Odisha news

ମହାନ ବୈଜ୍ଞାନିକ ଆଲବର୍ଟ ଅଇନିସ୍ଟାଇନଙ୍କ ମସ୍ତିଷ୍କ କୁ କାହିଁକି କରାଯାଇ ଥିଲା ୨୪୦ ଖଣ୍ଡ , କଣ ରହିଥିଲା ଏହା ପଛର କାରଣ

0

ଦୁନିଆରେ ଲୋକଙ୍କୁ ଲାଗିଥାଏ ଯେ ସୂର୍ଯ୍ୟ ଙ୍କ ଆଲୋକ, ବିଜୁଳି ଶକ୍ତି, ନିଆଁ ର ଉତ୍ତାପ ରେ ଯେଉଁ ଶକ୍ତି ରହିଛି ତାହା କେବେ ପଦାର୍ଥ ର ଆକାର ନେଇପାରିବ ନାହିଁ l କିମ୍ବା ଆମ ଚକ୍ଷୁ ସାମ୍ନାରେ ଦେଖା ଯାଉଥିବା ବସ୍ତୁ ଭଳି ଯେକୌଣସି ଜିନିଷ ଶକ୍ତିରେ ପରିବର୍ତନ ହୋଇପାରିବ l କିନ୍ତୁ ଏହାକୁ ସେହି ମହାନ ବୈଜ୍ଞାନିକ ଆଲବର୍ଟ ଆଇନିସ୍ଟାଇନ ପ୍ରତିପାଦିତ କରିଥିଲେ l e =mc2 ର ଫର୍ମୁଲା ଦେଇଥିବା ଆଇନିସ୍ଟାଇନ ହିଁ ନିଜର ଏହି ସିଦ୍ଧାନ୍ତ ରେ କହିଥିଲେ ଶକ୍ତି ଆଉ କିଛି ନୁହେଁ ବରଂ ବିଭିନ୍ନ ଦ୍ରବ୍ୟ ଓ ଏହାର ଗତିର ପରିବର୍ତିତ ରୂପ l

ନିଜର ମହାନ ସିଦ୍ଧାନ୍ତ ପାଇଁ ନଭେମ୍ବର ୯ ତାରିଖ ୧୯୨୧ ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା l ଏବଂ ତାର ପରିଣାମ ସ୍ୱରୂପ ସେହି ମହାନ ବୈଜ୍ଞାନିକ ଙ୍କ ମୃତ୍ୟୁ ଓ ପୋଷ୍ଟମର୍ଟମ ପରେ ତାଙ୍କ ପରିବାରର ବିନା ଅନୁମତି ରେ ତାଙ୍କ ମସ୍ତିଷ୍କ ଚୋରି ହୋଇଯାଇଥିଲା ଏବଂ ତାହାକୁ ୨୨୪ ଖଣ୍ଡ କରି ଅଲଗା ଅଲଗା ବୈଜ୍ଞାନିକ ଙ୍କୁ ରିସର୍ଚ୍ଚ ପାଇଁ ପଠା ଯାଇଥିଲା l ନୋବେଲ ପୁରସ୍କାର ବିଜେତା ବିଶ୍ୱର ପ୍ରସିଦ୍ଧ ବୈଜ୍ଞାନିକ ଙ୍କୁ କିଏବା ନଜାଣେ l ଆଇନଷ୍ଟାଇନ ଙ୍କ ଜନ୍ମ ଜର୍ମାନୀ ର ବୁର୍ଟମବର୍ଗ ର ଓଲମ ରେ  ୧୪ ମାର୍ଚ୍ଚ ୧୮୭୯ ହୋଇଥିଲା, ଧର୍ମ ନିରପେକ୍ଷ ଇହୁଦୀ ମାତାପିତା ଙ୍କ ସନ୍ତାନ ଆଇନିସ୍ଟାଇନ ଦୀର୍ଘଦିନ ପର୍ଯ୍ୟନ୍ତ କେବଳ ଗୋଟିଏ ଲକ୍ଷ୍ୟ ହୀନ ମଧ୍ୟ ବର୍ଗିୟ ଯୁବକ ଥିଲେ l  ୧୨ବର୍ଷ ବୟସରେ ଜ୍ୟାମିତି ପୁସ୍ତକ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା l

୧୯୧୫ ରେ ସାମାନ୍ୟ ସାପେକ୍ଷତା ର ସିଦ୍ଧାନ୍ତ ବିକଶିତ କରିଥିଲେ , ଏହାର ୬ବର୍ଷ ପରେ ୧୯୨୧ ରେ ଭୌତିକ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଲେ l ୫ବର୍ଷ ବୟସରେ କମ୍ପାସ ଦେଖି ତାଙ୍କ ମନ ବ୍ରହ୍ମାଣ୍ଡ ର ଶକ୍ତି ଆଡକୁ ଆକର୍ଷିତ ହୋଇଥିଲା l ଏବଂ  ୧୨ବର୍ଷ ବୟସରେ ଜ୍ୟାମିତି ପୁସ୍ତକ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା l

ଜର୍ମାନୀ ର ମହାନ ଭୌତିକ ବିଜ୍ଞାନୀ ଆଲବର୍ଟ ଆଇନିସ୍ଟାଇନ ଙ୍କୁ ଯେତେବେଳେ ଶେଷ ସମୟ ରେ ଡାକ୍ତରଖାନା ନିଆଯାଇ ଥିଲା, ସେତେବେଳେ ସେ ଜାଣିପାରି ଥିଲେ ଯେ ତାଙ୍କ ପାଖରେ ଅଧିକ ସମୟ ନାହିଁ l ୭୬ ବର୍ଷୀୟ ଆଇନିସ୍ଟାଇନ ଡାକ୍ତରଖାନା ରେ ପହଂଚିବା ପରେ  କହିଥିଲେ ଯେ ମତେ କୌଣସି ପ୍ରକାରର ମେଡିକାଲ ସପୋର୍ଟ ର ଆବଶ୍ୟକତା ନାହିଁ l ମୁଁ ଯେତେବେଳେ ଚାହିଁବି ସେତେବେଳେ ଯାଇପାରିବି , ମୁଁ ମୋର ସମସ୍ତ କାର୍ଯ୍ୟ କରିସାରିଛି l ବର୍ତମାନ ମୋର ଯିବାର ସମୟ ମଧ୍ୟ ଆସିଯାଇଛି l

ଯେତେବେଳେ ୧୮ ଅପ୍ରେଲ ୧୯୫୫ ଆଲବର୍ଟ ଆଇନିସ୍ଟାଇନ ଙ୍କ ପେଟରେ ଗମ୍ଭୀର ସମସ୍ୟା କାରଣରୁ ମୃତ୍ୟୁ ହୋଇଥିଲା, ସେ ନିଜ ପଛରେ ଗୋଟିଏ ଅଦ୍ୱିତୀୟ ଭଣ୍ଡାର ଛାଡି ଯାଇଥିଲେ l କୁଞ୍ଚୁକୁଞ୍ଚିଆ କେଶ ଯୁକ୍ତ ଏହି ମହାନ ବୈଜ୍ଞାନିକ ଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ଥୋମାସ ହାରବେ ପରିବାର ସଦସ୍ୟଙ୍କ ବିନା ମଞ୍ଜୁରୀ ରେ ତାଙ୍କ ମସ୍ତିଷ୍କ କୁ ବାହାର କରି ନେଇଥିଲେ ଏବଂ ସେ କହିଥିଲେ ଯେ ଦୁନିଆର ସବୁଠୁ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ମସ୍ତିସ୍କ ଅଧ୍ୟୟନ କରିବା ନିହାତି ଜରୁରୀ l ଏହାପରେ ସେ ମସ୍ତିଷ୍କର ଅନେକ ଗୁଡିଏ ଫଟୋ ନେବାପରେ ତାହାକୁ ୨୪୦ ଟି ଖଣ୍ଡରେ କାଟି ଦେଇଥିଲେ, ଏବଂ ଏହି ସବୁକୁ ବିଭିନ୍ନ ଗବେଷକ ଙ୍କୁ ପଠାଇଥିଲେ l ହାରବେ ୧୯୮୫ ରେ ଗୋଟିଏ ପେପର ପ୍ରକାଶିତ କରିଥିଲେ, ଯେଉଁଥିରେ ଲେଖିଥିଲେ  ‘ଏହି ମସ୍ତିସ୍କ ସାଧାରଣ ମସ୍ତିସ୍କ ଠାରୁ ସମ୍ପୂର୍ଣ ଅଲଗା l

ଆଇନିସ୍ଟାଇନ ଙ୍କ ର ମସ୍ତିଷ୍କର ଗୋଟିଏ ଅଂଶ ଫିଲାଡେଲ୍ଫିଆର ମ୍ୟୁଟର ମିୟୁଜିୟମ କେମିକାଲ ଦିଆଯାଇ ରଖାଯାଇଛି l

Nalco
Leave A Reply