ସ୍ୱାଧୀନ ଭାରତରେ ଓଡ଼ିଶାର ନାରୀ ଶକ୍ତି ରେ ମା ରମାଦେବୀଙ୍କ ଭୂମିକା : ଯାହା ଆଜିର ଯୁବତୀ ମାନେ ନିହାତି ଜାଣିବା ଜରୁରୀ
ଦେଶର ସ୍ୱାଧୀନତା କୁ ୭୮ ବର୍ଷ ବିତି ଯାଇଛି, ଆଜି ମଧ୍ୟ ଅନେକ ରହସ୍ୟ ଏଭଳି ରହିଛି ଯାହାକି ଆଜିର ଯୁବପିଢ଼ୀ ସମ୍ପୂର୍ଣ ଅଜ୍ଞ ଅଟନ୍ତି l ଆଜିର ସମାଜ ରେ କେବଳ ନାରୀ ଶକ୍ତି କହିଲେ ନାରୀ ମାନଙ୍କ ସ୍ୱାଧୀନତା , ସମ୍ମାନ, ଅଧିକାର କୁ ବୁଝାଉଛି , କିନ୍ତୁ ସତରେ ତାହା କଣ ନାରୀର ସ୍ୱାଧୀନତା ? ଏହି ପ୍ରଶ୍ନ ଆଢୁଆଳ ରେ କେତେଯେ ସତ୍ୟତା ଲୁଚି ରହିଛି ତାହା ପ୍ରତ୍ୟେକ ନାରୀ ନିହାତି ଜାଣିବା ଜରୁରୀ l
ମା ରମାଦେବୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାକି ଚିର ସ୍ମରଣୀୟ ଅଟେ, ୩ ଡିସେମ୍ବର ୧୮୯୯ରେ ଗୋଟିଏ ଜମିଦାର ପରିବାରରେ ସତ୍ୟଭାମା ପୁର ରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ପିତାଙ୍କ ନାମ ଥିଲା ଗୋପାଳ ବଲ୍ଲଭ ଦାସ ଓ ମାତାଙ୍କ ନାମ ଥିଲା ବସନ୍ତ କୁମାରୀ ଦେବୀ l ସେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଝିଆରୀ ଥିଲେ l ମାତ୍ର ୧୫ ବର୍ଷ ଅୟୁରେ ସେ ଗୋପବନ୍ଧୁ ଚୌଧୁରୀ ଙ୍କୁ ବିବାହ କରିଥିଲେ l ଏବଂ ଗୋପବନ୍ଧୁ ଚୌଧୁରୀ ଇଂରେଜ ଶାସନ ସମୟ ର ଜଣେ ଡେପୁଟି କଲେକ୍ଟର ଥିଲେ l
ଏହାପରେ ସେ ଗୋପବନ୍ଧୁ ଚୌଧୁରୀ ଙ୍କ ସହିତ ମିଶି ସ୍ୱତନ୍ତ୍ରତା ସଂଗ୍ରାମ ରେ ୧୯୨୧ ରେ ଅଂଶଗ୍ରହଣ କରିଥିଲେ, ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ସ୍ୱାଧୀନତା ସଂଗ୍ରାମ ର ଯାତ୍ରା l ମା ରମାଦେବୀ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଖୁବ ପ୍ରଭାବିତ ଥିଲେ ତେଣୁ ଅସହଯୋଗ ଆନ୍ଦୋଳନ ରେ ଖୁବ ସକ୍ରିୟ ଥିଲେ l ଏବଂ ମହିଳା ମାନଙ୍କୁ ଦେଶର ସ୍ୱାଧୀନତା ପାଇଁ ଆଗକୁ ଆସିବା ପାଇଁ ଓଡ଼ିଶାର ଗାଁ ର ଗଳିକନ୍ଦି ବୁଲୁଥିଲେ l ଏବଂ ସେହି ସମୟରେ ସେ ଜୟ ପ୍ରକାଶ ନାରାୟଣ, ବିନୋଭା ଭାବେ ଏବଂ ଦାଦା ମଧୁସୂଦନ ଦାସ ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ l ୧୯୨୧ ରେ ଯେତେବେଳେ ଗାନ୍ଧିଜୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା ସେହି ସମୟ ରେ ସେ ଦେଶର ସ୍ୱାଧୀନତା ପାଇଁ ନିଜକୁ ବଳିଦାନ କରିବାକୁ ସମ୍ପୂର୍ଣ ପ୍ରସ୍ତୁତ ହୋଇସାରି ଥିଲେ l
ଏହାପରେ ୧୯୩୦ ରେ ଲବଣ ସତ୍ୟାଗ୍ରହ ରେ ନିଜକୁ ସକ୍ରିୟ କରିଥିଲେ, ମା ରମାଦେବୀ ଙ୍କୁ ଅନେକ ସମୟରେ ଅନ୍ୟ ସ୍ୱତନ୍ତ୍ରତା ସେନାନୀ ଯେପରିକି ମାଳତୀ ଚୌଧୁରୀ, ସାରଳା ଦେବୀଙ୍କ ସହିତ ଗିରଫ ମଧ୍ୟ କରାଯାଉ ଥିଲା ଓ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥିଲା l ୧୯୪୨ ରେ ଭାରତ ଛୋଡ ଆନ୍ଦୋଳନ ସମୟରେ ମା ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ଙ୍କ ସହିତ ତାଙ୍କର ସମ୍ପୂର୍ଣ ପରିବାର କୁ ଗିରଫ କରାଯାଇ ଥିଲା l ମା କସ୍ତୁରବା ଗାନ୍ଧୀ ଙ୍କ ମୃତ୍ୟୁ ପରେ ଗାନ୍ଧିଜୀ ମା ରମାଦେବୀଙ୍କୁ ଓଡ଼ିଶାରେ କସ୍ତୁରବା ଟ୍ରଷ୍ଟ ର ଦାୟିତ୍ୱ ଦେଇଥିଲେ l
ତାଙ୍କ କର୍ତବ୍ୟ କେବଳ ଏଠାରେ ସରି ଯାଇ ନଥିଲା, ୧୯୪୭ ରେ ଭାରତ ର ସ୍ୱତନ୍ତ୍ରତା ପରେ ମା ରମାଦେବୀ ବିନୋଭା ଭାବେ ଙ୍କ ସହିତ ମିଶି ଭୁଦାନ ଓ ଗ୍ରାମଦାନ ଆନ୍ଦୋଳନ ରେ ସମ୍ପୃକ୍ତ ହୋଇଥିଲେ l ଏହି ଆନ୍ଦୋଳନ ର ମୁଖ୍ୟ ଉଦେଶ୍ୟ ଥିଲା ଭୂମି ହୀନଙ୍କ ଭୂମି ଦାନ କରିବା l ୧୯୬୨ ରେ ଭାରତ-ଚୀନ ଯୁଦ୍ଧ ସମୟ ରେ ସେ ଆହତ ସୈନିକ ମାନଙ୍କର ସେବା କରିବାକୁ ଆଗେଇ ଯାଇଥିଲେ l
ମା ରମାଦେବୀ ଙ୍କୁ ୧୯୮୧ ରେ ଯମୁନାଲାଲ ବଜାଜ ପୁରସ୍କାର ଓ ୧୯୮୪ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟର ଅଫ ଫିଲୋସଫି ରେ ସମ୍ମାନିତ କରାଯାଇ ଥିଲା l ୮୫ ବର୍ଷ ଅୟୁରେ ଜୁଲାଇ ୨୨ , ୧୯୮୫ ରେ ମା ରମାଦେବୀ ଙ୍କର ମୃତ୍ୟୁ ହୋଇଥିଲା l