ସାକ୍ଷୀଗୋପାଳ : ସତ୍ୟବାଦୀର ଥାନା ଅନ୍ତର୍ଗତ ବିରରାମଚନ୍ଦ୍ର ପୁର ପଞ୍ଚାୟତର ଡୁଙ୍ଗର ଗାଁରେ ଜୈନିକ ବେକ୍ତିଙ୍କ ଅପମୃତୁ ଅଭିଯୋଗ ସତ୍ୟବାଦୀ ଥାନାରେ ହୋଇଛି । ପରିବାରର ଅଭିଯୋଗ ଆଧାରରେ ସତ୍ୟବାଦୀ ଥାନାରେ ୧୦/୨୪ ରେ ଏକ ଅପମୃତୁ ମାମଲା ରୁଜ୍ଜୁ କରାଯାଇଛି । ସୂଚନା ଅନୁଯାୟୀ ଡୁଙ୍ଗର ଗ୍ରାମର ବାହୁଡା ରାଉତ ୪୮ କୌଣସି କାରଣରୁ କିଛି ଦିନ ହେବ ଅଶାନ୍ତିରେ ରହୁଥିଲେ। ଚଳିତ ମାସ ୨୪ ତାରିଖରୁ ଘରୁ କେଉଁଆଡ଼େ ପଳାଇଥିଲେ । ଘରର ସଦସ୍ୟ ଅନେକ ଖୋଜଖୋଜି କରିବା ପରେ ମଧ୍ୟ ବାହୁଡାଙ୍କ ସନ୍ଧାନ ମିଳିନଥିଲା । ତେବେ ୨୪ ତାରିଖରୁ ତିନିଦିନ ଧରି ନିଖୋଜ ଥିବା ସ୍ବର୍ଗତ ସାହୁ ତାଙ୍କ ବାସ ଭବନ ପଛ ପଟେ ଥିବା ଗହୀରର ଧୋବଣୀ ଦଣ୍ଡାରେ ଥିବା ଏକ ଗଛରେ ଗାମୁଛା ସହାର୍ଯ୍ୟରେ ଆତ୍ମହତ୍ୟା କରିଥିବା ଜଣା ପଡିଛି । ମଙ୍ଗଳବାର କିଛି ସ୍ଥାନୀୟ ଲୋକ ଗାଈ ଚରାଇବା ପାଇଁ ସେହି ସ୍ଥାନକୁ ଯାଇଥିଲେ । ଏହି ସମୟରେ ସେମାନେ ଡୁଙ୍ଗର ଗ୍ରାମର ବାହୁଡା ସାହୁ ଏକ ଗଛରେ ଗୋଟିଏ ଗାମୁଛା ସହାର୍ଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିଥିଲେ । ଏ ସମ୍ପର୍କରେ ସେମାନେ ଗାଁ ଲୋକଙ୍କ ସହିତ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱର୍ଗତ ସାହୁଙ୍କ ମୃତ ଶରୀରକୁ ଜବତ କରି ପଞ୍ଚନାମା ପାଈଁ ପୁରୀ ପଠାଇଛନ୍ତି । ପରିବାର ପକ୍ଷରୁ ସତ୍ୟବାଦୀ ଥାନାରେ ଦିଆଯାଇଥିବା ଅଭିଯୋଗ ଆଧାରରେ ଏକ ଅପମୃତୁ ମାମଲା ୧୦/୨୪ ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ଉମେଶ ସାହୁ ପ୍ରକାଶ କରିଛନ୍ତି ।