Odisha news

ଗୁପ୍ତଗଙ୍ଗା ପୀଠରେ ଐତିହାସିକ ବାରୁଣୀ ମେଳା

0

ତିହିଡି, ୦୭/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଅଚକ ଗ୍ରାମ ପଞ୍ଚାୟତର ବରୁଣେଇଠାରେ ଥିବା ଗୁପ୍ତଗଙ୍ଗା ପୀଠରେ ଐତିହାସିକ ବାରୁଣୀ ମେଳା ଆରମ୍ଭ ହୋଇଛି । ଏହି ମେଳା ଦୁଇଦିନ ଧରି ·ଲିବ । ସନ୍ଥ ରାମାନୁଜ ଦାସ ମହାରାଜଙ୍କ ଆଶ୍ରମ ଓ ଗୁପ୍ତଗଙ୍ଗା ଠାରେ ଏକ ଅଦୃଶ୍ୟ ଝର ରହିଛି । କେବଳ ବାରୁଣୀ ମେଳା ଦ୍ୱାଦଶୀ ତିଥିରେ ଗୁପ୍ତଗଙ୍ଗା ଠାରେ ଗଙ୍ଗାଙ୍କ ଅଦୃଶ୍ୟ ଝରରେ ପାଣି ବାହାରିବାର ନଜିର ରହିଛି । କିଛିବର୍ଷ ତଳେ ଏହି ପୋଖରୀର ପଙ୍କ ଉଦ୍ଧାର ସମୟରେ ଗୁପ୍ତଗଙ୍ଗାର ଝର(ଭବ)ରେ ବାହାରୁଥିବା ପାଣିକୁ ଆୟତ୍ତ କରାଯାଇପାରି ନଥିବା ବେଳେ ସେଠାରେ ପଥର ଦେଇ ବନ୍ଦ କରାଯାଇଥିଲା । ତଥାପି ଏଠାରେ ଏବେବି ଆପେ ଆପେ ପାଣି ବାହାରୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସାଧୁସନ୍ଥ ମାନେ ମତବ୍ୟକ୍ତ କରିଥାନ୍ତି । ଏହି ପୀଠରେ ବାରୁଣୀ ମେଳା ଦିନ ଶତାଧିକ ଶ୍ରଦ୍ଧାଳୁ ବୁଡ ପକାଇଥାନ୍ତି । ପ୍ରତିବର୍ଷ ଚୈତ୍ରମାସ କୃଷ୍ଣପକ୍ଷ ପବିତ୍ର ଦ୍ୱାଦଶୀ ତିଥିରେ ଶ୍ରଦ୍ଧାଳୁମାନେ ଏଠାରେ ସ୍ନାନ କରି ନିଜକୁ କୃତାର୍ଥ ମନେ କରିଥା’ନ୍ତି । ଭଦ୍ରକ ଜିଲ୍ଲା ତଥା ଆଖପାଖ ଅଞ୍ଚଳରୁ ବହୁ ଶଦ୍ଧାଳୁଙ୍କ ଭିଡ ଲାଗିଥାଏ । ସଦ୍ୟ ବିବାହିତ ଦମ୍ପତିଙ୍କ ବିଭାହ ସମୟରେ ବ୍ୟବହାର କରାଯାଇଥିବା ନୋଳ, ମୁକୁଟ ଓ ପଇଡି ମଶିଣା ଉକ୍ତ ଜଳରେ ବିଷର୍ଜନ କଲେ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମଳ ହୋଇଥାଏ ବୋଲି ବିଶ୍ୱାସ ଅତୁଟ ରହିଛି । ଅତୀତରେ ତିହିଡି ବ୍ଲକ ବରୁଣେଇ-ସାନ୍ତରାପୁର ମଧ୍ୟମ ସ୍ଥଳର ଏହି ଗୁପ୍ତଗଙ୍ଗାରେ ବିଭିନ୍ନ ସାଧୁ ସନ୍ଥମାନେ ନିଜର ଆଶ୍ରମ ପ୍ରତିଷ୍ଠା କରି ନିଜର ଅଲୌକିକ ପ୍ରତିଭା ବଳରେ ଜନ ମାନସକୁ ଏକ ଶୁଦ୍ଧ, ପବିତ୍ର ଓ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୃଦ୍ଧ କରାଇପାରିଥିଲେ । ସନ୍ଥ ରାମାନୁଜ ଦାସ ମହାରାଜ ଏଠାରେ ନିଜର ଆଶ୍ରମ ପ୍ରତିଷ୍ଟା କରିବା ପୂର୍ବରୁ ୧୯୪୮ ମସିହାରେ ସ୍ୱପ୍ନାଦେଶ ପାଇ ଗୁପ୍ତ ଗଙ୍ଗାର ସନ୍ଧାନରେ ଏହି ଗୁପ୍ତଗଙ୍ଗା ନାମକ ସ୍ଥାନକୁ ଚିହ୍ନଟ୍ କରିବା ସହ ମାଟି ତଳୁ ପ୍ରବାହିତ ଜଳର ଉତ୍ସ ଠାବ କରିଥିଲେ । ସେହିଦିନରୁ ଏଠାରେ ବାରୁଣୀ ମେଳାର ଅୟମ ଆରମ୍ଭ ହୋଇଛି । ପ୍ରକାଶ ଥାଉକି, ଏହି ଆଶ୍ରମ ପରିସରରେ ବହୁ ବର୍ଷ ତଳେ କୋଣାର୍କର ଏକ ଅବିକଳ ପ୍ରତିମୂର୍ତ୍ତି ଓ ଆକାରରେ ଛୋଟିଆ ମନ୍ଦିରଟିଏ ନିର୍ମାଣ କରିବାକୁ ଶୁଭାରମ୍ଭ କରାଯାଇଥିଲା । ତେବେ ଏହି ମନ୍ଦିର ନିର୍ମାଣ କଲେ ବିପଦର ସମ୍ଭାବନା ରହିଛି ବୋଲି ସନ୍ଥ ରାମାନୁଜ ଦାସ ମହାରାଜଙ୍କୁ ସ୍ୱପ୍ନାଦେଶ ଥିଲା । ସେବେଠାରୁ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ତେବେ କାନ୍ଥ ଫାଟିଯିବା ପରେ ଏହାକୁ ଭାଙ୍ଗି ଦିଆଯାଇଛି । ଉକ୍ତ ସ୍ଥାନରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ ଯାହା ପାଇଁ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ୬ ଲକ୍ଷ ଅନୁମୋଦିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତାରେ ୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ମଠର ମରାମତି ସହ ରଙ୍ଗ ମଧ୍ୟ ଦିଆ ଯାଇଛି । ସେହିପରି ୪ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ତେବେ ପାଚେରୀ ନିର୍ମାଣ କରାଗଲେ ମଠର ସୁରକ୍ଷା ବଜାୟ ରହିବ ବୋଲି ଦାବି କରାଯାଇଛି । ମଠର ମହନ୍ତ ବିଷ୍ଣୁଚରଣ ଦାସଙ୍କ ସମେତ ମଠ ପରି·ଳନା କମିଟିର ଗଣେସ ପ୍ରସାଦ ବିଶ୍ୱାଳ, ରଣଜିତ ବିଶ୍ୱାଳ, ଭାଗିରଥି ମଲ୍ଲିକ, ଶଙ୍କର୍ଷଣ ଦଳେଇ, ଗୌରାଙ୍ଗ ମଲ୍ଲିକ, ସନ୍ତୋଷ ମଲ୍ଲିକ, ଚକ୍ରଧର ମଲ୍ଲିକ ଓ ବାବୁଲୀ ମଲ୍ଲିକ ପ୍ରମୁଖ ବାରୁଣୀ ମେଳା ପରି·ଳନା କରୁଥିବା ଜଣାଯାଇଛି ।

Leave A Reply