Odisha news

ରଜ ଛଡେଇ ନେଲା ଖୁସି ମଉଜ : ପାନ ଗାଡ଼ି ଓଲଟି  2 ପାନଚାଷୀ ମୃତ, 14 ଆହତ,

0
କାକଟପୁର ତା 14/6, ପହିଲି ରଜ, ପ୍ରତିଟି ଓଡ଼ିଆ ମାନଙ୍କର ଏକ ନିଆରା ପର୍ବ, ରଜ ଆସିଗଲେ ପ୍ରତ୍ୟେକ ପରିବାର ରେ ଯେମିତି ଖୁସି ର ଲହରୀ ଖେଳିଯାଏ, ପିଠା ପଣା ସାଙ୍ଗକୁ ବିଭିନ୍ନ ବ୍ୟଞ୍ଜନ ରେ ପ୍ରସ୍ତୁତ ଖାଦ୍ୟ l ବାପା ଭାଇ ପାନ ନେଇ ହାଟକୁ ଯାଇଛନ୍ତି, ପାନ ବିକି ମାଛ କି ମାଂସ ଆଣିବେ, ଏଇ କଥା ମନରେ ରଖି ପରିବାର ଖୁସିରେ ବାପା ଭାଇଙ୍କ ଫେରିବା ବାଟକୁ ଅନେଇ ଛନ୍ତି, କିନ୍ତୁ ବିଚିତ୍ର ବିଧାନ ଅଲଗା l  କିନ୍ତୁ ଏହି ପହିଲି ରଜ ରେ ଆଜି ସକାଳୁ କାକଟପୁର ନୟାହାଟ ରୋଡ଼ ର (ବଲରା) ଜଗନ୍ନାଥ ପୁର ଛକରେ ଘଟିଛି ଏକା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଯାହା ଫଳରେ ଏହି ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 14 ଜଣ ଆହତ ହୋଇଛନ୍ତି l ମିଳିଥିବା ସୂଚନା ଅନୁଯାଇ ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଛଇତନାରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନ ରେ. ନମ୍ବର OD33AE 2925 ଛଇତନା ସମେତ ଆଖପାଖ ଅଞ୍ଚଳ ରୁ ପ୍ରାୟ 16  ଜଣ ପାନ ପାନଚାଷୀଙ୍କୁ ନେଇ ପିପିଲି ହାଟକୁ ଯାଉଥିବା ସମୟରେ କାକଟପୁର ନୟାହାଟ ରାସ୍ତାର ଜଗନ୍ନାଥପୁର ଛକ ନିକଟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା l ଫଳରେ ଗାଡି ଉପରେ ବସିଥିବା ପାନଚାଷୀଙ୍କ ମଧ୍ୟରୁ ଛଇତନା ଗ୍ରାମର ଯୋଗେନ୍ଦ୍ର ସ୍ୱାଇଁ  (52) ଏବଂ କେନ୍ଦ୍ରାପଟି ଗ୍ରାମର ଶରତ ଚନ୍ଦ୍ର ସାହୁ (58) ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଥିଲେ l ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଏବଂ କାକଟପୁର ଥାନା ଏସ ଆଇ ପ୍ରମୋଦ କୁମାର ସେଠୀ, ବବୁଲ ମହାନ୍ତି  ଘଟଣା ସ୍ଥଳରେ ପହଁଚି  108 ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଗାଡ଼ି ଜବତ କରି ଥାନାକୁ ଆଣିଥିଲେ  l ସେଠାରେ 4 ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା l ପୂର୍ବତନ  ବିଧାୟକ ତଥା ବିଜେପି ନେତା ବାଇଧର ମଲ୍ଲିକ, ଯୁବ ସମାଜସେବୀ ମଙ୍ଗଳା ପ୍ରସାଦ ସାମନ୍ତରାୟ   କ୍ୟାପିଟାଲ ହସ୍ପିଟାଲ ରେ ପହଞ୍ଚି ଆହତ ମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ l ଅନ୍ୟ 10 ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି l
Ad2
Leave A Reply