇ ବିଚରଣ କରନ୍ତି l ତେଣୁ ବନ୍ଧୁ ପରିଜନ ଏଭଳି ଆତ୍ମାଙ୍କର ଶୁଦ୍ଧି କ୍ରିୟା ସଠିକ ଭାବରେ କରିବା ଜରୁରୀ ହୋଇଥାଏ l