ବାରଙ୍ଗ : ମଙ୍ଗଳବାର ଦିହିପହର ସମୟରେ ବାରଙ୍ଗଥାନା ଅଧିନସ୍ତ ପୁରୀ ମୁଖ୍ୟକେନାଲର କାନପୁର ଗାଁ ନିକଟରେ ଗାଧୋଇବା ବେଳେ ବୁଡି ମୃତ୍ୟୁ ହୋଇଛି ।
ମୃତକ ହେଉଛନ୍ତି ଗଞ୍ଜାମଜିଲା ଖଲ୍ଲିକୋଟ ଥାନା ଅଧିନସ୍ତ ଗୋପପୁର ଗ୍ରାମର ରୋହିତ ନାହାକ(୨୨)ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ ,ରୋହିତ ପରିବାର ସହ ଆସି ପାଖରେ ଥିବା ରତ୍ନା ଇଟା କାରଖାନାରେ କାମ କରୁଥିଲେ।ମଙ୍ଗଳବାର ଦିହିପହର ସମୟରେ ଇଟା ଭାଟିରୁ କାମସାରି ଗାଧୋଇବା ପାଇ ପୁରୀ ମେନ କେନାଲକୁ ଆସିଥିଲେ।ବ୍ରିଜ ଉପରୁ କେନାଲ ଭିତରକୁ ଡେଇବା ସହ ପାଣିଭିତରୁ ବହାରିନଥିଲେ।ପରିବାର ଲୋକ ଏହାଦେଖି ପାଣିଭିତରୁ ଖୋଜି ଉପରକୁ ଆଣିବାବେଳକୁ ତାଙ୍କର ମୃତୁ ହୋଇଯାଇଥିଲା।ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିବାରୁ ଡେଇଁବାବେଳେ ପାଣିଭିତରେ ଥିବା ପଥରରେ ମାଡ଼ ହୋଇଯାଇଥିବାର ଅନୁମାନ କରିଛି ପୋଲିସ।ଖବର ପାଇ ବାରଙ୍ଗ ଥାନା ପୋଲିସ ଏକ ଅପମୃତୁ ମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।