Odisha news

ବାବା ଭୈରବlନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟର ୪୯ତମ ପ୍ରତିଷ୍ଠା ଉତ୍ସବ , ରାଜ୍ୟର ସବୁ ମହାବିନାୟକରେ ଶୈକ୍ଷିକ ବାତାବରଣର ଉନ୍ନତି ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ

0
ଚଣ୍ଡିଖୋଲ  :  ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣକୁ ଉନ୍ନତ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଓ ନିତି ଆଦର୍ଶପୂର୍ଣ୍ଣ ଶିକ୍ଷା ପ୍ରଦାନ କରାଯିବା ଉପରେ ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତବ୍ୟକ୍ତ କରିଛନ୍ତି!  ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଚଣ୍ଡିଖୋଲ ସ୍ଥିତ ବାବ ଭୈରବlନନ୍ଦ ସ୍ଵଂୟ ଶାସିତ ମହାବିଦ୍ୟାଳୟର ୪୯ତମ ପ୍ରତିଷ୍ଠା ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସୂରଜ ଆଧ୍ୟାତ୍ମିକ ପୃଷ୍ଠଭୂମିରେ ପ୍ରତିଷ୍ଠିତ ଚଣ୍ଡିଖୋଲ କଲେଜର ପ୍ରାକୃତିକ ଓ ମନୋରମ ପରିବେଶର ଭୂୟଷି ପ୍ରଶଂସା କରିଥିଲେ! ଇତ୍ୟବସରରେ ଆଗାମୀ ଏକ ବର୍ଷ ମଧ୍ୟରେ ଶହେ ସଜ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ସାଙ୍ଗକୁ ଖେଳପଡିଆର ଉନ୍ନତିକରଣ ଓ କଲେଜର ସାମଗ୍ରୀକ ବିକାଶ ପାଇଁ ପ୍ରତିସୃତି ଦେଇଥିଲେ! କଲେଜ୍ ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମାରବର ଦାସ ଶିକ୍ଷା ଏକ ଜୀବନ ବ୍ୟାପୀ ସାଧନା ! ଶିକ୍ଷା ଲାଭ କେବଳ ଅର୍ଥ ଉପାର୍ଜନ ମାଧ୍ୟମ ନ ହୋଇ ସମାଜର ସାମଗ୍ରିକ ବିକାଶ ପାଇଁ  ଧେୟ ହେବା ଉଚିତ ବୋଲି କହିଥିଲେ! ସମ୍ମାନିତ ଅତିଥି ଭାବେ ବଡଚଣା ବିଧାୟକ ଅମରକୁମାର ନାୟକ ଯୋଗଦେଇ କଲେଜର ଛାତ୍ରୀ ନିବାସ ଓ ଖେଳ ପଡିଆର ଉନ୍ନତି ସହିତ ସେଣ୍ଟ୍ରାଲ ଲାଇବ୍ରେରୀ ନିର୍ମାଣ ଏବଂ କଲେଜକୁ ଏକ ଆଦର୍ଶ କଲେଜରେ ପରିଣତ କରିବା ସହିତ ଶିକ୍ଷା,ସ୍ଵାସ୍ଥ୍ୟ ଗମନl ଗମନ କ୍ଷେତ୍ରରେ ବଡଚଣାକୁ ଏକ ବିକଶିତ କ୍ଷେତ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ !  ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ଡକ୍ଟର୍ ରବୀନ୍ଦ୍ରନାରାୟଣ ବେହେରା ଶିକ୍ଷାର ଏନ୍ତୁଡ଼ିଶାଳ ହେଉଛି ଭାରତ, ଉଚ୍ଚ ବୈଶୟୀକ ଶିକ୍ଷାକୁ ପ୍ରୟୋଗ କରି ଭାରତରେ ପୁରାତନ ଶିକ୍ଷା ,ସଂସ୍କୃତି ,ଐତିହ୍ୟ ଓ ପରମ୍ପରାକୁ ପ୍ରଚାର ପ୍ରସାର ଦିଗରେ ଛାତ୍ର ଛାତ୍ରୀ ମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ ! ପୁରାତନ ଛାତ୍ର ସଂସଦ ସଭାପତି ପବିତ୍ର ମୋହନ ମାହାଲା, ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବରାଜ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ! ପ୍ରାରମ୍ଭରେ ଅତିଥି ମାନେ କଲେଜ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଛାତ୍ର ନିବାସର ଉଦ୍ଘାଟନ, ବୃକ୍ଷ ରୋପଣ, ପୁରାତନ ଛାତ୍ର ସଙ୍ଘ କାର୍ଯ୍ୟଳୟ ଉଦ୍ଘାଟନ, ଓ ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିଥିଲେ ! ଏହି ଅବସରରେ ଅତିଥିମାନେ କଲେଜର ବାର୍ଷିକ କ୍ୟାଲେଣ୍ଡର ଓ ମୁଖପତ୍ର ଶୈଳଜlକୁ ଉନ୍ମୋଚନ କରିଥିଲେ ! ଇତିହାସ ବିଭାଗର ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଉତ୍ସବକୁ ସଂଯୋଜନା କରିଥିଲେ !  ଇତ୍ୟବସରରେ ଉଦୟନାଥ ସ୍ମାରକି ପକ୍ଷରୁ କଲେଜର ଶ୍ରେଷ୍ଠ ଗ୍ରାଜୁଏଟ ଭାବେ ଯୁକ୍ତ ତିନ ବିଜ୍ଞାନ ଶ୍ରେଣୀର ପ୍ରିୟଙ୍କା କର ଓ ଯୁକ୍ତ ଦୁଇ ସ୍ତରର ବିଜ୍ଞାନ ଛାତ୍ର ଲିକୁନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଯୁକ୍ତ ଦୁଇ କଳାରେ ଦେବାଶିଷ ସାହୁ ଓ ବାଣିଜ୍ୟରେ ଯlଜ୍ଞସୋରି ସାହୁଙ୍କୁ ଓ ଯୁକ୍ତ ତିନ କଳା ଶ୍ରେଣୀରେ ରୋଜାଲିନ ପ୍ରଧାନ, ଯୁକ୍ତ ତିନ ବାଣିଜ୍ୟ ଶ୍ରେଣୀରେ ଗୀତାରାଣୀ ଦାସଙ୍କୁ ନିରଞ୍ଜନ ଗୋଛାୟତ ସ୍ମାରକୀ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା!
Ad2
Leave A Reply