Odisha news

ଚୈତ୍ର ପୁର୍ଣିମା ରେ ଭୁଲ ରେ ସୁଦ୍ଧା କିଣନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ଦେଖାଦେବ ଧନ ସମ୍ବନ୍ଧୀୟ ସମସ୍ୟା

0

ମଙ୍ଗଳବାର ୨୩ ତାରିଖ ଦିନ ଚୈତ୍ର ପୂର୍ଣିମା ପାଳିତ ହେବ, ଏହିଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେବ l ମଙ୍ଗଳବାର ଟି ହନୁମାନ ଙ୍କର ପ୍ରିୟ ବାର ଅଟେ l ଏହା ଗୋଟିଏ ଶୁଭ ସଂଯୋଗ , ଏହିଦିନ ସଙ୍କଟ ମୋଚନ ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l

ଏହାଛଡା ହନୁମାନ ଙ୍କୁ ପ୍ରସନ୍ନ କରିବା ମଧ୍ୟ ଖୁବ ଶୁଭ ଅଟେ, ଜ୍ୟୋତିଷ ଶାସ୍ତ୍ରରେ ଏହିଦିନ କିଛିଟା ଜିନିଷ କିଣିବା ବର୍ଜନୀୟ ଅଟେ, ଏହାଦ୍ୱାରା ହନୁମାନ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏବଂ ପରିବାର ଉପରେ ଅଶୁଭ ପ୍ରଭାବ ପଡିଥାଏ l

– ଚୈତ୍ର ପୁର୍ଣିମା ରେ କଳାରଙ୍ଗ ର ବସ୍ତ୍ର କଦାପି କିଣନ୍ତୁ ନାହିଁ, ଏବଂ ଏହିଦିନ କଳାରଙ୍ଗ ର ବସ୍ତ୍ର ମଧ୍ୟ ପିନ୍ଧନ୍ତୁ ନାହିଁ l ଏହିଦିନ କଳାରଙ୍ଗ ର ବସ୍ତ୍ର ପରିଧାନ କରିବା ଅଶୁଭ ହୋଇଥାଏ l

– ଚୈତ୍ର ପୁର୍ଣିମା ଗୋଟିଏ ଶୁଭଦିନ ପଡୁଥିଲେ ମଧ୍ୟ ଏହିଦିନ ମଙ୍ଗଳବାର ପଡୁଥିବା କାରଣରୁ  କଦାପି କିଛିଟା କାର୍ଯ୍ୟ କରିବା ଉଚିତ ନୁହେଁ l ନୂଆ ଘର କିଣିବା ଉଚିତ ନୁହେଁ, ଏହାଛଡା ଏହିଦିନ କୌଣସି ନୂତନ କାର୍ଯ୍ୟ କରିବା ଉଚିତ ନୁହେଁ, ଏହାର ପ୍ରଭାବ ଘରର ମୁଖିଆ ଙ୍କ ଉପରେ ପଡିଥାଏ l

– ଚୈତ୍ର ପୁର୍ଣିମା ଦିନ ସଧବା ନାରୀ ମାନେ ଶୃଙ୍ଗାର ସାମଗ୍ରୀ କିଣିବା ଶୁଭ ଅଟେ, କିନ୍ତୁ ମଙ୍ଗଳବାର ରେ ଚୈତ୍ର ପୁର୍ଣିମା ପଡୁଥିବା କାରଣରୁ କୌଣସି ଶୃଙ୍ଗାର ସାମଗ୍ରୀ କିଣନ୍ତୁ ନାହିଁ, ଏହା ବୈବାହିକ ଜୀବନ ଉପରେ ପ୍ରଭାବ ପକାଇଥାଏ l

– କାଚ କିମ୍ବା ଲୁହା ଜିନିଷ ମଙ୍ଗଳ ବାରରେ କିଣନ୍ତୁ ନାହିଁ, ଯଦିବି କିଣୁଛନ୍ତି ଏହାକୁ ଘରକୁ ଆଣନ୍ତୁ ନାହିଁ, ଏହାଦ୍ୱାରା ଆର୍ଥିକ ଅନାଟନ ଦେଖା ଦେଇଥାଏ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ l

Leave A Reply