Odisha news

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି  ବୈଠକ  

0
ନୂଆପଡ଼ା- ୮/୧(ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ସଭାପତିତ୍ବରେ  ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି  ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ – ଭୀମସେନ ଶବର , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ – ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ -ଯୋଗେନ୍ଦ୍ର ମାଝୀ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲା ସୂଚନା ଓ ଲୋକ  ସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଦାଶ ଏହି ଜିଲ୍ଲାସ୍ତରୀୟ ଜାତୀୟ ଦିବସକୁ ସରସ ସୁନ୍ଦର ତଥା ଗାରୀମାମୟ ହିସାବରେ ପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇ ପ୍ରସ୍ତୁତିର ପ୍ରତିଟି ବିନ୍ଦୁ ଉପରେ ଆଲୋଚନା କରିଥିଲେ  ।  ବୈଠକର ନିଷ୍ପତି ଅନୁଯାୟୀ ସାଧାରଣତନ୍ତ୍ର ଦିବସରେ  ରାମଧୁନ ପ୍ରଭାତଫେରି  ସହିତ ସମସ୍ତ ଅନୁଷ୍ଠାନ ମାନଙ୍କରେ ସକାଳ ଘ ୭ ରୁ ୮ ଘଣ୍ଟା ସମୟରେ  ଜାତୀୟ ପତାକା ଉତ୍ତୋଳନ ହେବ । ଉତ୍ସବର ମୁଖ୍ୟ ଅତିଥି,  ମହାତ୍ମା ଗାନ୍ଧୀ  ଏବଂ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସକାଳ ୯ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ  କରିବେ । ମିଳିତ ପ୍ୟାରେଡରେ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଟୃପ ଭାଗ ନେବେ ଏବଂ ବିଭିନ୍ନ ଦଳ ସାଂସ୍କୃତିକ  କାର୍ଯକ୍ରମ ପରିବେଷଣ କରିବେ । ପ୍ୟାରେଡ  ପଡିଆରେ ବିଭିନ୍ନ ସରକାରୀ ବିଭାଗ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବେ। ଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ବାରା ସ୍ଥାନୀୟ ନେସନାଲ ହାଇସ୍କୁଲରେ ଦେଶାତ୍ମବୋଧକ ସଙ୍ଗୀତ , ଓଡିଆ ଓ ଇଂରାଜୀ ତର୍କ ପ୍ରତିଯୋଗୀତା ଏବଂ କୁଇଜ କ୍ଲବ ଦ୍ବାରା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ଆବୃତି ଆସର ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର  ଦିବସ ଦିନ ସ୍ଥାନୀୟ  ମୁଖ୍ୟ ଡାକ୍ତରଖାନାରେ  ଆମ ଓଡ଼ିଶା ଓ ସମ୍ବାଦ , ସ୍ବାସ୍ଥ୍ୟ ବିଭାଗ ଏବଂ ସମସ୍ତ ସରକାରୀ ବିଭାଗ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି  ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ ,ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ , ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟି ସଦସ୍ୟ ଏବଂ ଗଣ ମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l
Leave A Reply