ଆଜିର ଦିନରେ ସମସ୍ତଙ୍କ ର କୌଣସି ପ୍ରିୟ ସ୍ତ୍ରୀଟି ଫୁଡ କଥା ଯଦି କହିବା ତେବେ ତାହା ହେଉଛି ମୋମୋଜ l କିନ୍ତୁ ବର୍ତମାନ ଆପଣଙ୍କର ଏହି ପ୍ରିୟ ମୋମୋଜ ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ l ଏହି ଚାଇନିଜ ସ୍ତ୍ରୀଟି ଫୁଡ ରେ ଯେଉଁ ଇଂଗ୍ରେଡିଏଣ୍ଟସ ମିଶୁଛି ତାହା ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଉଛି l ମୋମୋଜ ପ୍ରସ୍ତୁତ କରିବା ପାଇଁ ଓ ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଏଯୋଡିକାର୍ବାନାମାଇଡ଼ , କ୍ଲୋରିନ ଗ୍ୟାସ, ବେନଞ୍ଜୟଲ ପେରୋକ୍ସlଇଡ ଓ ଅନ୍ୟ କେମିକାଲଶ ମିଶା ଯାଇଥାଏ l ଯାହାକି ପ୍ୟାନକ୍ରିୟାଜ ପାଇଁ ଗମ୍ଭୀର ସମସ୍ୟା ର କାରଣ ଭାବରେ ଦେଖା ଦେଇଥାଏ ଏବଂ ଇନ୍ସୁଲିନ ପ୍ରଡକ୍ସନ ମଧ୍ୟ ହ୍ରାସ ହୋଇଥାଏ l
ମୋମୋଜ କାହିଁକି କ୍ଷତିକାରକ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ମୈଦା ଗୋଟିଏ ରିଫାଇଣ୍ଡ ଫ୍ଲୋର ଅଟେ, ଯେଉଁଥିରେ ଫାଇବର ନଥାଏ l ତେଣୁ ଏହା ଅନ୍ତ କୁ ଯାଇ ଲାଗି ଯାଇଥାଏ l ଏବଂ ମୋମୋଜ ପାଇଁ ବ୍ୟବହାର ହେଉଥିବା ଚଟଣୀ ଶରୀର କୁ କ୍ଷତି କରି ଥାଏ l ଫ୍ରୀଇଜ ମୋମୋଜ ଖାଇବା ଦ୍ୱାରା ଶରୀର ରେ ଫ୍ୟାଟ ବୃଦ୍ଧି ହୋଇଥାଏ l
ମୋମୋଜ ଖାଇବାର ୫ଟି ଭୟଙ୍କର ଶାରୀରିକ କ୍ଷତି –
– ଅଧିକ ମୋମୋଜ ଖାଇବା ଦ୍ୱାରା ଦ୍ଵିଜେସନ ସମ୍ବନ୍ଧିତ ସମସ୍ୟା ହୋଇଥାଏ, ଏହାଦ୍ୱାରା ଗ୍ୟାସ, ପେଟ ଯନ୍ତ୍ରଣା, କୋଷ୍ଠ କାଠିନ୍ୟ ଭଳି ସମସ୍ୟା ହୋଇଥାଏ l ଏବଂ ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧିର କାରଣ ହୋଇଥାଏ l
– ମୋମୋଜ ରେ ମୋନୋସୋଡିୟମ ଗ୍ଲୁଟାନେଟ ମିଳିଥାଏ l ଯାହାକି ଓଜନ ବୃଦ୍ଧିର କାରଣ ଅଟେ l ମୋମୋଜ ରେ ଅଧିକ କ୍ୟାଲୋରୀଯ ଓ ଅଣହେଲଦି ଫ୍ୟାଟ ରହିଥାଏ l ଯେଉଁଥିରେ ଓଜନ ବୃଦ୍ଧି ହୋଇଥାଏ ଏବଂ ପାଚନ ସମସ୍ୟା ମଧ୍ୟ ଦେଖା ଯାଇଥାଏ l ଛଣା ମୋମୋଜ ରେ ବ୍ୟବହୃତ ହେଉଥିବା ତେଲ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ l ଏବଂ ଏହା ମଧୁମେହ ର କାରଣ ମଧ୍ୟ ହୋଇଥାଏ l
– ଯଦି କୌଣସି ବ୍ୟକ୍ତି ନିୟମିତ ଭାବରେ ମୋମୋଜ ଖାଇ ଥାଆନ୍ତି ତେବେ ମଇଦା ଶରୀର ଉପରେ ପ୍ରଭାବ ପକାଇ ଥାଏ l ଏଥିରେ ବ୍ୟବହୃତ ହେଉଥିବା ଅଜିନୋମୋଟ, ପ୍ରିଜର୍ଭଭେଟିବସ କ୍ୟାନ୍ସର କାରଣ ଅଟେ l
– ଛଣା ମୋମୋଜ ରେ ବ୍ୟବହୃତ ହେଉଥିବା ତେଲ ଶରୀର ରେ ଅଣହେଲଦି ଫ୍ୟାଟ ବୃଦ୍ଧି କରିଥାଏ, ଏବଂ ଏହାଦ୍ୱାରା ଶରୀର ରେ ବ୍ୟାଡ଼ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ l ହାଇ ସୋଡିୟମ କରଣରୁ ଉଚ୍ଚ ରକ୍ତଚାପ ରେ ପ୍ରଭାବିତ ହେବାର କାରଣ ଅଟେ l
– ଷ୍ଟ୍ରିଟ ଫୁଡ ଭାବରେ ଖାଉଥିବା ମୋମୋଜ ଅନେକ ସମୟ ରେ ଫୁଡ ପଏଜନିଙ୍ଗ ମଧ୍ୟ କାରଣ ହୋଇଥାଏ l ଏହା ର ଚଟଣୀ ପେଟ ଜନିତ ଅନେକ ସମସ୍ୟାର ମଧ୍ୟ କାରଣ ହୋଇଥାଏ l