Odisha news

ଠାକୁରମୁଣ୍ଡା କୁଡୁମୀ ସଂଗଠନ ର ବୈଠକ         

0

ଠାକୁରମୁଣ୍ଡା – ୬/୧୦ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶଡିହା ଗ୍ରାମପଞ୍ଚାୟତର ପୁରୁଣାପାଣି ଲଷ୍ମୀ ମଣ୍ଡପ ରେ ଠାକୁର ମୁଣ୍ଡା କୁଡୁମି ସଂଗଠନ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଗ୍ରାମ ର ଭଦ୍ରୁ ମହାନ୍ତ ସଭାପତିତ୍ୱରେ ବୈଠକ ରେ ଭାଗିରଥି ମହାନ୍ତ, ଗିରିଶ ମହାନ୍ତ,ନରହରି ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ହଟିଆ ମହାନ୍ତ, ପଦ୍ମ ମହାନ୍ତ, ଲଷ୍ମୀଧର  ମହାନ୍ତ, ଯୁଧିଠିର ମହାନ୍ତ, ସନ୍ତୋଷ ମହାନ୍ତ, ପରେଶ ମହାନ୍ତ, ମନମୋହନ ମହନ୍ତ, ଭକ୍ତବନ୍ଧୁ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କୁଡୁମି ଜାତିର ଭାଷା, ସଂକୃତି, ପରମ୍ପରା, ଅଧିକାର ଆଦି ଉପରେ ଆଲୋଚନା କରିଥିଲେ ।ଏହି ବୈଠକ ରେ କୁଡୁମି ଜାତିର ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ଥିଲେ ।  ବୈଠକ କାର୍ଯ୍ୟକ୍ରମ କୁ ରାଧାଶ୍ୟାମ ମହାନ୍ତ  ପରିଚାଳନା କରିଥିଲେ ।ଶେଷରେ ଉପେନ୍ଦ୍ର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Ad2
Leave A Reply