Odisha news

କାର୍ ଧକ୍କାରେ ଯୁବକ ଆହତ 

0
ବୁଗୁଡା : ତା ୧୬/୦୪/୨୪ :  ବୁଗୁଡା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗାଁ ଛକରେ କାର୍ ଧକ୍କାରେ ଜନୈକ ବାଇକ୍ ଚାଳକ ଆହତ ହୋଇଥିବା ଜଣାଯାଇଛି । ଆହତ ଜଣକ ହେଲେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ମେଣ୍ଟପଲ୍ଲୀ ଗ୍ରାମର ମହନ୍ତ ନାୟକ । ଘଟଣାରୁ ପ୍ରକାଶ ଯେ , ଆଜି ପୂର୍ବାହ୍ନରେ ମହନ୍ତ ପାଣିକେଶର ଗାଁକୁ ବନ୍ଧୁ ଘରକୁ ଆସି ଫେରୁଥିବା ବେଳେ କରଡ଼ାବାଡ଼ି ଗାଁ ଛକରେ ବାଇକ୍ ଉପରେ ବସିରହିଥିଲେ । ଏ ସମୟରେ ପଛପଟୁ ଏକ କାର ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା ।  ଆହତ ଅବସ୍ଥାରେ ତାଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ଡାହାଣ ପାଦରେ ଏବଂ ଅଣ୍ଟାରେ ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ବେଳେ ଖବର ପାଇ ପୋଲିସ ପହଞ୍ଚି କାରଟିକୁ ଜବତ କରି ଥାନାକୁ ଆଣିଥିବା ଜଣାଯାଇଛି ।
Nalco
Leave A Reply