ଦଶପଲ୍ଲା : ଦଶପଲ୍ଲା ଥାନା ପୁରୁଣା ଦଶପଲ୍ଲା ରେ ଜଣେ ଦିଵ୍ୟାଙ୍ଗ ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତ୍ତିକରି ପୋଲିସ ଜଣେ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଙ୍କ ନାଁ ଦିବାକର ପରିଡା ଓରଫ ଲିପୁ । ସୂଚନା ଅନୁଯାୟୀ, ପୁରୁଣା ଦଶପଲ୍ଲା ଗ୍ରାମର ଜଣେ ଦିଵ୍ୟାଙ୍ଗ (ଅନ୍ଧୁଣି)ମହିଳା ଗ୍ରାମ ନିକଟ ପୋଖରୀ କୁ ଶୌଚ ହେବାକୁ ଯାଇଥିଲେ । ମହିଳା ଜଣକ ଶୌଚ କାମ ସାରି ଘରକୁ ଫେରୁଥିବା ବେଳେ ପୋଖରୀ ନିକଟରେ ଏକ ଅଜବେଷ୍ଟ ଘରେ ମଦ ପିଉଥିବା ୩ ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ଏହି ସମୟ ରେ ଦିବାକର ମହିଳା ଙ୍କୁ ଅଶ୍ଳୀଳ କଥା କହିବା ସହ ମହିଳାଙ୍କୁ ଘରଭିତରକୁ ନେଇ ଯାଇଥିଲେ । ଦିଵ୍ୟାଙ୍ଗ ମହିଳା ଜଣକ ପାଟିକରିବାରୁ ତାଙ୍କୁ ମାଡ଼ ମାରି ତାର ଦାନ୍ତ ଭାଙ୍ଗି ଦେବା ସହ ପିନ୍ଧିଥିବା ଲୁଗା ଭିଡି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ମହିଳା ଙ୍କ ପାଟି ଶୁଣି ନିଟସ୍ଥ ଗ୍ରାମବାସୀ ପହଂଚି ଯିବାରୁ ଦିବାକର ଓ ମଦପିଉଥିବା ତାର ସାଙ୍ଗମାନେ ଦୌଡି ପଳାଇଥିଲେ । ପରେ ଦିଵ୍ୟାଙ୍ଗ ଭାଇ ଏ ସମ୍ପର୍କରେ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦିବାକର ଓରଫ ଲିପୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଯୁବକ ଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ନାପସନ୍ଦ କରିଛନ୍ତି ।