Odisha news

ଟ୍ରାନଗୁଲାର ପ୍ଲେଟ ବ୍ୟବସାୟ ନାମ ରେ 2.5କୋଟି ଉର୍ଦ୍ଧ ଠକେଇ , ଠକ ଦମ୍ପତି ଗିରଫ 

31500ଟଙ୍କା କାର.ବାଇକ 4ଟା ମୋବାଇଲ ସହିତ 85ଗ୍ରାମ ସୁନା 288ଗ୍ରାମ ରୁପା ଅଳଙ୍କାର ଜବତ 

0
ରଣପୁର….. କୁହାଯାଏ ଅତିଲୋଭରୁ ମୁତ୍ୟୁ ଏଭଳି ଏକ ଘଟଣା ଘଟିଛି ରଣପୁର ଥାନା ଅଧିନସ୍ଥ ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳରେ ରାତା ରାତି କୋଟିପତି  ହବା  ନିଶା ଦେଖାଇ ଠକ ଦମ୍ପତି ଅଭିନଵ ଉପାୟ ରେ   ଠକି ନେଇଛନ୍ତି  କୋଟି କୋଟି ଟଙ୍କା  ଯାହାକୁ ନେଇ ଠକାମୀ ର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ ବନ୍ଧା ହୋଇଛନ୍ତି ଠକ ଦମ୍ପତି ସେମାନଙ୍କ ଠାରୁ ଜବତ ହୋଇଛି ନଗଦ 31:500ଟଙ୍କା ଏକ ମାରୁତି ସୁଜୁକି କମ୍ପାନୀ ର ସୌଖିନି କାର ସହିତ ୟାମା ବାଇକ 4ଟି ଦାମୀ ଆଇ ଫୋନ ମୋବାଇଲ 85ଗ୍ରାମ ସୁନା 288ଗ୍ରାମ ରୁପା ଅଳଙ୍କାର ଏବଂ ରିଜର୍ଭ ବ୍ୟାଙ୍କ ନାମରେ ଜାଲିଆତି କାଗଜପତ୍ର ଜବତ କରି ଠକ ଦମ୍ପତି ଙ୍କୁ କୋର୍ଟ ଚାଲାଣ କରିଛି ରଣପୁର ପୋଲିସ.. ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଠକାମୀ ର ଶିକାର ହୋଇଥିବା ରଣପୁର ଥାନା ଅଧିନସ୍ଥ ପେଣ୍ଡିରପଡା  ଗ୍ରାମର ନବକିଶୋର  ପ୍ରଧାନ(42) ପିତା. ବୁଲା ପ୍ରଧାନ ଙ୍କ ଅଭିଯୋଗ କ୍ରମେ ଦର୍ପନାରାୟଣ ଅଞ୍ଚଳ ର ଗଜାନନ ପ୍ରଧାନ (48)ଓ ତାଙ୍କ ସ୍ତ୍ରୀ ଶୈଳବାଳା ପ୍ରଧାନ (38) ଟ୍ରାନଗୁଲାର ପ୍ଲେଟ  ବ୍ୟବସାୟ ନାମ ରେ ଏକ ମାସ ଭିତରେ 28କୋଟି ଆୟ ର ଲୋଭ ଦେଖାଇ ରାତା ରାତି କୋଟିପତି ହେବା ନିଶା ଦେଖାଇ   ଅଭିଯୋଗ କାରି ନବକିଶୋର ସମେତ ଅନ୍ୟ 23ଜଣ ଙ୍କ ଠାରୁ ବିଭିନ୍ନ କିସ୍ତି ରେ ବିଭିନ୍ନ ଆଳ ଦେଖାଇ 2.5କୋଟି ଠକି ନେଇଥିଲେ ଏବଂ ରିଜର୍ଭ ବ୍ୟାଙ୍କ ନାମରେ ଜାଲିଆତି କାଗଜ ପ୍ରସ୍ତୁତ କରି ଲୋକଙ୍କ ମନରେ ବିଶ୍ଵାସ ସୃଷ୍ଟି କରି   ଟଙ୍କା ନେବା ପରେ ଏକ ମାସ ରୁ ଉର୍ଦ୍ଧ ସମୟ ଧରି ଠକାମୀ ର ଶିକାର ହୋଇଥିବା  ଲୋକ ମାନଙ୍କର ଫୋନ ଉଠେଇନଥିଲେ କି ସେମାନଙ୍କୁ ଦେଖାଦେଇନଥିଲେ ପରେ ଅଭିଯୋଗ କାରି ନବକିଶୋର ଗତ ଶନିବାର ଠକ ଗଜାନନ ଦର୍ପନାରାୟଣପୁର ସ୍ଥିତ ନିଜ ଘରେ ଥିବା ଖବର ପାଇ ଠକାମୀ ର ଶିକାର ହୋଇଥିବା ଅନ୍ୟ ସଦସ୍ୟ ଙ୍କୁ ଜଣାଇ ଥିଲେ ସମସ୍ତେ ମିଶି ଗଜାନନ ଙ୍କୁ ଘର ଭିତରୁ କାବୁ କାରି ରଣପୁର ପୋଲିସ ର ଜିମା ଦେଇଥିଲେ ପରେ ଅଭିଯୋଗ ପାଇ ରଣପୁର ପୋଲିସ 290/24ରେ ଏକ ମାମଲା ରୁଜୁ କରି ରଣପୁର ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ  ସବଇନ୍ସପେକ୍ଟର କୃତିବାସ  ଶ୍ରୀଚନ୍ଦନ ଙ୍କୁ ତଦନ୍ତ ଭାର ପ୍ରଦାନ କରିଥିଲେ ପରେ ଅଭିଯୁକ୍ତ ଠାରୁ କାର ବାଇକ ମୋବାଇଲ ଫୋନ ସୁନା ଓ ରୁପା ଅଳଙ୍କାର ଜବତ କରିବା ସହିତ ଠକ ଦମ୍ପତି ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି
Leave A Reply