କୋଣାର୍କ,୧୦।୫ କବି ଶ୍ରୀଜୟଦେବଙ୍କ ରଚିତ ଶ୍ରୀଗୀତଗୋବିନ୍ଦ ଏକ କାଳଜୟୀ କୃତି। ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗରେ ଉତ୍କଳଭୂମିରେ ଜନ୍ମଗ୍ରହଣ କରିଥିବା ଶ୍ରୀଜୟଦେବଙ୍କ ଭକ୍ତିରସ ସମ୍ବଳିତ କୋମଳକାନ୍ତ ପଦାବଳୀ ଶ୍ରୀଗୀତଗୋବିନ୍ଦ ଆମ ସାହିତ୍ୟ ଓ ସଂସ୍କୃତିକୁ ମହିମାମଣ୍ଡିତ କରିଛି।ମହାକବି ଶ୍ରୀଜୟଦେବ ଜୟନ୍ତୀ ଅବସରରେ ଚନ୍ଦ୍ରଭାଗା ଜୟଦେବ ବାଟିକା ପରିସରରେ ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଛି। ଶୁକ୍ରବାର ସକାଳେ ୮ଟାରେ ଶ୍ରୀଜୟଦେବ ଜୟନ୍ତୀ କମିଟି ପକ୍ଷରୁ ଶ୍ରୀଜୟଦେବଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଓ ମାଲ୍ୟାର୍ପଣ କରାଯାଇଥିଲା। ସଂଧ୍ୟାରେ ଜୟଦେବ ସଂଗୀତ ଗାନ,ହରିରାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଜୟଦେବ ଜୟନ୍ତୀ ଉତ୍ସବ ପାଳନର ପ୍ରତିଷ୍ଠାତା ସଦସ୍ୟ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଜୟଦେବ ଜୟନ୍ତୀ କମିଟି ସଭାପତି ଗୋପାଳ ବୈହେରା,ସଂପାଦକ ରବୀନ୍ଦ୍ରନାଥ ବାହିନୀପତି,ଭାଗିରଥି ସ୍ବାଇଁ, ଶିକ୍ଷାବିତ ଶୁଭ୍ରଜିତ ମହାପାତ୍ର,ଶତ୍ରୁଜିତ ନାୟକ, ଅଜୟ ବେହେରା, ସଂଜୟ କୁମାର ରାଉତରାୟ, ସଂଜୟ ପତି,ମାନସ ରଞ୍ଜନ ପାତ୍ର, ଧନଞ୍ଜୟ ବେହେରା,ଜ୍ୟୋତିରାଜ ମହାନ୍ତି, ମନୋରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
