Odisha news

ଏହି ବ୍ୟକ୍ତିମାନେ ଭାଙ୍ଗ ସେବନ କରିବା ଠାରୁ ଦୁରେଇ ରୁହନ୍ତୁ, ନଚେତ ହୋଇ ପାରନ୍ତି ଏହିସବୁ ସମସ୍ୟାର ସମୁଖିନ୍ନ

0

ହୋଲିରେ ସାଧାରଣ ଭାବରେ ରଙ୍ଗ ଖେଳିବା ସମୟ ରେ ଭାଙ୍ଗ ସେବନ ର ବିଧି ରହିଥାଏ l ବିଶେଷ ଭାବରେ କିଛିଲୋକ ଭାଙ୍ଗ କୁ ଏଭଳି ସେବନ କରିଥାଆନ୍ତି ଯେ ଯାହା ତାଙ୍କୁ ନିଶା ହୋଇଯାଇଥାଏ l ଏବଂ ଏହି ନିଶା କିଛି ଲୋକ ଙ୍କ ପାଇଁ ପ୍ରାଣ ଘାତକ ହୋଇଥାଏ l କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଏହି ନିଶାକୁ ପ୍ରାରମ୍ଭିକ ପର୍ଯ୍ୟାୟ ରେ କିପରି ଘରୋଇ ଉପାୟ ରେ ଠିକ କରି ପାରିବା l

* ଭାଙ୍ଗ ନିଶାକୁ ଓଲ୍ହାଇବା ପାଇଁ ଖଟା ସେବନ ଗୋଟିଏ ଭଲ ଉପାୟ l ଏଥିପାଇଁ ଆପଣ ଲେମ୍ବୁ ଚାଟିବା, ଘୋଳ ଦହି ପିଇବା କିମ୍ବା ତେନ୍ତୁଳି ଖାଇବା ଗୋଟିଏ ଭଲ ମାଧ୍ୟମ ଅଟେ l

* ଯଦି ଭାଙ୍ଗ ପିଇବା ପରେ ଖୁବ ଅଧିକ ନିଶା ହୋଇ ବ୍ୟକ୍ତି ବେହୋସ ହୋଇ ଯାଉଛି, ତେବେ ସୋରିଷ ତେଲ କୁ ସାମାନ୍ୟ ଉଷୁମ କରି ଉକ୍ତ ବ୍ୟକ୍ତି ଙ୍କ କାନରେ ପକାନ୍ତୁ , କିଛି ସମୟ ପରେ ଭାଙ୍ଗ ନିଶା ଓଲ୍ହାଇ ଯିବ l

* ଯଦି ଭାଙ୍ଗ ନିଶା ଦୀର୍ଘ ସମୟ ଧରି ରହୁଛି ତେବେ ସୁଧ ଦେଶୀ ଘିଅ କିଛି ନେଇ ତାହାକୁ ବ୍ୟକ୍ତି ଙ୍କୁ ସେବନ କରାନ୍ତୁ l ଏପରି କରିବା ଦ୍ୱାରା ଭାଙ୍ଗ ନିଶା ଓଲ୍ହାଇ ଯାଇଥାଏ l

* କଞ୍ଚା ହରଡ଼ ଡାଲି ଭାଙ୍ଗ ନିଶା ଓଲ୍ହାଇବା ପାଇଁ ଖୁବ ହିତକାରୀ l କଞ୍ଚା ହରଡ଼ ଡାଲି କୁ ପାଣିରେ ବତୁରାଈ ଉକ୍ତ ବ୍ୟକ୍ତି ଙ୍କୁ ସେବନ କରାନ୍ତୁ , ଫଳପ୍ରଦ ହେବ l

* ବୁଟ ଭଜା ଭାଙ୍ଗ ନିଶା ଉତରିବାରେ ସାହାଯ୍ୟ କରିଥାଏ, ତେଣୁ ଏହାକୁ ନିଶା ଗ୍ରସ୍ତ ବ୍ୟକ୍ତିଙ୍କୁ ଚୋବାଇବାକୁ ଦିଅନ୍ତୁ l

ଅତ୍ୟଧିକ ଭାଙ୍ଗ ନିଶା ହେବା ଦ୍ୱାରା କଣ ହୋଇଥାଏ -:
– ଭାଙ୍ଗ ଅତ୍ୟଧିକ ସେବନ କଲେ ନିଶା ହୋଇ ଯାଇଥାଏ, ଯାହାକି ରକ୍ତଚାପ ବୃଦ୍ଧି କରିବା ସହିତ ହାର୍ଟ ବିଟ ବୃଦ୍ଧି କରିଥାଏ l ଏବଂ ମସ୍ତିଷ୍କ ର କ୍ଷତି ଘଟାଇ ଥାଏ l

– ଅତ୍ୟଧିକ ଭାଙ୍ଗ ସେବନ କଲେ ମସ୍ତିଷ୍କ ବିକାର ଗ୍ରସ୍ତ ହୋଇଥାଏ, କ୍ରନିକ ସିଜୋଫ୍ରେନିଆ ଭଳି ସମସ୍ୟା ହୋଇଥାଏ l

* ନିୟମିତ ଭାଙ୍ଗ ସେବନ କରିବା ଦ୍ୱାରା ମସ୍ତିଷ୍କ ର ସ୍ଥିତି ସମ୍ବେଦନଶୀଳ ହୋଇ ଯାଇଥାଏ l

* ଯେଉଁ ଲୋକମାନେ ମାନସିକ ବିକାର ଗ୍ରସ୍ତ କିମ୍ବା ମାନସିକ ଚାପ ରେ ଅଧିକ ରହୁଛନ୍ତି ଉଭୟ ଙ୍କ ପାଇଁ ଭାଙ୍ଗ କ୍ଷତିକାରକ l

Leave A Reply