Odisha news

ସମାଜସେବୀ ଦେବେନ୍ଦ୍ର ପ୍ରସାଦ ନାୟକଙ୍କ ଶୋକସଭା

0

ତିହିଡି, ୧୦/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଅର୍ଜୁନବିନ୍ଧା ଗାଁର ସମାଜସେବୀ ଦେବେନ୍ଦ୍ର ପ୍ରସାଦ ନାୟକଙ୍କ ଏକାଦଶାହରେ ତାଙ୍କ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ମଥୁରାମୋହନ ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ଶୋକସଭାରେ ସୁବାଶ ଚନ୍ଦ୍ର ଦାସ, ସର୍ବେର୍ଶ୍ୱର ବଳ, ସଞ୍ଜିତ ବଳ, ବିଜୟ କୁମାର ପଣ୍ଡା, ପ୍ରଶାନ୍ତ ମହାନ୍ତି, ଜୟନ୍ତ ମହାନ୍ତି, ଅକ୍ଷୟ ବଳ, ବନମାଳି ଦାସ, ସଞ୍ଜୟ ଦାସ, ସୁରେନ୍ଦ୍ର ପ୍ରସାଦ ନାଥ, ରତ୍ନାକର ନାୟକ, ଦେବାଶିଷ ନାୟକ, ପ୍ରଜାପିତା ବ୍ରହ୍ମକୁମାରୀ ସତ୍ୟ, ସନ୍ଥଚରଣ ବିଶ୍ୱାଳ ପ୍ରମୁୁଖ ଉପସ୍ଥିତ ରହି ସ୍ୱର୍ଗତ ନାୟକଙ୍କ ସ୍ମୃୃତି·ରଣ କରିଥିଲେ । ଶ୍ରୀ ନାୟକ ଦୀର୍ଘବର୍ଷ ଧରି ପୀରହାଟସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କର୍ମ·ରୀ ଥିଲେ ଏବଂ ଅର୍ଜୁନବିନ୍ଧାରେ ରହି ଆସୁଛନ୍ତି । ଜଣେ ସରଳ, ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ହେବା ସହିତ ବ୍ୟକ୍ତି ବିଶେଷରେ ମଧ୍ୟ ବହୁ ଲୋକଙ୍କୁ ସେବା ଓ ସହଯୋଗ କରି ଆସୁଥିଲେ । ନିଜ ଭିଟାମାଟି ଧାମନଗର ଅସୁରାଳି ଅଞ୍ଚଳର ଗୋବିନ୍ଦପୁର ଗାଁରେ ହୋଇଥିଲେ ମଧ୍ୟ ପୀରହାଟ ଅଞ୍ଚଳରେ ଅଧିକାଂଶ ଲୋକଙ୍କ ସହିତ ତାଙ୍କର ଥିଲା ତାଙ୍କର ନିବିଡ ସମ୍ପର୍କ ରହିଥିଲା ବୋଲି ବକ୍ତମାନେ ମତପ୍ରକାଶ କରିଥିଲେ ।

Govt
Leave A Reply