ରାଜନଗର : ଓଡିଆ ନୂଆ ବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଅବସରରରେ ଉପକୂଳ ଓଡିଶାର ଅନ୍ୟତମ ଶକ୍ତିପୀଠ ମା’ମାଟିଆ ମଙ୍ଗଳାଙ୍କ ପୀଠରେ ଆଜି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା। ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମା’ଙ୍କ ଦର୍ଶନ କରି ଯିବା ପରେ ମା’ଙ୍କ ପୀଠରେ ବିଜୁ ଜନତା ଦଳର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ପହଁଚିଥିଲେ। ମା’ଙ୍କ ଦର୍ଶନ କରି ଆଶ୍ରିର୍ବ।ଦ ଭିକ୍ଷା କରିଥିଲେ। ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହିତ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବ୍ଲକ ବିଜେଡି ସଭାପତି ନିରଂଜନ ରାଉତ, ଆତ୍ମାର ଅଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ,ଚାନ୍ଦିବାଉଶମୂଳ ପଂଚାୟତର ସରପଂଚ ଚିତ ରଂଜନ ପଣ୍ଡା, ସମିତିସଭ୍ୟ ସଶ୍ମିତା ସ୍ୱାଇଁ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦଶେକ ଅରୁଣ କୁମାର ସାହୁ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ବୈବର୍ତ ନାରାୟଣ ବିଶ୍ୱାଳ, ଦେବେନ୍ଦ୍ର କୁମାର ଜେନ, ସରୋଜ କୁମାର ରାଉତ, ମଳୟ ଓଝା, ରଂଜନ କୁମାର ରାଉତ, ମୋହନ କୁମାର ଦାସ, ଗଗନ ବଳ, ବିଜୟ ନାୟକ, ସୁବାଷ ଜେନା, ରବିନ୍ଦ୍ର ସିଂ ପ୍ରମୁଖ ଶତାଧିକ କର୍ମୀ ମା’ଙ୍କ ଦର୍ଶନ କରି ଆଶ୍ରିର୍ବ।ଦ ଭିକ୍ଷା କରିଥିଲେ। ସୂଚନା ଯୋଗ୍ୟ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ୪୫ହଜାର ରୁ ଉର୍ଦ୍ଧ୍ବ ଭକ୍ତ ମା ଙ୍କୁ ଦର୍ଶନ କରିଥଲେ। ମା ମଙ୍ଗଳା ଙ୍କ ଆଜିର ବଡ଼ ପର୍ବର ସୁରକ୍ଷା ପାଇଁ ଆଇଆଇସି ଅଜୟ କୁମାର ଜେନା ଙ୍କ ନେତୃତ୍ୱ ରେ ପୋଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।