Odisha news

ପଣାସଂକ୍ରାନ୍ତି ଲାଗି ଭାଟପଡା ଭଗବତୀ ମା’ତାରିଣୀ ପୀଠ ଉତ୍ସବ ମୁଖର

0

ତିହିଡି, ୧୧/୦୪(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ଭାଟପଡାସ୍ଥିତ ଭଗବତୀ ମା’ ତାରିଣୀ ପୀଠ ପଣାସଂକ୍ରାନ୍ତି ଲାଗି ଉତ୍ସବ ମୁଖର ହୋଇଉଠିଛି । ଗତ ୧୦ ତାରିଖ ଠାରୁ ଏଠାରେ ମା’ଙ୍କର ବାର୍ଷିକ ପୁଜା ଉତ୍ସବ ଆରମ୍ଭ ହୋଇଛି । ଏହା ଆସନ୍ତା ୧୪ ତାରିଖ ଯାଏଁ ଚାଲିବ । ଏହି ଅବସରରେ ଗତ ୧୦ ତାରିଖରେ ଅଷ୍ଟମପ୍ରହର ନାମ ସଂକୀର୍ତ୍ତନ, ୧୧ ତାରିଖରେ ବିଶ୍ୱକଲ୍ୟାଣ ମହାଯଜ୍ଞ ଆରମ୍ଭ ହୋଇ ୧୩ ତାରିଖରେ ପୂର୍ଣ୍ଣାହୂତି ଓ ୧୪ ତାରିଖରେ ପାଟୁଆ ଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରତ୍ୟହ ସନ୍ଧ୍ୟାରେ ମା’ଙ୍କ ପୀଠରେ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପÿରିବେଷଣ କରାଯିବ । ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ମା’ଙ୍କ ପୀଠରେ ଉପସ୍ଥିତ ହୋଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ କାମନା କରୁଛନ୍ତି । ମା’ ତାରିଣୀ ପୂଜା କମିଟିର ସଭାପତି ତା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ସମ୍ପାଦକ ସୀତାକାନ୍ତ ନାୟକ, ସଦସ୍ୟ ଲକ୍ଷ୍ମୀଧର ପତି, ରଘୁନାଥ ପାତ୍ର, ଯଦୁମଣି ପାଣିଗ୍ରାହୀ, ଶୁକଦେବ ମଳିକ, ତପନ ମିଶ୍ର, ପ୍ରତାପ ଜେନା, ଦେବବ୍ରତ ପାଢୀ, ତାାପସ କୁଣ୍ଡ, ରମାକାନ୍ତ ପଣ୍ଡା, ମାୟାଧର ବାରିକ, ଗିରିଜା ଦାସ, ସନାତନ ସାହୁ ଓ ମାନସ ତ୍ରିପାଠୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ସମଗ୍ର ଜିଲ୍ଲାରେ ଆରାଧ୍ୟ ଦେବୀ ଭାବେ ପୂଜାପାଉଥିବା ଭାଟପଡା ମା’ ତାରିଣୀଙ୍କ ପୀଠକୁ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆଗମନ କରିବା ସହ ମା’ଙ୍କ ଠାରେ ମାନସିକ ରଖିଥାନ୍ତି ଓ ମାନସିକ ପୂରଣ ପରେ ଏଠାକୁ ଆସି ପୂଜାର୍ଚ୍ଚନା କରିବାର ପରମ୍ପରା ବହୁ ଦିନରୁ ରହି ଆସିଛି ବୋଲି ମା’ଙ୍କର ପୂଜକ ଦୀନବନ୍ଧୁ ବେହେରା ପ୍ରକାଶ କରିଛନ୍ତି ।

Govt
Leave A Reply