Odisha news

ବଡପୋଲ ନିକଟରେ  ଅଜଗର ସାପ ଉଦ୍ଧାର।                         

0

ନୂଆପଡ଼ା-୨୫/୫ (ସୁରେନ୍ଦ୍ର ତିୱାରୀ) ଆଜି ଖଡିଆଳ ବ୍ଲକ ଅନ୍ତର୍ଗତ ବଡପୋଲ ନିକଟ ଉମାକାନ୍ତ ରାଉତଙ୍କ ଘର ପାଖ ରୁ ଅଜଗର ସାପ ଉଦ୍ଧାର କରିଛନ୍ତି ବନ ବିଭାଗ। ଆଜି ଶ୍ରୀ ରାଉତ ଙ୍କ ଜମିରେ ଧାନ ଫସଲ   କଟା ଯାଉଥିବା ବେଳେ  ଅଜଗର ସାପ ତାଙ୍କ ଜମି ନିକଟରେ ଦେଖା ଯାଇଥିଲା।  ଉଦ୍ଧାର ଦଳ ଆସିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପରିବାର ଜଗି ରହିଥିଲେ। ବନ୍ ବିଭାଗ ପକ୍ଷ ରୁ ସାପ କୁ ଉଦ୍ଧାର କରିବାକୁ ଆସିଥିଲେ। ସାପ ର ଲମ୍ବ ୧୧  ଫୁଟ ହୋଇଥିବା ବେଳେ ୭ କେଜି ରୁ ଉର୍ଦ୍ଧ ହେବ। ଉଦ୍ଧାର ଅଜଗର ସାପକୁ ନେଇ ବନ୍ ବିଭାଗ  ନିକଟସ୍ଥ ଜଙ୍ଗଳ ରେ  ଛାଡ଼ିବାକୁ ନେଇଛନ୍ତି।

Leave A Reply