କଣାସ,୧୦/୦୬/ହାଇୱା ଧକ୍କାରେ ବାଳକ ଗୁରୁତର ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ କୋଟକଣା ଛକରେ ।ନଦିଗୋଦା ଗ୍ରାମର ଆନନ୍ଦ ସ୍ୱାଇଁଙ୍କ ଏକମାତ୍ର ପୁଅ ସୁମିତ୍ ସ୍ୱାଇଁ ଜଙ୍କିଆ ଗଡ଼ସାହିରୁ ଟିୟୁସନ୍ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଚିପ୍ସି ବୋଝେଇ ହାଇୱା ଓଡ଼ି ୦୨ ଏଏଫ୍୭୫୪୭ ବାଳକକୁ ଧକ୍କା ଦେବା ଫଳରେ ସୁମିତ ପଡିଯିବାରୁ ଗୋଡ ଉପରେ ହାଇୱା ଆଗ ଚକ ଚଢ଼ି ଯାଇଥିଲା ।୧୦୮ଆମ୍ବୁଲାନ୍ସ ମାଧ୍ୟମରେ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଜିଛି ।ଉତ୍ୟକ୍ତ ଲୋକମାନେ ନୂଆ ଜଗନ୍ନାଥ ସଡ଼କକୁ ଦୁଇ ଘଣ୍ଟା ଅବରୋଧ କରିଥିଲେ ।ଘଟଣା ସ୍ଥଳରେ କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ସଂପୃକ୍ତ ଡ୍ରାଇଭର ଓ ହାଇୱା ଗାଡ଼ିକୁ ଜବତ କରି ଥାନାରେ ଅଟକ ରଖା ଯାଇଛି ।