Odisha news

ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ଓ ତାର ମାହାତ୍ମ୍ୟ ଉପରେ ଶୀର୍ଷକ ଆଲୋଚନା ଚକ୍ର ଉଦଯାପିତ

0
କାକଟପୁର:-1/4 ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ,କାକଟପୁର ଶାଖା ଆଶ୍ରମ ପକ୍ଷରୁ କାକଟପୁରର ନୂତନ ବସଷ୍ଟାଣ୍ଡ ସମ୍ମୁଖ ପଡ଼ିଆରେ ୩ଦିନ ଧରି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ମହୋତ୍ସବ  ଉଦଯାପିତ ହୋଇଯାଇଛି।ମନୁଷ୍ୟ ମାନଙ୍କ ମଧ୍ୟରେ ସୁପ୍ତ ଧର୍ମୀୟ ଭାବନାକୁ ଜାଗ୍ରତ କରି ଜୀବଦୟା, ବିଭିନ୍ନ ସଂପ୍ରଦାୟର ମଧ୍ୟରେ ଭାଇଚାରା, ସ୍ନେହ, ଶ୍ରଦ୍ଧା,ନିଶା ସେବନରୁ ଦୁରେଇ ରହି ସୁସ୍ଥ ପାରିବାରିକ ପରିବେଶ, ମୂଲ୍ୟଯୁକ୍ତ ଶିକ୍ଷା ପ୍ରଦାନ କରି ପରମାତ୍ମା ଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଏହିଭଳି ଏକ ମହୋତ୍ସବର ଆୟୋଜନ  କରାଯାଇଥିଲା । ପ୍ରଥମ ଦିବସରେ  ମୁଖ୍ୟ ଅତିଥି ପୁରୀ, ସାଧନା କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ଡକ୍ଟର ନିରୁପମା, ମୁଖ୍ୟବକ୍ତା ପ୍ରଫେସର ଡକ୍ଟର  ହରିହର ହୋତା, ପ୍ରାକ୍ତନ କୁଳପତି ଶ୍ରୀ ଜଗନ୍ନାଥ  ବିଶ୍ଵବିଦ୍ୟାଳୟ ପୁରୀ, ସମ୍ମାନିତ ଅତିଥି ବ୍ରହ୍ମା  କୁମାରୀ ଅନୁପମା,ବିକେ କୁନ୍ତଳା,ପ୍ରମୁଖଙ୍କ ଭାବାବେଗ ଭାଷଣ ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜ୍ୟୋତିର୍ଲିଙ୍ଗ ଦର୍ଶନ କରି  ଶ୍ରଦ୍ଧାଳୁମାନେ ଆତ୍ମସନ୍ତୋଷ ଲାଭ କରିଥିଲେ। ଏହି ଧାର୍ମୀୟ ଉତ୍ସବଟିର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଡ଼ଃ ସନ୍ତୋଷ କୁମାର ମିତ୍ର, ପଣ୍ଡିତ ତ୍ରିଲୋଚନ ମିଶ୍ର, ଯୋଗଦେଇ ଆଜିର ସମାଜରେ ପୂଜ୍ୟପୂଜାର ଅବକ୍ଷୟ,ସମୟରେ (ଓଁ ଶାନ୍ତି) ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ କାକଟପୁର ଶାଖା ଆଶ୍ରମ ପକ୍ଷରୁ କରାଯାଇଥିବା ଏଭଳି ଏକ ପ୍ରୟାସ ପାଇଁ  ଉପସ୍ଥିତ ଶ୍ରୋତା ଓ ଯୁବ ସମାଜକୁ ଉପଦେଶ ଦେଇଥିଲେ।ବିକେ ସତ୍ୟାନନ୍ଦ ଓ ବିକେ ଦୁଷ୍ମନ୍ତଙ୍କ ସହଯୋଗକ୍ରମେ ଶାନ୍ତିଶୃଙ୍ଖଳାର ସହ ଧାର୍ମୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଉତ୍ସବର ସମାପନ କରାଯାଇଥିଲା।
Nalco
Leave A Reply