Odisha news

ସିଆରସିସିଙ୍କୁ ବୋମାମାଡ ଘଟଣା  ମୁଖ୍ୟ ଅଭିଯୁକ୍ତ ସହ ତିନି ଗିରଫ : ଖଣ୍ଡା, ବୋମା ଓ ବାଇକ ଜବତ

0
ବ୍ରହ୍ମପୁର : ଗତ ୧୪ ତାରିଖ ରେ ସିଆରସିସି ଉପରକୁ ବୋମାମାଡ ଘଟଣା । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସହ ତିନି ସହଯୋଗୀଙ୍କୁ ବାନ୍ଧିଲା ବଡ଼ବଜାର ଥାନା ପୋଲିସ । ଗତ ୧୪ ତାରିଖ ସନ୍ଧ୍ୟା 6ଟା ସମୟରେ ବଡ଼ବଜାର ଥାନା ଅର୍ନ୍ତଗତ ରଘୁପତି ନଗର ଦ୍ୱିତୀୟ ଲାଇନରେ ରହୁଥିବା ଦିଗପହଣ୍ଡି ବ୍ଲକର ସିଆରସିସି ଟୁକୁନା ଭୂୟାଁଙ୍କ ଉପରକୁ ପାରିବାରିକ ଶତୃତାରୁ କିଛି ଦୁବୃର୍ତ୍ତ ବୋମାମାଡ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଟୁକୁନାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ବଡ଼ବଜାର ଥାନାରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବୋମାମାଡ ଘଟଣାରେ ବଡ଼ବଜାର ଥାନା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ସୁଦର୍ଶନ ପାଢୀଙ୍କୁ ଗିରଫ କରିବା ସହ ବୋମାମାଡ଼ରେ ସହଯୋଗ କରିଥିବା ଅଭିଯୋଗରେ ବଡ଼ବଜାର ଥାନା ଅଞ୍ଚଳର ସୁମନ ପଟ୍ଟନାୟକ, ଦୀପୁ ସାହୁ ଓ କାଳିଆ ସାହୁକୁ ଗିରଫ କରିଛି ପୋଲିସ । ଗିରଫ ଚାରି ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଜୀବନ୍ତ ବୋମା, ତିନୋଟି ମୋବାଇଲ ଫୋନ ସହ ଗୋଟିଏ ମୋଟର ସାଇକେଲ  ଜବତ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ଗତ ୧୪ ତାରିଖ ଦିନ ସୁଦର୍ଶନଙ୍କ ସମେତ ତାଙ୍କ ତିନି ସହଯୋଗୀ ରଘୁପତି ନଗରରେ ଭଡ଼ା ଘରେ ରହୁଥିବା ଟୁକୁନା ଭୂୟାଁଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ସୁଦର୍ଶନଙ୍କ ତିନି ସହଯୋଗୀ ମାନେ ଘର ତଳେ ରହିଥିବା ବେଳେ ସୁଦର୍ଶନ ଟୁକୁନାଙ୍କୁ ହତ୍ୟା କରିବା ଉଦ୍ଧେଶ୍ୟରେ ଘରେ ପଶି ତାଙ୍କ ଉପରକୁ ଅତି ନିକଟରୁ ବୋମା ଫିଙ୍ଗିଥିଲେ । ବୋମାମାଡ଼ ହେବା ପରେ ଚାରି ଜଣ ଫେରାର ହୋଇଯାଇଥିଲେ । ଗିରଫ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ କାଳିଆ ସାହୁ ଓ ଦୀପୁ ସାହୁ ନାମରେ ପୂର୍ବରୁ ଗୋଟିଏ ଲେଖାଁଏ ଅପରାଧିକ ମାମଲା ଥାନାରେ ରହିଛି । ଗିରଫ ପରେ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ  ଏସପି କାର୍ଯ୍ୟଳୟ ପରିସରରେ ଆୟୋଜିତ
ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ।
Leave A Reply