Odisha news

ଯୁବକ ର ଉନ୍ମତ୍ତ କାଣ୍ଡ : ଗୋଭରା ଗ୍ରାମ ଅଶାନ୍ତ।                                   

0

ନୂଆପଡ଼ା -୧୦/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ଟାନୱାଟ ପଞ୍ଚାୟତ ଗୋଭରା ଗ୍ରାମ ରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ କରି ଆତଙ୍କ ସୃଷ୍ଟି କରୁଥିବା ରୁ ଗ୍ରାମ ର ମାଁ ଭଉଣୀ ରାସ୍ତା ରେ ଚାଲିବା ମୁସ୍କିଲ ହୋଇ ପଡ଼ିଛି।  ଆଜି ଶତାଧିକ ମହିଳା ପୁରୁଷ ଜିଲ୍ଲାପାଳ ଙ୍କ ନିକଟ ରେ ଫେରାଦ ହୋଇଛନ୍ତି। ଗ୍ରାମବାସୀ ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ରାଜେନ୍ଦ୍ର ରାଉତ(୩୮) ନାମକ ଜନୈକ ଗ୍ରାମର ଅସାମାଜିକ ଯୁବକ ବିଭିନ୍ନ ଲୋକଙ୍କୁ ଅଜଥା ରେ ଧାରୁଆ ଅସ୍ତ୍ର ଧରି  ମାଡପିଟ କରିବା,ମହିଳା ମାନଙ୍କୁ ଦେଖିଲେ ଗୋଡାଇବା, ତାଙ୍କ ନିତ୍ୟକର୍ମ ଯିବା ସମୟ ରେ ଛକି ରହି ହଇରାଣ କରିବା, ଏଭଳି ଘଟଣା ଫଳରେ କୁନି କୁନି ଶିଶୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଯିବାକୁ ଭୟ କରୁଛନ୍ତି। ଯୁବକ ର ମାଡ ରେ ଗ୍ରାମ ର ଅନେକ ଲୋକ ଘାଇଲା ହୋଇ ବିଭିନ୍ନ ସମୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯୁବକ ର ଆନ୍ତଙ୍କ ରେ ଆତଙ୍କିତ ଗ୍ରାମବାସୀ ଡର ରେ ଥାନା କୁ ଏତଲା ଦେଇନାହାନ୍ତି। ଏ ଭଳି ଘଟଣା ଦୈନନ୍ଦିନ ରେ ପରିଣତ ହେବାପରେ ଗ୍ରାମବାସୀ ସାହସ କରି ଏକଯୁଟ ହୋଇ ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ମାଝି, ଭରତ ରାଉତ, ଆଦିବାସି ନେତା ଭକ୍ତବନ୍ଧୁ ଧରୁଆ ଓ ଈଶ୍ୱର ନାଏକ ଙ୍କ ନେତୃତ୍ଵ ରେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ଲିଖିତ ଅଭିଯୋଗ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଉକ୍ତ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ର ଦୁଇ ଜଣ ଶିକ୍ଷକଙ୍କୁ ମଧ୍ୟ ରାଜେନ୍ଦ୍ର ଆକ୍ରମଣ କରି ମାଡ ପିଟ କରିଛି,ଏ ସଂପର୍କ ରେ ଥାନ ରେ ଶିକ୍ଷକ ଦ୍ବୟ ରିପୋର୍ଟ କରିଥିଲେ ହେଁ ବର୍ତ୍ତମାନ୍ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗ୍ରାମ ବାସୀଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳ ମଧୁସୁଦନ ଦାଶ ଗୁରୁତର ସହ ବିଚାର କରି ଉପରୋକ୍ତ ଯୁବକ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଆଶ୍ୱସ୍ତିଲାଭ କରିଛନ୍ତି।

Govt
Leave A Reply