Odisha news

ପି.ସି.ଏଲ୍ ର ଦିତୀୟ ସଂସ୍କରଣ  ଫାଇନାଲ ମ୍ୟାଚ୍ ରେ ଜି.ଡି.ସି ବ୍ଳାଷ୍ଟର ବିଜୟୀ

0
ପାରାଦୀପ : ଶୁକ୍ରବାର ଦିନ ଉଦଯାପନ ହୋଇଛି ପାରାଦୀପ କ୍ରିକେଟ୍ ଲିଗ୍ (ପି.ସି.ଏଲ୍) ଟୁର୍ଣ୍ଣାମେଣ୍ଟ। ୧୪ ଦିନ ବ୍ୟାପୀ ଏହି ଟୁର୍ଣ୍ଣାମେଣ୍ଟ୍ ଚାଲିଥିଲା ବେଳେ, ଆଜି ଉଦଯାପନୀ ମ୍ୟାଚ୍ ରେ ଜି.ଡି.ସି ବ୍ଳାଷ୍ଟର ଓ ଶ୍ରୀରାମ ସ୍ପୋର୍ଟଙ୍ଗି ମୁହାଁ ମୁହିଁ ହୋଇଥିଲେ।ପ୍ରଥମ ଟସ୍ ଜିତି ଜି.ଡି.ସି ବ୍ଳାଷ୍ଟରବ୍ୟାଟିଂ ର ନିଷ୍ପତ୍ତି ନେଇଥିଲା। ୧୯ ଓଭର .୧ଟି ବଲରେ ତାର ମୁଲ୍ୟବାନ ୧୦ ଟି ଉଇକେଟ୍ ହରେଇ ଜି.ଡି.ସି ବ୍ଳାଷ୍ଟର ୧୫୨ ରନ୍ କରିଥିଲା , ଶ୍ରୀରାମ ସ୍ପୋର୍ଟଙ୍ଗି ୧୬ ଓଭର ସୁଧା ଅଲ୍ ଆଉଟ୍ ହୋଇ ମାତ୍ର୧୦୪ ରନ୍ କରି ପାରିଥିଲା।ଏହି ମ୍ୟାଚ୍ ରେ ମ୍ୟାନ ଅଫ୍ ଦି ମ୍ୟାଚ୍  ଜି.ଡି.ସି ବ୍ଳାଷ୍ଟରର କ୍ୟାପଟେନ୍ ଶମ୍ଭୁନାଥ ବେହେରା ହୋଇଥିଲା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରିରାମ ସ୍ପୋର୍ଟଙ୍ଗି ର ଅମିତ୍ ସାହୁ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ  ହୋଇଛନ୍ତି।
ଦୁଇ ଅମ୍ପୟାର୍ ନିହାର ରଞ୍ଜନ  ବଳିଆର ସିଂହ ଓ ଦେବେନ୍ଦ୍ର ନାୟକ ଏହି ମ୍ୟାଚ୍ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦ ର ଅଧକ୍ଷ ବସନ୍ତ କୁମାର ବିଶ୍ଵାଳ, ବରୁଣ ମିଶ୍ର,  ଡ଼ଃ ଦୁର୍ଗା ପ୍ରସାଦ ସେଠୀ ,ଉପ ଯାତାୟାତ ପ୍ରବନ୍ଧକ ଶ୍ରିମନ ନାରାୟଣ ମିଶ୍ର, ଅକ୍ସତ୍ ପଟେଲ ସିଆଇଏସଏଫ୍ କମାଣ୍ଡାଟ୍  ,ସୁବାଷ ଆଚାର୍ଯ୍ୟ ଙ୍କ ସହିତ ପି.ସି.ଏଲ୍ ର ସଭାପତି ରବି ଦାସ, ଉପ ସଭାପତି ସୁବାସ ଆଚାର୍ଯ୍ୟ/ ଅକ୍ଷୟ କୁମାର ସୁତାର ,କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ପତୀ,ସାଧାରଣ ସମ୍ପାଦକ ଜୁନିତ୍ କୁମାର ଦାସ ଯୁଗ୍ମ ସଭାପତି ଭରଦ୍ୱାଜ ସାହୁ/ ଅଧିର ରଞ୍ଜନ ସାହୁଙ୍କ ନେତୃତ୍ୱରେ ପାରାଦୀପ ମଧୁବନ ଏନ୍.ଏ.ସି ପଡ଼ିଆ ଠାରେ ଏହି ୧୪ ଦିନିକିଆ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି।
Ad2
Leave A Reply