ଭାଇଙ୍କ କହିବା ମୁତାବକ ଏକାଧିକ ମହିଳାଙ୍କ ସହିତ ଥିଲା ଲବ ଙ୍କ ସମ୍ପର୍କ , ଲବ ହାଁସଦା ଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ , ଭାଇଙ୍କ ଅଭିଯୋଗ ପରେ ଆକ୍ସନ ମୋଡ଼ ରେ ବେଙ୍ଗାଳୁରୁ ପୋଲିସ, କେଉଁଠି ଅଛନ୍ତି ଲବ ହାଁସଦା ?
ଓଡିଶାରୁ ନେଇ କର୍ଣ୍ଣାଟକ ପର୍ଯ୍ୟନ୍ତ ଚାଲିଛି ଲବ ଙ୍କ ଖୋଳତାଡ଼, କାହିଁକି ବିବାଦ ଘେରକୁ ପଶିଲେ ଲବ ହାଁସଦା, ଯଦି ପ୍ରେମ କରୁଥିଲେ ଧୋକା କାହିଁକି ଦେଲେ , ସତରେ କଣ ଲବ ହାଁସଦା ଙ୍କର ଏକାଧିକ ମହିଳାଙ୍କ ସହିତ ରହିଛି ସମ୍ପର୍କ, ସାଧାରଣ ପରିବାରରୁ ଆସିଥିବା ଲବ ହାଁସଦା ଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ, ସୂଚନା ମୁତାବକ ବର୍ତମାନ ଭଦ୍ରକ ରେ ରହି ଆସୁଥିଲେ ଲବ l ହୋଟେଲ ବଏ ରୁ ଵନିଯାଇଥିଲେ ୟୁଟ୍ୟୁବର ବ୍ଲଗର ଲବ ହାଁସଦା , ଦେଶ ବିଦେଶ ବୁଲି ଓଡ଼ିଆ ଭାଷାରେ ବ୍ଲଗ ତିଆରି କରୁଥିବା ଆପଣ ମାନେ ଦେଖିଥିବେ, କେବଳ ଓଡିଶା ନୁହେଁ ଦେଶ ବିଦେଶ ରେ ମଧ୍ୟ ଲବ ଥିଲେ ପରିଚିତ l ମିଠା ମିଠା କଥା କହି ଦର୍ଶକଙ୍କୁ ଅକ୍ରୁସ୍ତ କରୁଥିବା ଏହି ବ୍ଲଗର ଜଣଙ୍କ କିଭଳି ଏପରି କାମ କରିପାରିଲେ l
ଲବ ହାଁସଦା ଦେଶ ବିଦେଶ ବୁଲି ବିଭିନ୍ନ ତଥ୍ୟ ନିଜ ଫ୍ୟାନ ମାନଙ୍କୁ ଦେଉଥିଲେ, ଏବଂ ଖୁବ କମ ଦିନ ମଧ୍ୟରେ ଲୋକ ପ୍ରିୟତା ଲାଭ କରିଥିଲେ, ସେ ଯେବେ ଓଡିଶା ଆସୁଥିଲେ ଭୁବନେଶ୍ୱର ବିମାନ ବନ୍ଦରରେ ଫ୍ୟାନ ମାନଙ୍କ ଭିଡ଼ ଲାଗି ଯାଉଥିଲା, କିଏ ତାଙ୍କ ସହିତ ସେଲଫି ନେଉଥିଲା ତ କିଏ ଗୋଟିଏ ଝଲକ ପାଇ ପଦିଏ କଥା ହେବାକୁ ଅପେକ୍ଷା କରୁଥିଲା l
ଲବ ହାଁସଦା ଙ୍କ କଥା କହିବା ଶୈଳୀ ଓ ଭିଡିଓ କରିବା ଶୈଳୀ ବେଶ ଲୋକ ପ୍ରିୟତା ହାସଲ କରିଥିଲା, ସତରେ କଣ ବାନ୍ଧବୀ ଷୋଲାମୀ ଙ୍କ ମୃତ୍ୟୁ ପାଇଁ ଲବ ହାଁସଦା ଦାୟୀ ନା ଏହା ପଛରେ ରହିଛି ଆଉ କିଛି କାରଣ କର୍ଣାଟନ ପୋଲିସ ତଦନ୍ତ ଜାରି ରଖିଛି, ଏବଂ ତଦନ୍ତ ପରେ ସବୁ ଗୁମର ଧୀରେ ଧୀରେ ଖୋଲିବ l