Odisha news

କଳେବଳେ ଜିତିବା ପାଇଁ ବିଜେଡି ସରକାରୀ କଳର ଦୁରୁପଯୋଗ କରୁଛି : ସତ୍ୟବ୍ରତ ପଣ୍ଡା

0

 ଆଦର୍ଶ ଆଚରଣ ବିଧି ଲାଗୁ ହେଲା ପରେ ଗ୍ରାମପଂଚାୟତ ବିକାଶ ଯୋଜନା ପ୍ରକାଶ କରି ଭୋଟରଙ୍କୁ ପ୍ରଭାବିତ କରିବା ଅପଚେଷ୍ଟା କରାଯାଉଛି
 ଗ୍ରାମ ପଂଚାୟତ ବିକାଶ ଯୋଜନାରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକ ବାତିଲ କରାଯାଉ
 ବରଗଡ, ଅତାବିରା ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିକୁ ବେଆଇନଭାବେ ଅକ୍ତିଆର କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ସ୍ୱାମୀ ଦୁର୍ଗାପ୍ରସାଦ
 ଦୁର୍ଗାପ୍ରସାଦଙ୍କୁ ବରଗଡ ଓ ସମ୍ବଲପୁର ଜିଲ୍ଲା ବାହାରକୁ ବଦଳି କରିବା ସହ ତାଙ୍କ ବିରୋଧରେ ମକଦ୍ଦମା ଦାୟର ହେଉ

ଭୁବନେଶ୍ୱର,ତା.୦୧/୦୪: ବିଜୁ ଜନତା ଦଳର ନିର୍ବାଚନ ବିଜୟ ପାଇଁ ଶାସନ କଳ ଓ ପ୍ରଶାସନିକ ବ୍ୟବସ୍ଥାର ଦୂରୁପଯୋଗ ଏକ ମାତ୍ର ଆୟୁଧ ସାଜିଛି । ସାଧାରଣ ନିର୍ବାଚନ ପାଇଁ ୧୬ ମାର୍ଚ୍ଚରେ ବିଜ୍ଞାପନ ପ୍ରକାଶ ପାଇଲା । ନିୟମ ଅନୁଯାୟୀ ସେହି ଦିନଠାରୁ ଆଦର୍ଶ ଆଚରଣବିଧି ଲାଗୁ ହେବା କଥା । କିନ୍ତୁ ରାଜ୍ୟ ସରକାରଙ୍କ ପଂଚାୟତ ରାଜ ଓ ପାନୀୟଜଳ ବିଭାଗ ୨୭ ମାର୍ଚ୍ଚରେ ଗ୍ରାମ ପଂଚାୟତ ବିକାଶ ଯୋଜନାକୁ ନିଜ ସାଇଟ୍ରେ ଅଫ୍ଲୋଡ କଲେ । ୨୦୨୪-୨୫ଆର୍ଥôକ ବର୍ଷ ପାଇଁ ୩୦ଟି ଜିଲ୍ଲା ଅନ୍ତର୍ଗତ ୩୧୪ଟି ବ୍ଲକର ୬,୭୯୪ଟି ଗ୍ରାମ ପଂଚାୟତ ପାଇଁ ଶହ ଶହ ପ୍ରକଳ୍ପର ତାଲିକା ଏଥିରେ ପ୍ରକାଶ ପାଇଛି । ଏହା ଫଳରେ ଶାସକ ଦଳ ଭୋଟରଙ୍କୁ ପ୍ରଲୋଭିତ କରି ବାରମ୍ବାର ଆଦର୍ଶ ଆଚରଣବିଧିର ଖୋଲା ଉଲଘଂନ କରୁଛନ୍ତି । ଗ୍ରାମ ପଂଚାୟତ ବିକାଶ ଯୋଜନାରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକ ବାତିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେବାକୁ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ସେହିପରି ବିଧାୟିକା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଶ୍ରୀ ଦୁର୍ଗାପ୍ରସାଦ ଛୁରିଆଙ୍କୁ ବେଆଇନଭାବେ ବରଗଡ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯାଇଛି । ନିୟନ୍ତ୍ରିତ ବଜାର କମିଟି ରାଜ୍ୟ ସମବାୟ ସଂସ୍ଥାର ପରିଧି ଅନ୍ତର୍ଭୁକ୍ତ । ଏହି କମିଟିର ସମ୍ପାଦକ ପଦ ପାଇଁ ରାଜ୍ୟ ସମବାୟ ସଂସ୍ଥାର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥାଏ । ଯଦି କୌଣସି ବାହାର ସଂସ୍ଥାର କର୍ମଚାରୀ ଏହାର ଦାୟିତ୍ୱ ନିଅନ୍ତି, ତେବେ ସେ ସର୍ବାଧିକ ୬ ବର୍ଷ ପାଇଁ ପଦବୀରେ ରହିବାର ନିୟମ ଅଛି କିନ୍ତୁ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅନୈତିକ ଚାପ ଫଳରେ ତାଙ୍କ ସ୍ୱାମୀ ୯ବର୍ଷ କାଳ ଏହି ପଦବୀକୁ ମାଡି ବସିଛନ୍ତି । କେବଳ ସେତିକି ନୁହେଁ ପଦ୍ମପୁର ଓ ଅତାବିରା ଭଳି ୨ଟି ପଡୋଶୀ ନିୟନ୍ତ୍ରିତ ବଜାର କମିଟିର ମଧ୍ୟ ଶ୍ରୀ ଦୁର୍ଗାପ୍ରସାଦ ଛୁରୀଆ ନିଦେ୍ର୍ଦଶକ ଅଛନ୍ତି । ଉକ୍ତ କମିଟି ଦୁଇଟିର ସମ୍ପାଦକ କେବଳ ନାମକୁ ମାତ୍ର ଦାୟିତ୍ୱ ନିର୍ବାହ କରନ୍ତି । ଅସଲ କ୍ଷମତା ନିଦେ୍ର୍ଦଶକ ଛୁରୀଆଙ୍କ ହାତରେ ନ୍ୟସ୍ତ ଥାଏ । ସରକାରୀ ସଂସ୍ଥା ମାଧ୍ୟମରେ ସାଧାରଣ ଚାଷୀକୁଳକୁ ଏଭଳି ପ୍ରଭାବିତ କରିବା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୯ର ଖୋଲା ଉଲଘଂନ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଓଡିଶା ରାଜ୍ୟ କୃଷି ବିପଣନ ବୋର୍ଡର ବଜାର ନିଦେ୍ର୍ଦଶ ଅନୁଯାୟୀ ଗୋଟିଏ ନିୟନ୍ତ୍ରିତ ବଜାର କମିଟିର ଏଷ୍ଟାବ୍ଲିସମେଂଟ ଖର୍ଚ୍ଚ ବାର୍ଷିକ ଆୟର ୩୦ପ୍ରତିଶତ ତାଠାରୁ କମ୍ ରହିଲେ ସଂପୃକ୍ତ କମିଟିର କର୍ମଚାରୀମାନଙ୍କ ପାଇଁ ଆର୍ଥôକ ସହାୟତା ବନେ୍ଦାବସ୍ତ ରହିଛି । କିନ୍ତୁ ବରଗଡ କମିଟି ଏହି ସର୍ତ ପୂରଣ ନକରୁଥିଲେ ମଧ୍ୟ ଶ୍ରୀ ଛୁରୀଆ କର୍ମଚାରୀମାନଙ୍କୁ ଏହି ଆର୍ଥôକ ସହାୟତା ଦେଇ ଅନୁଗୃହିତ କରୁ୍ଥିବାର ଅଭିଯୋଗ ହେଉଛି । ଏହି ଅନୁଗ୍ରହ ଦ୍ୱାରା କର୍ମଚାରୀକୁ ଆର୍ଥôକ ଶୋଷଣ ମଧ୍ୟ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
କୃଷି ସଂବୃଦ୍ଧ ପଶ୍ଚିମ ଓଡ଼ିଶାର ଚାଷୀ ନିଜ ଉତ୍ପାଦନର ବିପଣନ ପାଇଁ ନିୟନ୍ତ୍ରିତ ବଜାର କମିଟି ଉପରେ ବହୁଳ ଭାବରେ ନିର୍ଭର କରିବା ଏକ ସାଧାରଣ ଘଟଣା । ଏହାର ସୁଯୋଗ ନେଇ ସରକାରୀ ଦଳ ଉପରୋକ୍ତ କମିଟିଗୁଡିକର ଦୁରୁପଯୋଗ କରୁଥିବାରୁ ଶ୍ରୀ ଛୁରୀଆଙ୍କୁ ଅବିଳମ୍ବେ ସମ୍ବଲପୁର ଓ ବରଗଡ ଜିଲ୍ଲା ବାହାରକୁ ବଦଳି କରିବା ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ ମକଦେ୍ଦାମା ଦାୟର ପାଇଁ ବିଜେପି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି ପ୍ରତିନିଧିମଣ୍ଡଳୀ ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହନ୍ତ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ଓ ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

 

 

Leave A Reply