Odisha news

ପିପିଲିରେ ବିଜୁ ମହିଳା ଜନତା ଦଳ ସମାବେଶ ଅନୁଷ୍ଠିତ 

0
ପିପିଲି :  ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି । ସବୁ ଦଳ ପକ୍ଷରୁ ଭୋଟ ହାତେଇବା ପାଇଁ ପ୍ରଚାର ଜୋର ଧରିଛି । ସେହିପରି ପିପିଲି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ମହିଳା ଜନତା ଦଳର ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ପିପିଲି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ କିପରୀ ପିପିଲି ବ୍ଲକରେ ମହିଳା ଭୋଟ ସର୍ବାଧିକ ପାଇବେ ସେ ବିଷୟରେ ମହିଳାମାନେ ସେଠାରେ ରଣନୀତି ପ୍ରସ୍ତୁତ କରିଛନ୍ତି । ପିପିଲି ବ୍ଲକ ବିଜୁ ଜନତା ଦଳ ମହିଳା ନେତ୍ରୀ ଜୋସ୍ନାରାଣି ପୁଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଭାପରିଚାଳନା କରିଥିଲେ ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ । ପିପିଲି ଡେଲାଙ୍ଗ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ମହିଳାମାନଙ୍କ ବିକାଶ ହେବା ସହ ମହିଳାମାନେ ସଶକ୍ତିକରଣ ହୋଇ ସ୍ୱାବଲମ୍ବି ହୋଇପାରିଥିବା ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱନି ନନ୍ଦ,ପିପିଲି ଏନଏସି ଅଧ୍ୟକ୍ଷ ସେକ୍ ବାବୁ,ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପିପିଲି ଏନଏସି ଉପାଧ୍ୟକ୍ଷ ଭାଗ୍ୟବତୀ ମହାରଣା,ପୁର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ଓ କଳ୍ପନା ସାମନ୍ତରାୟ, ଅନ୍ନପୁର୍ଣ୍ଣା ବେହେରା , କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପର୍ଶୁରାମ ମହାପାତ୍ର, ସାଂସଦ ପ୍ରତିନିଧୀ ନାରାୟଣ ସ୍ୱାଇଁ ,ମହିଳା ନେତ୍ରୀ ନିରୁପମା ମହାପାତ୍ର,ଉମାମଣି ରଥ,ପଲ୍ଲିଶ୍ରୀ ମହାନ୍ତି,ଝୁନାମଣି ମଲ୍ଲିକ,ଲିପିକା ମହାପାତ୍ର,ମିନାକ୍ଷୀ ଦାଶ ,ସତ୍ୟଭାମା ଦାଶ,ମମତା ମଲ୍ଲିକଙ୍କ ସମେତ ହଜାରରୁ ଅଧିକ ମହିଳାମାନେ ଏହି ସମାବେଶରେ ଯୋଗଦେଇଥିଲେ ।
Leave A Reply