ନୂଆଦିଲ୍ଲୀ : ଆଜିକାଲି ଚଳଚିତ୍ରରେ ଇଣ୍ଟିମେଟ ସିନ ଓ କିସିଙ୍ଗ ସିନ ହେବା ଗୋଟିଏ ସାଧାରଣ କଥା ହୋଇଯାଇଛି l ଏହା କହିବା ଭୁଲ ହେବ ନାହିଁ ଯେ ବିନା କିସିଙ୍ଗ ସିନ ରେ ଚଳଚିତ୍ର ସମ୍ଭବ ନୁହେଁ l କିନ୍ତୁ ଆପଣ କଁ ଜାଣିଛନ୍ତି ଭାରତୀୟ ଚଳଚିତ୍ର ଜଗତରେ କିସିଙ୍ଗ ସିନ ଅର୍ଥାତ ଲିପଲକ କେବେଠାରୁ ଆରମ୍ଭ ହେଲା ? କଁ ଆପଣ ସେହି ପ୍ରଥମ ହିନ୍ଦୀ ଚଳଚିତ୍ରର ନାମ ଜାଣିଛନ୍ତି ଯେଉଁଥିରେ ଲିପଲକ ହୋଇଥିଲା l ଆସନ୍ତୁ ଆଜ୍ଞା ଏହି ବିଷୟରେ ଜାଣିବା l
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଥମ ଚଳଚିତ୍ର ଯେଉଁଥିରେ ଚୁମ୍ବନ ଦୃଶ୍ୟ ଦେଖା ଯାଇଥିଲା ତାହା ଦେଶ ସ୍ୱାଧୀନତା ପୂର୍ବରୁ ସୁଟିଂ ହୋଇଥିଲା l ସେହି ସମୟରେ ଚୁମ୍ବନ ଦୃଶ୍ୟ ତ ଦୂରର କଥା ରୋମାଣ୍ଟିକ ସିନ ମଧ୍ୟ ହେଉ ନଥିଲା l କିନ୍ତୁ ସେହି ସମୟରେ ଏଭଳି ଗୋଟିଏ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ଲିପଲକ ସିନ ସୁଟିଂ ହୋଇଥିଲା l ସେହି ଚଳଚିତ୍ରର ନାମ ହେଉଛି କର୍ମା ଥିଲା ଏବଂ ଏହା ୧୯୩୩ ରେ ରିଲିଜ ହୋଇଥିଲା l ଯେଉଁଥିରେ ମୁଖ୍ୟ ଭୂମିକାରେ ଦେବୀକା ରାନୀ ଓ ହିମାଂଶୁ ରାୟ ମୁଖ୍ୟ ଭୂମିକାରେ ଥିଲେ l
ପଦ୍ମ ଶ୍ରୀ ଓ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ଦେବୀକା ରାନୀ ସେହି ସମୟର ପ୍ରସିଧ ଅଭିନେତ୍ରୀ ଥିଲେ l ୧୯୩୦ – ୧୯୪୦ ଦଶକ ରେ ଏହି ଅଭିନେତ୍ରୀ ଙ୍କ ପ୍ରଦର୍ଶନ ହୃଦୟ ସ୍ପର୍ଶୀ ଥିଲା l ଦଶାହ ୧୯୩୩ ରେ ରିଲିଜ ହୋଇଥିବା ଚଳଚିତ୍ର କର୍ମା ରେ ଦେବୀକା ରାନୀ ହିମାଂଶୁ ରାୟ ଙ୍କ ସହିତ ଦୀର୍ଘ ୪ ମିନିଟ ଧରି ଚୁମ୍ବନ ଦୃଶ୍ୟ ପ୍ରଦର୍ଶନ କରିଥିଲେ l ଏହି ସିନ ରେ ହିମାଂଶୁ ଙ୍କୁ ସାପ କାମୁଡି ଦେଇଥିଲା ଓ ସେ ବେହୋସ ହୋଇ ଯାଇଥିଲେ l ଏହି ସମୟ ରେ ଦେବୀକା ତାଙ୍କୁ ବାରମ୍ବାର ଚୁମ୍ବନ କରିଥିଲେ l
ବିଶେଷ କଥାଟି ହେଲା ଏହି ଚଳଚିତ୍ର ପୂର୍ବରୁ ହିମାଂଶୁ ଓ ଦେବୀକା ବିବାହ ବନ୍ଧନ ରେ ପ୍ରକୃତ ଜୀବନ ରେ ଆବଦ୍ଧ ହୋଇ ସାରିଥିଲେ l ଏହାର ଅର୍ଥ ଚଳଚିତ୍ର କର୍ମା ରେ ଦେବୀକା ଆଉ କାହା ସହିତ ନୁହେଁ, ନିଜ ସ୍ୱାମୀଙ୍କ ସହିତ ଚୁମ୍ବନ ଦୃଶ୍ୟ କରିଥିଲେ l ଏହି ଚଳଚିତ୍ରରେ ହିମାଂଶୁ ରାୟ ଜଣେ କଳାକାର ସହିତ ଜଣେ ମେକର ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ l