ଆସିକା : ଆସିକା ପୌର ପରିଷଦ ଅଧୀନ ୧୭ନମ୍ବର ୱାର୍ଡର ଶାସ୍ତ୍ରୀନଗର ସାହି କମିଟି ପକ୍ଷରୁ ପୋଚାଲୁଣ୍ଡି ଦଣ୍ଡ ନାଚ ଗୁରୁବାରରେ ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟୁଷ ରେ ପୋଚାଲୁଣ୍ଡି ଦଣ୍ଡ ଦଳ କୁ ବିଧି ବିଧାନ ଅନୁଯାୟୀ ବରଣ କରାଯାଇ ମଧ୍ୟାହ୍ନ ରେ ଶାସ୍ତ୍ରୀ ନଗର ରେ ଧୂଳିଦଣ୍ଡ ଅପରାହ୍ନ ରେ ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ହୋଇ ଥିଲା ।ସନ୍ଧ୍ୟାରେ ଆଳତି ସମୟ ରେ ଦେବ ଦେବ ମହାଦେବ ଓ ମହାକାଳି ଆଳତୀ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମି ଥିଲା। ରାତି ରେ ସାମାଜିକ ନାଟକ କହ୍ନେଇ ରଜା ମୋ ବାଇଦ ବଜା ମଞ୍ଚସ୍ଥ ହୋଇଥିଲା l ଦିନ ତମାମ ଶାସ୍ତ୍ରୀ ନଗର ରେଢୋଲ ମହୁରୀ ଶଦ୍ଦ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବାବେଳେ ସାହି କମିଟି ପକ୍ଷରୁ ସଭାପତି ଉମା ମହେଶ୍ବର ଦାସ, ସମ୍ପାଦକ ପଦ୍ମ ଲୋଚନ ଶତପଥୀ, ଉପସଭାପତି ସୁନୀଲ କୁମାର ଗୌଡ, କୋଷାଧ୍ୟକ୍ଷ ତ୍ରିଲୋଚନ ପାତ୍ର ବିପିନ ବିହାରୀ ଦାଶ, କୃଷ୍ନ ପ୍ରିୟା ଦାଶ, ବୁଲୁ ମିଶ୍ର, ରାମ ଚନ୍ଦ୍ର ମିଶ୍ର, ନିର୍ମଲ କୁମାର ଦାସ, ରାଜେଶ କୁମାର ମିଶ୍ର, ଲୁନା ଦାଶ, ସଙ୍କର ସାହୁ, ଶିବ ଶଙ୍କର ମିଶ୍ର, ସନ୍ତୋଷ କୁମାର ସାମନ୍ତରା, ପ୍ରଶାନ୍ତ କୁମାର ତ୍ରିପାଠୀ, ଲକ୍ଷ୍ମୀ କାନ୍ତ ପଟ୍ଟନାୟକ ଓ ସମସ୍ତ ସାହିବାସୀ ଏଥିରେ ସହଯୋଗ କରିଥିଲେ l