Odisha news

ସୋସିଆଲ ମିଡ଼ିଆ X ରେ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତୀ ଙ୍କ ଅଜବ-ଗଜବ ବୟାନ ଭାଇରଲ

0

ବଲିଉଡ ଜଗତରେ ଯେତେବେଳେ କୌଣସି କଳାକାର ମୁହଁ ଖୋଲିଥାଏ, ତାକୁ ସମସ୍ତେ ଚଳଚିତ୍ରର ଡାଇଲଗ ଭାବି ଶୁଣନ୍ତିନାହିଁ , କିନ୍ତୁ ବର୍ତମାନ ଯେଉଁ ଶବ୍ଦ ବାହାରିଛି ତାହା କେବଳ ଚାନ୍ଦିନୀ ଚୌକ ର ଚାଟ ଭଳି ଚଟପଟା  ନୁହେଁ , ବରଂ ନାଲି ଲଙ୍କା ଭଳି ଖୁବ ରାଗୁଆ ମଧ୍ୟ, ହଁ ଆଜ୍ଞା ଆମେ କହୁଚୁ ରାଜ୍ୟସଭା ସାଂସଦ ଓ ଡିସ୍କୋ ଡ୍ୟାନ୍ସର  ମିଥୁନ ଚକ୍ରବର୍ତୀ ଙ୍କ ବିଷୟରେ, ମିଥୁନ ଚକ୍ରବର୍ତୀ ଙ୍କର ମିଡ଼ିଆ କୁ ଦେଇଥିବା ଗୋଟିଏ ବୟାନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯାହାର ତୁଳନା ଲୋକେ ବଲିଉଡ କ୍ଳlଇମ୍ୟାକ୍ସ ଫାଇଟ ସହିତ କରିଛନ୍ତି l

ମିଥୁନ ଡା ଙ୍କର ପାକିସ୍ତାନ କୁ ଦେଲେ ଅଦ୍ଭୁତ ଧମକ –
ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତୀ ଙ୍କର ଗୋଟିଏ ବୟାନ ସୋସିଆଲ ମିଡ଼ିଆ ରେ ନିଆଁ କୁହୁଳିଲା ଭଳି ଭାଇରଲ ହେଉଛି, ଗୋଟିଏ ସାକ୍ଷାତକାର ରେ ସେ ପାକିସ୍ତାନ କୁ ନେଇ କହିଛନ୍ତି ଯେ ପାକିସ୍ତାନ ଲୋକେ ଖୁବ ଭଲ ଏବଂ ସେ ଯୁଦ୍ଧ ଚାହାନ୍ତି ନାହିଁ, କିନ୍ତୁ ଯଦି ପାକିସ୍ତାନ ପିପୁଲସ୍ ପାର୍ଟି ର ଚେୟାରମ୍ୟାନ ବିଲାବାଲ ଭୁଟୋ ଫାଲତୁ କଥା କହିବେ, ତେବେ ଆମ ମୁଣ୍ଡ ଗରମ ହୋଇଯିବ, ଏବଂ ଆଉ ଗୋଟିଏ ବ୍ରହ୍ମୋସ ଆକ୍ରମଣ ହେବ, କେବଳ ଏତିକି ନୁହେଁ, ପାକିସ୍ତାନ ରେ ଭାରତ ଗୋଟିଏ ଡ୍ୟାମ ତିଆରି କରିବ, ଏବଂ ୧୪୦ କୋଟି ଭାରତୀୟ ସେଥିରେ ପରିସ୍ରା କରିବେ ଏବଂ ପରେ ସେହି ଡ୍ୟାମ ର ପାଣି ପାକିସ୍ତାକୁ ଛଡ଼ାଯିବ ଏବଂ ଭାରତରେ ସୁନାମୀ ଆସିଯିବ l

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନଙ୍କର ବିଭିନ୍ନ ପ୍ରକାରର ମତ ପ୍ଲାଟଫର୍ମ ରେ ସେୟାର କରିଛନ୍ତି, ଲୋକେ ଖୁବ ଏହି ଭିଡିଓ କୁ ଲାଇକ କରିଛନ୍ତି, ଜଣେ ଲେଖିଛନ୍ତି ମିଥୁନ ଦା ପାକିସ୍ତାନ ରେ ବନ୍ୟା କଲାପରେ  ଯାଇ ମାନିବେ, ଆଉଜଣେ ଲେଖିଛି ଯେ ଭାଇ କିଛି କଲେ ହିଁ ଆମେ ଜାଣିବୁ, ଏମିତି ଗପିଲେ କଣ ହେବ ? ଆଉଜଣେ ୟୁଜର ଲେଖିଛି ମିଥୁନ ଦା ଏଇଟା ରିଅଲ ଲାଇଫ ଫିଲ୍ମ ନୁହେଁ l

Leave A Reply