Odisha news

ଆଜି ହେଉଛି ଶ୍ରମିକ ଦିବସ , କିନ୍ତୁ କାହିଁକି ମଇ ୧ତାରିଖ ରେ କାହିଁକି ପାଳିତ ହୋଇଥାଏ ଶ୍ରମିକ ଦିବସ ?

0

ପ୍ରତିବର୍ଷ ମଇ ୧ତାରିଖ ରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ ହୋଇଥାଏ , ଏହିଦିନ କୁ ଶ୍ରମିକ ଦିବସ ବା ମଇ ଦିବସ ମଧ୍ୟ କୁହାଯାଇ ଥାଏ l ଏହି ଦିନ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣ ରେ ଶ୍ରମିକ ମାନଙ୍କର ଯୋଗଦାନ ପାଇଁ ମନେ ପକାଯାଇ ଥାଏ l ଏହିଦିନଟି ଶ୍ରମିକ ମାନଙ୍କର ଅଧିକାର ଓ ତାଙ୍କ ର ଉଚିତ ନ୍ୟାୟ ପାଇଁ ପାଳିତ ହୋଇଥାଏ l

ଶ୍ରମିକ ଦିବସର ଇତିହାସ ଓ ଆରମ୍ଭ –
ଦୁନିଆରେ ପ୍ରଥମ ଥର ପାଇଁ ଶ୍ରମିକ ଦିବସ ମଇ ୧ତାରିଖ ୧୮୮୬ ରେ ପାଳିତ ହୋଇଥିଲା l କିନ୍ତୁ ଭାରତରେ ଏହାକୁ ୧୯୨୩ ମଇ ୧ତାରିଖ ଦିନ ପାଳିତ କରାଯାଇ ଥିଲା l ଦିନ ଥିଲା ୧୮୮୬ , ଯେତେବେଳେ ଆମେରିକାର ଶିକାଗୋ ରେ ଶ୍ରମିକ ମାନେ ବଡ଼ ଧରଣର ଆନ୍ଦୋଳନ କରିଥିଲେ l ସେମାନଙ୍କର ଦାବୀ ଥିଲା ଯେ ତାଙ୍କର କାମ କରିବାର ଅବଧି ୮ଘଣ୍ଟା ରହିବା ଉଚିତ ଏବଂ ସପ୍ତାହ କୁ ଗୋଟିଏ ଦିନ ଛୁଟି ରହିବା ଜରୁରୀ l ଏହି ପ୍ରଦର୍ଶନ ଚାଲିଥିବା ସମୟ ରେ ଜଣେ ବ୍ୟକ୍ତି ବୋମା  ଫୁଟାଇ ଦେଇଥିଲେ l ଏବଂ ଏହି ସମୟରେ ଚାରିଆଡେ ହୋ ହାଲ୍ଲା ଆରମ୍ଭ ହୋଇଯାଇ ଥିଲା ଏବଂ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଶ୍ରମିକ ମାନଙ୍କ ଉପରକୁ ଗୁଳି ଚଳାଇ ଥିଲା l ଏହାଦ୍ୱାରା ପୋଲିସ କର୍ମୀଙ୍କ ସହିତ କିଛି ଶ୍ରମିକ ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା l

ଏହାପରେ ଏହି ମାମଲା କୋର୍ଟ କୁ ଯାଇଥିଲା, ଏହାପରେ କୋର୍ଟ ଙ୍କ ନିଷ୍ପତି ଦ୍ୱାରା ୪ଜଣ ଶ୍ରମିକ ଙ୍କୁ ଫାସୀ ଆଦେଶ ମିଳିଥିଲା l ଏବଂ ଏହି ଘଟଣା ସାରା ବିଶ୍ୱରେ ଲୋକଙ୍କ ର ଆକ୍ରୋଶ ର କାରଣ ହୋଇଥିଲା l ଯେଉଁଠାରେ ଫାସୀ ଦିଆଯାଉ ଥିଲା ସେହି ସ୍ଥାନକୁ ହୋମ କୋର୍ଟ କୁହାଯାଉ ଥିଲା l ଏହାପରେ ଏହି ସ୍ଥାନରେ ଅନେକ ବର୍ଷ ଧରି ଶ୍ରମିକ ମାନଙ୍କ ବଳିଦାନ କୁ ଶ୍ରଦ୍ଧାଞ୍ଜଳି ଦିଆଯାଉ ଥିଲା l

ପରେ ପ୍ୟାରିସ ର ଅନ୍ତରାଷ୍ଟ୍ରୀୟ ମହାସଭା ରେ ଗୋଟିଏ ପ୍ରସ୍ତାବ ପାରିତ ହେଲା କି ମଇ ୧ତାରିଖ କୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯିବ l ସେହିଦିନ ଠାରୁ ୮୦ ଟି ଦେଶ ରେ ମଇ ୧ତାରିଖ କୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି l ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଶ୍ରମିକ ମାନଙ୍କ ଉଦେଶ୍ୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l

ଏହାପରେ ଭାରତରେ ପ୍ରଥମ ଥର ୧୯୨୩ ରେ ମଇ ୧ତାରିଖ ଦିନ ଶ୍ରମିକ ଦିବସ ପାଳନ କରାଯାଇ ଥିଲା l ଯାହାର ଆରମ୍ଭ ଲେବର କିସାନ ପାର୍ଟି ଅଫ ହିନ୍ଦୁସ୍ତାନ ର ନେତା କାମରେଡ ସିଙ୍ଗରାବେଲୁ ଆରମ୍ଭ କରିଥିଲେ l ସିଙ୍ଗାରାବେଳୁ ଙ୍କ ଅଧ୍ୟକ୍ଷତା ରେ ମାଡ୍ରାସ ହାଇକୋର୍ଟ ସମୁଖରେ ପ୍ରଦର୍ଶନ କରାଯାଇ ଥିଲା ଏବଂ ଏହିଦିନ ସଂକଳ୍ପ ନିଆଯାଇ ଥିଲା ଯେ ଶ୍ରମିକ ମାନଙ୍କ ଅଧିକାର ପାଇଁ ମଇ ୧ତାରିଖ ଦିନ ଶ୍ରମିକ ଦିବସ ପାଳିତ ହେବ l ଏହିଦିନ ଭାରତରେ ରାଷ୍ଟ୍ରୀୟ ଅବକାଶ ଘୋଷଣା କରାଯାଇ ଥିଲା l

Leave A Reply