ବିୟର ଦୁନିଆର ସବୁଠୁ ପୁରୁଣା ଓ ସବୁଠୁ ଅଧିକ ସେବନ କରାଯାଉ ଥିବା ଡ୍ରିଂକ୍ସ ମଧ୍ୟରୁ ଗୋଟିଏ ଅଟେ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ କେବେ କେବେ ଥଣ୍ଡା ବିୟର ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟା ହୋଇନଥାଏ l କିନ୍ତୁ ନିୟମିତ ଭାବରେ ବିୟର ସେବନ କରିବା ଦ୍ୱାରା ଶରୀର ଉପରେ ଅନେକ ସମସ୍ୟା ଦେଖାଯାଇ ଥାଏ l ଯଦି କୌଣସି ବ୍ୟକ୍ତି ୨୧ ଦିନ ପର୍ଯ୍ୟନ୍ତ ଲଗାତାର ବିୟର ସେବନ କରି ଥାଆନ୍ତି ତେବେ ଏହା ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ l
– ନିୟମିତ ବିୟର ସେବନ କରିବା ଦ୍ୱାରା ଏହାର ପ୍ରଭାବ ଓଜନ ବୃଦ୍ଧି ଉପରେ ପଡିଥାଏ, କାହିଁକିନା ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ, ଯାହାଦ୍ୱାରା ପେଟର ଚାରି ପାର୍ଶ୍ୱରେ ଚର୍ବି ଜମି ଯାଇଥାଏ l
– ବିୟର ଅଧିକ ସେବନ ଦ୍ୱାରା ଫ୍ୟାଟି ଲିଭର, ଆଲକୋହଲିକ ହେପାଟାଇଟିସ ଓ ଷୋରିଆସିସ ଭଳି ଲିଭର ଜନିତ ରୋଗ ବିକଶିତ ହେବାର ବିପଦ ଅଧିକ ବଢ଼ିଯାଇ ଥାଏ l
– ୨୧ ଦିନ ପର୍ଯ୍ୟନ୍ତ ଲଗାତାର ବିୟର ପିଇବା ଦ୍ୱାରା ଡି -ହାଇଡ୍ରେସନ ସମସ୍ୟା ହୋଇଥାଏ, ପରିସ୍ରା ଅଧିକ ହୋଇଥାଏ ଯେଉଁ କାରଣରୁ ଶରୀରରେ ଜଳୀୟ ଅଶ ହ୍ରାସ ହୋଇଥାଏ l
– ବିୟର ଶରୀରର ପୋଷକତତ୍ୱ ଅବସୋସଣ ରେ ବାଧା ସୃଷ୍ଟି କରିଥାଏ, ଯାହାଦ୍ୱାରା ଭିଟାମିନ ବି 12 ର କମି ଭଳି ସମସ୍ୟା ଉପୁଜିଥାଏ l
– ଲଗାତାର ବିୟର ସେବନ ଦ୍ୱାରା ହୃଦୟ ରୋଗ ସମ୍ବଧିତ ସମସ୍ୟା ହୋଇଥାଏ, କାର୍ଡିଓମେୟୋପାଥି ଓ ଷ୍ଟ୍ରୋକ ଭଳି ସମସ୍ୟା ହୋଇଥାଏ l
– ଅଧିକ ମାତ୍ରାରେ ବିୟର ସେବନ ଦ୍ୱାରା ସ୍ଲୀପିଙ୍ଗ ସାଇକିଲ ଡିଷ୍ଟର୍ବ ହୋଇଥାଏ, ଯାହାଦ୍ୱାରା ଥକାପଣ ଓ ଅନିଦ୍ରା ସମସ୍ୟା ଦେଖାଯାଇ ଥାଏ l
– ନିୟମିତ ଭାବରେ ପ୍ରତ୍ୟେକ ଦିନ ବିୟର ସେବନ ଦ୍ୱାରା ଆପଣ ଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ଏହାଦ୍ୱାରା ଡିପ୍ରେସନ ଓ ଚିନ୍ତା ଭଳି ସମସ୍ୟା ଦେଖା ଯାଇଥାଏ l
