Odisha news

ମହାଭାରତର ରୋଚକ କଥା : ଶ୍ରୀଖଣ୍ଡୀ କିଏ ଓ ତାଙ୍କର ଜନ୍ମ କିପରି ହୋଇଥିଲା

0

ହିନ୍ଦୁ ଧର୍ମରେ ୪ଟି ବେଦ ରହିଛି, ଯେଉଁଥିରେ ମହାଭାରତ କୁ ପଞ୍ଚମ ବେଦ ଭାବରେ ଗ୍ରହଣ କରାଯାଇ ଥାଏ l ଏହାଛଡା ମହାଭାରତ ଗୋଟିଏ ପ୍ରାସଙ୍ଗିକ ଗ୍ରନ୍ଥ ମଧ୍ୟ ଅଟେ l ମହାଭାରତରେ ଅନେକ ଗୁଡିଏ ରୋଚକ ଓ ରହସ୍ୟମୟୀ ପାତ୍ର ମଧ୍ୟ ରହିଛନ୍ତି l ସେଥି ମଧ୍ୟରୁ ଶ୍ରୀଖଣ୍ଡୀ ଜଣେ, ଶ୍ରୀଖଣ୍ଡୀ ଙ୍କ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି, କୁହାଯାଏ ଯେ ଶ୍ରୀଖଣ୍ଡୀ ହିଁ ପିତାମହ ଭୀଷ୍ମ ଙ୍କ ମୃତ୍ୟୁର କାରଣ ଥିଲା l ଶ୍ରୀଖଣ୍ଡୀ କୁ ନେଇ ଯଦି କୌଣସି କଥାର ଅଧିକ ଚର୍ଚା ହୋଇଥାଏ ତାହା ହେଉଛି ତାର ଲିଙ୍ଗ, ଶ୍ରୀଖଣ୍ଡୀ ର ଜନ୍ମ ଗୋଟିଏ କନ୍ୟା ଭାବରେ ହୋଇଥିଲା, କିନ୍ତୁ ସେ ପୁରୁଷ ହୋଇଯାଇ ଥିଲା l

କିଏ ଥିଲା ଶ୍ରୀଖଣ୍ଡୀ ?
ଶ୍ରୀଖଣ୍ଡୀ ର ଜନ୍ମ ପାଞ୍ଚାଳ ଦେଶ ରେ ରାଜା ଦ୍ରୁପଦ ଙ୍କ ଘରେ ହୋଇଥିଲା l କିନ୍ତୁ ଏହି ସମୟରେ ଆକାଶବାଣୀ ହୋଇଥିଲା ଓ ରାଜା ତାଙ୍କୁ ଜଣେ ବାଳକ ଭାବରେ ପାଳନ କରିଥିଲେ, ତାର ଲାଳନ ପାଳନ ଗୋଟିଏ ବାଳକ ପରି ହେବା ସତ୍ୱେ ମଧ୍ୟ କିନ୍ତୁ ପ୍ରକୃତରେ ସେ ଗୋଟିଏ କନ୍ୟା ଥିଲା l ରାଜା ତାଙ୍କର ବିବାହ ଜଣେ କନ୍ୟା ସହିତ କରାଇବା ପରେ ତାର ପତ୍ନୀ ସମସ୍ତ ସତ୍ୟତା ଜାଣିବା ପରେ ତାକୁ ଛାଡି ଚାଲିଗଲା l ଏହାପରେ ସମସ୍ତେ ଶ୍ରୀଖଣ୍ଡୀ ଙ୍କୁ ତିରସ୍କାର କରିଥିଲେ, ଏବଂ ସେ ଏହି ତିରସ୍କାର ର ବ୍ୟଥା କୁ ସହି ନପାରି ଆତ୍ମହତ୍ୟା କରିବା ପାଇଁ ସ୍ଥିର କଲେ, ଏବଂ ଜଙ୍ଗଲ ଅଭିମୁଖେ ଚାଲିଯାଇ ଥିଲେ l ଠିକ ସେହି ସମୟରେ ସ୍ତୁଣକର୍ଣ ନାମକ ଯକ୍ଷ ପ୍ରକଟ ହୋଇ ଶ୍ରୀଖଣ୍ଡୀ ଙ୍କୁ ନିଜର ପୁରୁଷାର୍ଥ ଉଦ୍ଧାର ଆକାରରେ ଦେଇଥିଲେ l ଏବଂ ଯକ୍ଷ ଜଣଙ୍କ କହିଥିଲେ ଯେ ଯେତେବେଳେ ତମର କାର୍ଯ୍ୟ ସମ୍ପୂର୍ଣ ହୋଇଯିବ, ମତେ ମୋର ପୁରୁଷାର୍ଥ ଫେରାଇ ଦେବ l କିନ୍ତୁ ଶ୍ରୀଖଣ୍ଡୀ ପୁରୁଷତ୍ୱ ଲାଭ କରିବା ପରେ ଖୁସିରେ ଯକ୍ଷରାଜ ଙ୍କ କଥାକୁ ଭୁଲିଗଲେ ଓ ପୁରୁଷତ୍ୱ ଫେରାଇବା ପାଇଁ ମନା କରିଥିଲେ l

ଏହାପରେ ଯକ୍ଷ କ୍ରୋଧ ରେ ଶ୍ରୀଖଣ୍ଡୀ ଙ୍କୁ ଅଭିଶାପ ଦେଇଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଏହି ଧରାପୃଷ୍ଠ ରେ ଥିବ ପୁରୁଷତ୍ୱ ଲାଭ କରିପାରିବ ନାହିଁ l ରାଜା ଦ୍ରୁପଦ ଓ ତାର ଶ୍ୱଶୁର ରାଜା ହିରଣ୍ୟବର୍ମା ଖୁବ ଖୁସି ଥିଲେ l

ପୂର୍ବ ଜନ୍ମରେ ରାଜକୁମାରୀ ଥିଲେ ଶ୍ରୀଖଣ୍ଡୀ –
ଶ୍ରୀଖଣ୍ଡୀ ପୂର୍ବ ଜନ୍ମରେ ଜଣେ ରାଜକୁମାରୀ ଥିଲେ, ଯାହାଙ୍କ ନାମ ଆମ୍ବା ଥିଲା, ଯେତେବେଳେ ଆମ୍ବା ର ସ୍ଵୟମ୍ବର ହୋଇଥିଲା ସେତେବେଳେ ଭୀଷ୍ମ ତାର ଅପହରଣ କରିଥିଲେ, କାହିଁକି ଭୀଷ୍ମ ଆମ୍ବା ଙ୍କ ବିବାହ ନିଜ ଭାଇ ବିଚିତ୍ର ବୀର୍ଯ୍ୟ ସହିତ କରାଇବାକୁ ଚାହୁଁଥିଲେ, ଯେତେବେଳେ ଆମ୍ବା ଏହାର ବିରୋଧ କରିଥିଲେ ଭିଷ୍ମ ତାକୁ ଛାଡି ଦେଇଥିଲେ l କିନ୍ତୁ ଅମ୍ବା ଭୀଷ୍ମ ଙ୍କ ନିକଟରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ, ଏବଂ ପର୍ଶୁରାମ ଙ୍କ ସାହାଯ୍ୟ ନେଲେ, କିନ୍ତୁ ପର୍ଶୁରାମ ମଧ୍ୟ ଭୀଷ୍ମ ଙ୍କୁ ହରାଇ ପାରିଲେ ନାହିଁ l ଏହାପରେ ଅମ୍ବା ଭଗବାନ ଶିବ ଙ୍କ ର ତପସ୍ୟା କଲେ ଏବଂ ଶିବ ତାଙ୍କୁ ବରଦାନ ଦେଲେ ଯେ ଏହି ଜନ୍ମ ରେ ତ ଏହା ସମ୍ଭବ ନୁହେଁ l କିନ୍ତୁ ପରଜନ୍ମ ରେ ତୁମେ ଭୀଷ୍ମ ଙ୍କ ମୃତ୍ୟୁର କାରଣ ହେବ l ଏବଂ ପରଜନ୍ମ ରେ ଅମ୍ବା ଙ୍କ ଜନ୍ମ ଶ୍ରୀଖଣ୍ଡୀ ଭାବରେ ହୋଇଥିଲା l

Leave A Reply