Odisha news

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୮ତମ କିସ୍ତି ପ୍ରଦାନ

0
ବେତନଟୀ :  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷକଙ୍କଖାତାକୁ ପିଏମ କିଷାନ ଯୋଜନାରେ ୧୮ତମ କିସ୍ତି ପ୍ରଦାନ ଅବସରରେ  ବେତନଟୀ ବ୍ଲକ କୃଷି କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ବେତନଟୀ ବ୍ଲକ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତବିଜୁଳିଙ୍କ ସମେତ ଭାଜପାର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ପରିଡା, ଉଦ୍ୟାନକୃଷି ଅଧିକାରିଣୀ ମଧୁସ୍ମିତା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ ଅନଲାଇନରେ ଆବେଦନ କରିଥିବା ବେତନଟୀ ବ୍ଲକର କୃଷକ ମାନଙ୍କ ଖାତାକୁ ପିଏମ କିଷାନ ସହାୟତା ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ୍ଵ ଭାଇ ଓ ଭଉଣୀ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହାୟକ କୃଷି ଅଧିକାରୀ ବିଜୟ କୁମାର ନାୟକ , ସୁମିତ୍ରା ହାଁସଦା , କୃଷି ଅଧୀଦର୍ଶକ ଅରୁଣ କୁମାର ମହାପାତ୍ର, ହିମାଂଶୁ ଦାସ ଅଧିକାରୀ , ପ୍ରିୟମ୍ବଦା ଧଳ , ଗ୍ରାମ୍ୟ କୃଷି ଅଧିକାରୀ ଅଭୟ କୁମାର ସାହୁ ,ସିପ୍ରା ପଣ୍ଡା , ଚନ୍ଦ୍ରକଳା ମଢେଇ , ସିତାଞ୍ଜଳୀ ପାତ୍ର , ଯଶୋଦା ମାଝୀ , ନିରୁପମା ନାୟକ , ପବିତ୍ରମୋହନ ବେହେରା , ଦେବାଶିଷ ନାୟକ , ଲୁଥି ମାରାନ୍ତି , ଭକ୍ତ ମାରାଣ୍ଡି ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ବ୍ଲକ କୃଷି ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
Ad2
Leave A Reply