ଆଠଗଡ଼ ତା ୧୦-୦୪-୨୪ ଆଜି ଅପରାହ୍ନରେ ଆଠଗଡ଼ ଥାନା ଅନ୍ତର୍ଗତ ମହୀଧରପୁର ଗ୍ରାମ ରେ ଗୁଳିକାଣ୍ଡ କରି ଦୁର୍ବୃତ ଫେରାର ହୋଇଛନ୍ତି।ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାରୁ ପ୍ରକାଶ ମହୀଧରପୁର ଗ୍ରାମ ର ବୀରବର ପଲେଇ ଙ୍କ ପୁଅ ବିଶ୍ବଜିତ ପଲେଇ (୨୬) ଙ୍କୁ ସେହି ଗ୍ରାମର ମେଘନାଦ ପଲେଇ ଙ୍କ ପୁଅ ଦିଲୁ ପଲେଇ (୩୦) ଦାଦା ବଟି କୁ ନେଇ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ବିଶ୍ବଜିତ ଆଜି ଅପରାହ୍ନରେ ନିଜର ଟ୍ରାକ୍ଟର ରେ ମାଟି ଉଠାଇ ଜଣଙ୍କ ବିଲରେ ପାଉଥିବା ବେଳେ ଦିଲୁ ଏକ କାରରେ ନିଜର ସହଯୋଗୀଙ୍କ ସହିତ ସେଠାରେ ପହଞ୍ଚି ବଟି ମାଗିଥିଲା।ବଚସା ହେବା ପରେ ଦିଲୁ ଏକ ବନ୍ଧୁକ ବାହାର କରି ବିଶ୍ବଜିତ ଉପରକୁ ଗୁଳି ଚଳାଇଥିବା ବେଳେ ଗୁଳିଟି ବିଶ୍ବଜିତ ର ଡାହାଣ ପେଟ ପାଖରେ ବାଜି ଥିଲା। ଗୁଳିକାଣ୍ଡ କରି ଦୁବୃର୍ତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଗୁରୁତର ଆହତ ବିଶ୍ଵଜିତ ଙ୍କୁ ତୁରନ୍ତ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି।