Odisha news

ଅସୁରକ୍ଷିତ ଅସ୍ତରଙ୍ଗ, ରାତି ହେଲେ ଚିନ୍ତା ରେ ଅନ୍ତେବାସୀ

0
ଅସ୍ତରଙ୍ଗ, ଗ୍ରାମାଞ୍ଚଳ ର ଲୋକ ମାନଙ୍କ ପାରମ୍ପରିକ କାର୍ଯ୍ୟ କୃଷି, ଓ  କ୍ଷେତବାଡ଼ି ରୁ କାର୍ଯ୍ୟ ସାରି ଆସିବା ପରେ କଂସେ ପଖାଳ ଖାଇ ଦେଇ ଦାଣ୍ଡ ପିଣ୍ଢା ରେ କାଟୁଥିଲେ ରାତି । ନା ଥିଲା ଷ୍ଟ୍ରିଟ ଲାଇଟ ର ସୁବିଧା ନା ଥିଲା ବିଜୁଳି, ମେଘ ହେଉ ଶୀତକାକର ର ରାତି ବା ହେଉ ଡୁହୁଡୁହୁ ଖରା ଦିନର ରାତି କେବଳ ଗାଁ ପିଣ୍ଢା, ମନ୍ଦିର ବାରଣ୍ଡା ସାଜିଥିଲା ଲୋକ ଙ୍କ ବିଶ୍ରାମ ସ୍ଥଳୀ, କିନ୍ତୁ ଯୁଗ ପରିବର୍ତ୍ତନ ହେଇଛି, ଗାଁ ଗାଁ ରେ ଜଳୁଛି ବିଜୁଳି ବଲ କିନ୍ତୁ ରାତି ହେଲେ ପଡୁଛି ତାଟି କବାଟ । କାରଣ ଅସ୍ତରଙ୍ଗ ଅଞ୍ଚଳ ରେ ମାତିଛନ୍ତି କାଳ ରାତ୍ରିର  ଲୁଟେରା,ଯାହା ଫଳରେ କି, କାଟି ଦେଉଛନ୍ତି ଲୁହା ଗ୍ରିଲ, ଭାଙ୍ଗୁଛନ୍ତି ସିମେଣ୍ଟ କାନ୍ଥ, ଘରେ ପଶି ବୁଲାଉଛନ୍ତି କଳା କନା ଇତ୍ୟାଦି । ଶାନ୍ତି ରେ ଶୋଇପାରୁନାହାନ୍ତି ଅସ୍ତରଙ୍ଗ ଅନ୍ତେବାସୀ, ଶୋଇବେ ବା କିପରି, ଯଦି ଡାକୁ ଘରେ ପଶିଯିବେ, ଏହି ଚିନ୍ତା ରେ ନିଜେ ନିଜର ସୁରକ୍ଷା ଦାୟିତ୍ୱ ନେଉଛନ୍ତି ।  କିଛି ଦିନ ତଳେ ଅସ୍ତରଙ୍ଗ ବ୍ଲକ ଆଳସାହି ଗ୍ରାମ ର ବିଷ୍ଣୁ ମଳିକ  ଙ୍କ ଘରୁ ହୋଇଥିଲା ଫିଲ୍ମ ଷ୍ଟାଇଲ ର ହାଇପ୍ରୋଫାଇଲ ଚୋରୀ, ଘଟଣା ସ୍ଥଳରେ ପହଁଚିଲା ପୋଲିସ, ଫରେନସିକ ଟିମ୍, କୁକୁର, ଚାଲିଲା ତଦନ୍ତ କିନ୍ତୁ ଏଯାଏ ମିଳିଲାନି ଲୁଟେରା ଙ୍କ ପତା, । ଠିକ କିଛି ମାସ ପରେ ବୁଧବାର ଦିନ ନଈଗୁଆଂ ଗ୍ରାମ ରେ ୨ ଟି ପୃଥକ ପୃଥକ ଘର ଯଥା ଚକ୍ରଧର ସେଠି ଓ ବାବାଜୀ ସ୍ୱାଇଁ ଙ୍କ ଗ୍ରିଲ ତାଡି କଳାକନା ବୁଲାଇଛନ୍ତି ଲୁଟେରା ଯାହାକୁ ନେଇ ଗୁରୁବାର ଦିନ ଉକ୍ତ ପରିବାର ତରଫରୁ କାକଟପୁର ଥାନା ରେ ହୋଇଛି ୨ ଗୋଟି ଲିଖିତ ଅଭିଯୋଗ । ,ଲୁଟେରା ଗ୍ୟାଙ୍ଗ କବଳ ରେ କେବଳ ଘର ନୁହେଁ, ବାଇକ ରେ ଯାଉଥିବା ଲୋକ ଙ୍କୁ କରୁଛନ୍ତି ଶିକାର । ଅସ୍ତରଙ୍ଗ ଅଞ୍ଚଳ ରେ ଜଣେ ଦମ୍ପତି ଙ୍କୁ ମଙ୍ଗଳବାର ରାତିରେ ଲଙ୍କାଗୁଣ୍ଡ ପକାଇ ତାଙ୍କ ଠୁ ଲୁଟ କରି ଚାଲିଗଲେ ଲୁଟେରା ।  ଅସ୍ତରଙ୍ଗ ଅଞ୍ଚଳ ବର୍ତ୍ତମାନ ଲୁଟେରା ଙ୍କ କବ୍ଜା ରେ । ଏମାନେ ଆଞ୍ଚଳିକ ଲୁଟେରା ନା ବାହାରୁ ଆସୁଛନ୍ତି ତାହା ବି ସନ୍ଦେହ ଘେର ରେ।  କେବେ ଅସ୍ତରଙ୍ଗ ବାସୀ ଶାନ୍ତି ରେ ନିଶ୍ୱାସ ମାରିବେ ତାହା ଏବେ ଚିନ୍ତା ର କାରଣ ହୋଇଛି, ଓ ଏହି ଲୁଟେରା ଗ୍ୟାଙ୍ଗ ର ଅସ୍ତରଙ୍ଗ ପୋଲିସ କେବେ  ପର୍ଦାଫାସ କରିବ ,ସେହି ସମୟ କୁ ଅପେକ୍ଷା l
Leave A Reply