ଯଦି ଆପଣ ମିଠା ଖାଇବା ବଦଳରେ ସଫ୍ଟ ଡ୍ରିଂକ୍ସ ସେବନ କରିବା ଠିକ ଅଟେ, ତେବେ ଏହି ଖବର ଆପଣଙ୍କ ପାଇଁ ଗୋଟିଏ ବଡ଼ ଆଲର୍ଟ ଅଟେ, ସ୍ୱିଡ଼େନ ରେ ୭୦ ହଜାର ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ କରାଯାଇଥିବା ଗବେଷଣା ଅନୁସାରେ କୁହାଯାଇଛି ଯେ ଲଗାତାର ସଫ୍ଟ ଡ୍ରିଂକ୍ସ ସେବନ ଦ୍ୱାରା ହାର୍ଟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ, ଏହାଦ୍ୱାରା ଷ୍ଟ୍ରୋକ, ହାର୍ଟ ଫେଲିଓର , ଅନିୟମିତତା ଭାବରେ ହାର୍ଟ ର ବିଟ ବଢି ଯାଇଥାଏ l
ସ୍ୱିଡ଼େନ ରେ କରାଯାଇଥିବା ଗବେଷଣା ଅନୁସାରେ ସଫ୍ଟ ଡ୍ରିଂକ୍ସ, ସୁଗାର ଡ୍ରିଂକ୍ସ, ଜାମ କିମ୍ବା ମହୁ ଭଳି ଟପିଙ୍ଗ ଓ ପେଷ୍ଟ୍ରି , କ୍ୟାଣ୍ଡି କିମ୍ବା ଆଇସକ୍ରିମ ଭଳି ମିଠା ଜିନିଷ ସେବନ କରୁଥିବା ବ୍ୟକ୍ତି ୨୬ ହଜାର ବ୍ୟକ୍ତି ହାର୍ଟ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହେଉଛନ୍ତି l
ସଫ୍ଟ ଡ୍ରିଂକ୍ସ କାହିଁକି କ୍ଷତିକାରକ ?
ସଫ୍ଟ ଡ୍ରିଂକ୍ସ ରେ କନ୍ସନଟ୍ରେଡ଼ ଚିନି ହୋଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ, ଜର୍ମାନୀ, ଆମେରିକା ଭଳି ଦେଶରେ ସଫ୍ଟ ଡ୍ରିଂକ୍ସ କୁ ନେଇ ଅନେକ ଅଧୟନ କରାଯାଇଛି, ଏବଂ ଯେଉଁଥିରେ ଦର୍ଶା ଯାଇଛି ଯେ ସଫ୍ଟ ଡ୍ରିଂକ୍ସ ସେବନ ଦ୍ୱାରା ରକ୍ତରେ ଇନ୍ସୁଲିନ ସ୍ତର ବୃଦ୍ଧି ହୋଇଥାଏ, ଏହି ପ୍ରକ୍ରିୟା ଶରୀର ରେ ଧମନୀ ଓ ଶିରା ପ୍ରଶୀରା କୁ କ୍ଷତି କରାଇଥାଏ, ଯାହାଦ୍ୱାରା ହାର୍ଟ ଆଟାକ ଓ ଷ୍ଟ୍ରୋକ ର ବିପଦ ଅଧିକ ବୃଦ୍ଧି ହୋଇଥାଏ l ଏବଂ ସଫ୍ଟ ଡ୍ରିଂକ୍ସ ସେବନ ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ, ଯାହାଦ୍ୱାରା ହାଇ ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରଲ ସମସ୍ୟା ବୃଦ୍ଧି ହୋଇଥାଏ l
ଯଦି ଆପଣ ନିୟମିତ ଖାଇବା ସମୟ ରେ ଯଦି ଆପଣ ଖାଦ୍ୟ ସହିତ ସଫ୍ଟ ଡ୍ରିଂକ୍ସ ସେବନ କରୁଛନ୍ତି ତେବେ ଏହା ଖାଦ୍ୟ ର ମାନ କୁ ନଷ୍ଟ କରି ଦେଇଥାଏ, ଏବଂ ଏହି ଖାଦ୍ୟ ଶରୀର ର ଗ୍ରନ୍ଥି କୁ ମଧ୍ୟ ଭାରାକ୍ରାନ୍ତ କରି ଦେଇଥାଏ l ଏବଂ ବିଭିନ୍ନ ଶାରୀରିକ ସମସ୍ୟା ର କାରଣ ହୋଇଥାଏ l