ଆଜି ହେଉଛି ଡିସେମ୍ବର ମାସ ୨୫ ତାରିଖ, ଆଜିର ଦିନଟି ଈସାଈ ଧର୍ମର ଗୋଟିଏ ମହତ୍ଵପୁର୍ଣ ଦିନ ଅଟେ, ଡିସେମ୍ବର ୨୫ ତାରିଖ ଆସିବା ମାତ୍ରକେ ସମସ୍ତ ଗୀର୍ଜା ଘର ସାଜସଜ୍ଜା ହୋଇଥାଏ, ଏବଂ ବଡ଼ଦିନ ଟିକୁ କେବଳ ଈସାଈ ଧର୍ମ ନୁହେଁ ସମସ୍ତ ଧର୍ମ ର ଲୋକ ଆନନ୍ଦ ଏବଂ ହର୍ଷ ଉଲ୍ଲାସ ରେ ପାଳନ କରି ଥାଆନ୍ତି l କିନ୍ତୁ ଏହି ଦିନଟିକୁ ପାଳନ ପ୍ରତ୍ୟେକ ଈସାଈ ଧର୍ମାବଲମ୍ବୀ ଗୋଟିଏ ଦିନରେ କରନ୍ତି ନାହିଁ, ଏହା ପଛରେ ରହିଛି କିଛିଟା ରୋଚକ କଥା l
– କଣ ସେହି ରୋଚକ କଥା –
– ରୁଷ, ୟୁକ୍ରେନ, ଏବଂ ରୋମାନିଆ ଭଳି ଦେଶରେ ଜାନୁଆରୀ ୭ ତାରିଖରେ ଖ୍ରୀଷ୍ଟମାସ ପାଳନ ହୋଇଥାଏ l କିନ୍ତୁ ଏହିସବୁ ସ୍ଥାନରେ ଅର୍ଥଡ଼କ୍ସ ଈସାଈ ଦୀର୍ଘଦିନ ରୁ ବସବାସ କରି ଆସୁଛନ୍ତି l
– କ୍ରିସମାଶ ଗୋଟିଏ ଈସାଈ ପର୍ବ ଅଟେ, ଯାହାକି ଇଷା ମସି ଙ୍କ ଜନ୍ମ ଉତ୍ସବ ଅଟେ, ଏହି ପର୍ବ ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ ହୋଇଥାଏ, ଯାହା ରୋମାନ କ୍ୟାଥୋଲିକ ଚର୍ଚ୍ଚ ଦ୍ୱାରା ଯୀଶୁ ଙ୍କ ଜନ୍ମଦିନ ଭାବରେ ପାଳନ କରାଯାଇଥାଏ l
– କ୍ରିସମାସ ନାମ ପୁରୁଣା ଇଂରାଜୀ ଶବ୍ଦ, ଖ୍ରାଏଷ୍ଟ ମାଷେଶ ରୁ ଆସିଥାଏ, ଯାହାର ଅର୍ଥ କ୍ରlଇଷ୍ଟ ର ମାସ କିନ୍ତୁ Xmas କଣ ଅଟେ ? ଅନେକ ଲୋକ ଚିନ୍ତା କରିଥାଆନ୍ତି, ଏବଂ ଗ୍ରୀକ ଶବ୍ଦ Xpiotac ର ପ୍ରଥମ ଅକ୍ଷର l
– ନରୱେ ରୁ ଗୋଟିଏ ବିଶେଷ କ୍ରିସମାସ ଟ୍ରି ଟ୍ରି ଲଣ୍ଡନ ଉପହାର ଭାବରେ ପଠାଯାଇ ଥାଏ, ଏହା ୨୦ ମିଟର ଉଚ୍ଚ ବିଶିଷ୍ଟ ଗଛ ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ ବ୍ରିଟେନ ଦ୍ୱାରା ନରୱେ ପକ୍ଷରୁ ଏହା ଉପହାର ଅଟେ l
– ଆମେ ସମସ୍ତେ ଜିଙ୍ଗଲ ବେଲ ଗୀତଟିକୁ ପସନ୍ଦ କରିଥାଉ, କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଗୀତାରେ କ୍ରିସମାଶ , ଏହି ଗୀତ ଟି କ୍ରିସମାସ ର ଗୀତ ନଥିଲା, ଏହି ଗୀତ ଟି ବିଶେଷ ଭାବରେ ଆମେରିକା ଧନ୍ୟବାଦ ଦିବସ ଭାବରେ ଲେଖା ଯାଇଥିଲା l