ଭଦ୍ରକ-ଧାମରା ରେଳପଥରେ ଏସପିଙ୍କ ତଦନ୍ତ : କୋଇଲା ଚୋରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଲେ ନିଦେ୍ର୍ଦଶ(ଫଟୋ-ଯାଇଛି)
ତିହିଡି, ୨୭.୧୧(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଧାମରା ରେଳପଥରେ ଟ୍ରେନରୁ କୋଇଲା ଚୋରିକୁ ନେଇ ବାରମ୍ବାର ହେଉଥିବା ଅଭିଯୋଗ ଉପରେ ଭଦ୍ରକ ଏସପି ସନ୍ଦୀପ ସମ୍ପଦ ମଡକର ବୁଧବାର ଦିନ ତଦନ୍ତ କରିଛନ୍ତି । ଏହି ମର୍ମରେ କୋଇଲା ଚୋରି ଓ ଚୋରା କୋଇଲା ଚାଲାଣ ଉପରେ ଦୃଢ ପଦକ୍ଷେପ ନେବାକୁ ସେ ତିହିଡି ଓ ପୀରହାଟ ପୋଲିସକୁ ନିଦେ୍ର୍ଦଶ ଦେଇଛନ୍ତି । ଏହାକୁ ବନ୍ଦ କରିବା ଲାଗି ରାତି ପେଟ୍ରୋଲିଂକୁ କଡାକଡି କରିବାକୁ ସେ ପୋଲିସ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ରେଳପଥ ପାଶ୍ୱର୍ରେ ପଡିଥିବା କୋଇଲାକୁ ଜବତ୍ କରିବା ସହିତ ଗାଁଗଣ୍ଡାରେ ମହଜୁଦ୍ ଥିବା କୋଇଲାକୁ ମଧ୍ୟ ଜବତ୍ କରିବାକୁ ଏସପି ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ବେଆଇନ୍ ଭାବେ ହେଉଥିବା ଗୋରୁ ·ଲାଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି ଏସପି ମଡକର । ବୁଧବାର ମଧ୍ୟାହ୍ନରେ ଏସପି ଶ୍ରୀ ମଡକର ତିହିଡି ଗସ୍ତରେ ଆସି ଆଇଆଇସି ପ୍ରସନ୍ନ କୁମାର ନାୟକ ଓ ଅନ୍ୟ ମାନଙ୍କ ସହିତ ନନ୍ଦପୁର ଓ ଜିଝାରପୁର ପାଳିଆ ଆଦି ଅଞ୍ଚଳର ରେଳଧାରଣା ପାଶ୍ୱର୍ ବୁଲି ଦେଖିଥିଲେ । ଏହି ସମୟରେ ଧାନ ବିଲରୁ ୩ଟି ହୁକ ଉଦ୍ଧାର କରାଯାଇଛି । ଅପରାହ୍ନରେ ଆଇଆଇସି ଶ୍ରୀ ନାୟକଙ୍କ ନେତୃତ୍ନରେ କୋହ୍ଲ ଦାସସାହିର ବିଜୟ ବାରିକଙ୍କ ଘରୁ ୮୮ ବସ୍ତା ଚୋରା କୋଇଲା ଜବତ୍ କରାଯାଇଛି । ଏଥିନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ରେଳପଥରେ ଲଗାତର ଭାବେ କୋଇଲା ଚୋରି ହେଉଥିବା ବେଳେ ଏଥିରେ ସଂପୃକ୍ତ କୋଇଲା ଚୋର ମାନେ ଅତ୍ୟନ୍ତ ବେପରୁଆ ଭାବେ ଓ ପୋଲିସ ଆଖିରେ ଧୂଳି ଦେଇ ଏହି କାରବାର ଚଳାଇ ଆସୁଛନ୍ତି । ଏମାନେ ଯୋଜନାବଦ୍ଧ ଭାବେ ଚଳନ୍ତା ଟ୍ରେନରୁ କୋଇଲା କାଢି ଏହାକୁ ଚୋରା ଚାଲାଣ କରି ବେଶ ରୋଜଗାର କରୁଛନ୍ତି । ସେହିପରି ଭଦ୍ରକ-ଚାନ୍ଦବାଲି ରାସ୍ତାରେ ମଧ୍ୟ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ନିୟମିତ ଭାବେ କରାଯାଉଛି । କେତେକ କ୍ଷେତ୍ରରେ ପୋଲିସ ଏମାନଙ୍କୁ ଧରିବାକୁ ସକ୍ଷମ ହେଉଥିବା ବେଳେ ଅନେକ ସମୟରେ ଏମାନେ ପୋଲିସକୁ ଚକମା ଦେଖାଇ ଖସି ଯାଉଛନ୍ତି । ତିହିଡି ଓ ପୀରହାଟ ପୋଲିସ ଏଭଳି ବେଆଇନ କାରବାରକୁ ରୋକିବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ।