୧୮ ମେ କୁ ନେଇ ପାକିସ୍ତାନ ରେ ହଲଚଲ ! ବଢୁଛି ମିଛୁଆ ପାକିସ୍ତାନର ଚିନ୍ତା , ଭୁଲି ପାରୁନାହିଁ ଭାରତର ବ୍ରହ୍ମୋସ ମିସାଇଲ ମାଡ଼
ମେ ୧୮ ରେ ଭାରତ ପାକିସ୍ତାନ ମଧ୍ୟରେ ରହିଥିବା ଯୁଦ୍ଧ ବିରତି ର ସମାପ୍ତ ହୋଇଯିବ l ଯାହାକୁ ନେଇ ବଢ଼ିଲା ପାକିସ୍ତାନ ର ଚିନ୍ତା ଏବଂ ପାକିସ୍ତାନ ରେ ବଢିଗଲା ହଲଚଲ , ହେବ କି ସିଜ ଫାୟାର ର ଉଲଙ୍ଘନ , ପାକିସ୍ତାନ ର ଧୀରେ ଧୀରେ ବଢୁଛି ଚିନ୍ତା l ଭାରତର ଅପରେସନ ସିନ୍ଦୁର୍ ରେ ଘାଇଲା ହୋଇଥିବା ପାକିସ୍ତାନର ଏବେ ହଜିଛି ନିଦ l ଭାରତ ଅପରେସନ ସିନ୍ଦୁର କରି ସାରିବା ପରେ ଦୋହଲି ଯାଇଥିଲା ସାରା ବିଶ୍ୱ ଏବଂ ପାକିସ୍ତାନ ର ଆତଙ୍କୀ ଖେଳ ସମାପ୍ତ ହେଉଥିବାର ଦେଖି ସେ ହଡବଡ ହୋଇ ଯାଇଥିଲା ଏବଂ ଭାରତ ଉପରେ ପାଲଟା ଆକ୍ରମଣ କରି କ୍ଷତିର ସମୁଖୀନ ହୋଇଥିଲା l
ଏବେ ମଧ୍ୟ ଚାଲିଛି ଅପରେସନ ସିନ୍ଦୁର, ନଚେତ ଜାମୁ କାଶ୍ମୀର ରେ ଚାଲି ନଥାଆନ୍ତା ଆତଙ୍କବାଦୀ ଆଡା ଉପରେ ଆକ୍ରମଣ ଓ ଆତଙ୍କବାଦୀ ଙ୍କୁ ହତ୍ୟା l ବର୍ତମାନ ଭାରତୀୟ ସେନା ଖୋଜି ଖୋଜି ମାରୁଚି ଆତଙ୍କବାଦୀ ଙ୍କୁ l ଏହାକୁ ଦେଖି ଥରୁଛି ପାକିସ୍ତାନ , କାହିଁକିନା ଭାରତ ବାରମ୍ବାର କହି ଆସୁଛି ସରିନାହିଁ ଅପରେସନ ସିନ୍ଦୁର l ଯାହାକୁ ନେଇ ଧାର୍ଯ୍ୟ ହୋଇଥିବା ମେ ୧୮ ତାରିଖ ପର୍ଯ୍ୟନ୍ତ ସିଜ-ଫାୟାର କୁ ନେଇ ଚିନ୍ତାରେ ରହିଛି ପାକିସ୍ତାନ l ସେ ଭୁଲି ପାରୁନାହିଁ ଅପରେସନ ସିନ୍ଦୁର ରେ ଭାରତୀୟ ସେନାର ଧୂଆଁ ଧାର ଆକ୍ରମଣ କୁ l
ଗୋଟିଏ ପଟରେ ଭାରତ କହି ସାରିଛି ବର୍ତମାନ ଯଦି କୌଣସି ବିଷୟକୁ ନେଇ ପାକିସ୍ତାନ ସହିତ କଥା ହେବ ତାହା ହେଉଛି ପିଓକେ ଓ ଆତଙ୍କବାଦ l ପାକିସ୍ତାନ ମନରେ ଭୟ ପଶିଚି କାଳେ ଭାରତ ଛଡାଇ ନେବ ପିଓକେ ଏବଂ ଭାରତ ର ଦଖଲରେ ପିଓକେ ଆସିବା ପରେ କଣ ରହିବ ପାକିସ୍ତାନ ର ଅସ୍ତିତ୍ବ ?
ମଇ ୧୮ ତାରିଖ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ମଧ୍ୟରେ ସିଜ-ଫାୟାର ରହିଛି, କିନ୍ତୁ ମେ ୧୮ ପରେ ଉଭୟ ଦେଶ ମଧ୍ୟରେ କେଉଁ ସ୍ଥିତି ରହିବ ତାହାକୁ ନେଇ ରହିଛି ସାରା ବିଶ୍ୱର ନଜର, ଭାରତର ମିସାଇଲ ମାଡ଼ରେ ପୁଣି ଥରି ଉଠିବ କି ପାକିସ୍ତାନ ? ନା ଭାରତ ସହିତ ସନ୍ଧି କରିବାକୁ ବାଧ୍ୟ ପାକିସ୍ତାନ ?
କାଙ୍ଗାଳ ପାକିସ୍ତାନ ନିଜ ଦେଶରେ ଗୃହ ଯୁଦ୍ଧର ଶିକାର ହୋଇ ହରାଇ ସାରିଛି ବଲୁଚିସ୍ତାନ , ନିଜ ଦେଶରେ ଲୋକଙ୍କୁ ଖାଇବାକୁ ଗଣ୍ଡାଏ ଦେଇ ପାରୁନଥିବା ଆତଙ୍କବାଦ ଉପରେ ଖର୍ଚ୍ଚ କରୁଛି ପଇସା l ବାଲୁଁଚ ମାନେ ନିଜକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇ ସାରିଲେଣି ଯାହା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ x ରେ ବାଲୁଁଚ ନେତା ମୀର ୟାର ଦେଇଛନ୍ତି ସନ୍ଦେଶ l