Odisha news

କୋଟିଏ ରୁଦ୍ରାକ୍ଷରେ ହନୁମାନ ବିଗ୍ରହ,ନଅ ଶହ କୋଟି ନାମ ଉନ୍ମୋଚନ:ଲକ୍ଷେ ବେଲପତ୍ର ଅର୍ପଣ

0

ସ୍ଥାନୀୟ ବାଣୀବିହାର ଗୁରୁକୃପା ଆଶ୍ରମ ରେ ଚାଲିଛି ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପୂଜା।କୋଟିଏ ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ସ୍ଥାପନ କରାଯାଇଛି।ବେଲପତ୍ର ଉପରେ ହନୁମାନ ସିନ୍ଦୁରରେ ତୁଳସୀ କାଠି ସାହାଯ୍ୟରେ ଏକ ଲକ୍ଷ ରାମନାମ ଲେଖା ପତ୍ରକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରାଯାଇଥିଲା।ଏପରିକି ୧୦୮ ଥର ଗାୟତ୍ରୀ ପାଠ ଓ ୨୧ଥର ହନୁମାନ ଚାଳିଶା ଭକ୍ତମାନେ ପଠନ କରିଥିଲେ।ହନୁମାନ ଜୟନ୍ତୀ ପାଇଁ ସଂଗୃହିତ ହୋଇଛି କୋଟିଏ ରୁଦ୍ରାକ୍ଷ।ଏହି ରୁଦ୍ରାକ୍ଷକୁ ସଂଗ୍ରହ କରାହୋଇଛି ନେପାଳ,ୠଷିକେଶ ଓ ହରିଦ୍ୱାର ଅଂଚଳରୁ।ସେଭଳି ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ଵାରା  ଭିନ୍ନ ଭିନ୍ନ ଭାଷାରେ ଲେଖିଥିବା  ରାମନାମ ପତ୍ରିକା ଆସିଛି।ଯାହାକି ନାମ ମନ୍ଦିର ନିର୍ମାଣ ଉଦ୍ଧେଶ୍ୟରେ ଆସିଥିବାରୁ ଏସବୁକୁ ପୂଜା କରାଯାଇଛି ।ଯାହାସବୁ ଗଛିତ ହୋଇଛି ଏବେ ଗୁରୁକୃପା ଆଶ୍ରମରେ।ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ହନୁମାନ ଜୟନ୍ତୀ ଅବସରରେ ଏଠାରେ ନଅ ଶହ କୋଟି ଗଛିତ ନାମ ପତ୍ରିକାକୁ ପୂଜା ହୋଇଛି।ଆଶ୍ରମ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଆତ୍ମାରାମ ମହାରାଜଙ୍କ ନିର୍ଦ୍ଧେଶରେ ଉଦ୍ଧେଶ୍ୟ  ରହିଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବ ଧାରାର ପ୍ରସାର।ଆଉ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ପ୍ରତି ଅଗାଧ ଭଲ ପାଇବାର ନିଦର୍ଶନ।ଏହାର ଗୂଢ କଥା ହେଲା ଭଗବାନଙ୍କ ସାନିଧ୍ୟ ନିମନ୍ତେ ଜପ,ତପ, ଓ ଧ୍ୟାନର ପନ୍ଥା ସାଧୁସନ୍ଥ ମାନେ ଆରମ୍ଭ କରିଥିଲେ।ମନୁଷ୍ୟର ମନ ଏଥିରୁ ବିଚ୍ୟୁତ ହେବାରୁ ରାମ ନାମକୁ ଲେଖା ମାଧ୍ୟମରେ ପ୍ରକାଶ କରି ସଂଯମତାର ମନ୍ତ୍ର ଶିକ୍ଷା ଦେଇଥିଲେ।
ମଧ୍ୟପ୍ରଦେଶର ସତାନାର ମାନସଂଘ ସ୍ଥିତ ରାମବନରେ ୧୫୦ କୋଟି ସ୍ଥାପନ ହୋଇ ତିଆରି ହୋଇଛି ନାମ ମନ୍ଦିର।ସେହିଭଳି କଲିକତାରେ ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ରାମ ପତ୍ରିକା ପୂଜା ପାଉଛି।ନେପାଳ ପଶୁପତିଙ୍କ ନିକଟରେ ଅଛି ନାମ ପତ୍ରିକା ସ୍ତୁପ।ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମ ପତ୍ରିକା ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି।ତେବେ ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧିକ  ୯ଶହ କୋଟି ନାମ ସଂଗୃହିତ ହୋଇ ଗଚ୍ଛିତ କରାଯାଇ ଥିବା ଭକ୍ତ ଓ ନାମ ପ୍ରେମୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉଲ୍ଲାସ ସୃଷ୍ଟି କରିଛି।ସେହିଭଳି ସହର ର ଲାଲା ଗୋର୍ଜି ଛକ,ଅଶୋକ ସିନେମା ହଲ, ଗାନ୍ଧୀ ନଗର, ସବ୍ ଜେଲ ପରିସର ଓ ଜଗନ୍ନାଥ ମନ୍ଦିରରେ ଥିବା  ହନୁମାନ ମନ୍ଦିରରେ ମଧ୍ୟ ଶତାଧିକ ଭକ୍ତ ଙ୍କ ଉପସ୍ଥିତି ରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ହନୁମାନ ଜୟନ୍ତୀ ସହ ପଣା ସଂକ୍ରାନ୍ତି ପାଳିତ ହୋଇଛି।ଚିନ୍ମୟ ମିଶନ ଆସିକା ଶାଖା ଆନୁକୂଲ୍ୟରେ ହନୁମାନ ଜୟନ୍ତୀ ଉପଲକ୍ଷେ ସତସଙ୍ଗ ହଲରେ ଶ୍ରୀହନୁମାନ ସହସ୍ରନାମ ଅର୍ଚନା ଓ ପୂଜା ସ୍ୱାମୀ ଗୋବିନ୍ଦାନନ୍ଦ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି।

Ad2
Leave A Reply