Odisha news

ସଡ଼କ ଦୁର୍ଘଟଣା ରେ ଦୁଇ ଗୁରୁତର

0
ନୂଆପଡ଼ା -୨୨/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗ୍ରାମ ନିକଟ କୋମନା – ବଲାଙ୍ଗୀର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ରେ ଦୁଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣା ପଡିଛି.। ଖରିଆର ଥାନା ଅନ୍ତର୍ଗତ ସୁନାମୁଦୀ ଗ୍ରାମର କୁନା ଶବର ଓ ଆକାଶ ଶବର ନାମକ ଦୁଇ ଯୁବକ ମଟର ସାଇକେଲ ଯୋଗେ ଲାଠୁର ପଟେ ଯାଉଥିବାବେଳେ ରାସ୍ତା କଡ ରେ ଥିବା କଂକ୍ରିଟ ବିଦ୍ୟୁତଖୁଣ୍ଟ କୁ ଜୋର ରେ ଧକ୍କା ଦେବାଫଳରେ ବିଦ୍ୟୁତ ଖୁଣ୍ଟ ଟି ୨ଖଣ୍ଡ ହୋଇ ଭାଙ୍ଗି ଯିବାରୁ ଜଣକ ଉପରେ ପଡିଯାଇଥିଲା ଓ ଅନ୍ୟ ଜଣକ ବାଇକ ରୁ ଛିଟିକି ପଡିଯାଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସେମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ପରବର୍ତ୍ତୀ ଉତ୍ତମ ଚିକିତ୍ସା ପାଇଁ ନୂଆପଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦିଆଯାଇଥିବା ଜଣାପଡିଛି।।
Leave A Reply