ନୂଆପଡା ୨୪/୧୨(ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସଦରମହକୁମା ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ନ୍ୟାସନାଲ ମହାବିଦ୍ୟାଳୟ ସଭାଗୃହରେ ନେହେରୁ ଯୁବକେନ୍ଦ୍ର ନୂଆପଡା ତରଫରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦଯାପନୀ ର୍ଯ୍ୟାୟରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ବିଭିନ୍ନ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନୂଆପଡା ବାର ଏସୋସିଏସନ ସଭାପତି ପ୍ରସନ୍ନ କୁମାର ପାଢୀ ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ ନେହେରୁ ଯୁବକେନ୍ଦ୍ର ଅଧିକାରୀ ପ୍ରସନ୍ନ ମେହେର ନ୍ୟାସନାଲ ମହାବିଦ୍ୟାଳୟ ଅଧ୍ୟକ୍ଷ ହିତେଶ କୁମାର ସାହୁ ଅବସର ପ୍ରାପ୍ତ ଅଧ୍ୟାପକ ଦୁର୍ଲଭ ଚରଣ ବେହେରା ପ୍ରମୁଖ ଅତିଥି ରୂପେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଯୁବ ଶକ୍ତିର ସଶକ୍ତିକରଣ ଦେଶର ପ୍ରଗତି ବୋଲି ନିଜ ଅଭିଭାଷଣରେ ଯୁକ୍ତି ବାଢି ଉପସ୍ଥିତ ଯୁବ ପ୍ରତିଯୋଗୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଏହି ଅବସରରେ ଶହେରୁ ଉର୍ଦ୍ଧ ରକ୍ତଦାନ କରିଥିବା ଜଣେ ଶିକ୍ଷକ କିଶୋର ପରିଡାଙ୍କୁ ସମ୍ମାନୀତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ପରିବେଷଣରେ ଉଭୟ ନିମନ୍ତ୍ରିତ ଅତିଥି ତଥା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଭରପୁର ମନୋରଞ୍ଜନ କରିଥିଲେ। ଶିକ୍ଷକ ଶଙ୍କର୍ଷଣ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ର ମୁକେଶ ପାଣ୍ଡେ ତଥା ତାଙ୍କର ସହଯୋଗୀ ସହଯୋଗ କରିଥିଲେ।