ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 1,06,000 କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗୀକୃତ |
ଡ଼େଡ଼ିକେଟେଡ଼ ଫ୍ରେଟ କରିଡର ପ୍ରକଳ୍ପର ଏକାଧିକ ମୁଖ୍ୟ ସେକ୍ସନକୁ ଦେଶକୁ ସମର୍ପଣ |
- 10ଟି ନୂତନ ବନ୍ଦେ ଭାରତ ଟ୍ରେନ୍ କୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ |
- ଦହେଜ ଠାରେ ପେଟ୍ରୋନେଟ LNG ର ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସର ଶିଳାନ୍ୟାସ |
- “2024ର 75 ଦିନରେ, 11 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦ୍ଘାଟନ କିମ୍ବା ଶିଳାନ୍ୟାସ କରାଯାଇଥିବାବେଳେ ଗତ 10-12 ଦିନ ମଧ୍ୟରେ 7 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଉନ୍ମୋଚନ ଅଥବା ଶିଳାନ୍ୟାସ କରାଯାଇଛି |”
- “ଏହି10 ବର୍ଷର କାର୍ଯ୍ୟ କେବଳ ଏକ ଟ୍ରେଲର | ମୋର ବହୁତ ଦୂର ଯିବାକୁ ଅଛି ”
- “ରେଳବାଇରପରିବର୍ତ୍ତନ ହେଉଛି ବିକଶିତ ଭାରତର ଗ୍ୟାରେଣ୍ଟି”
- “ଏହିରେଳ ଟ୍ରେନ୍, ଟ୍ରାକ୍ ଏବଂ ଷ୍ଟେସନଗୁଡିକର ଉତ୍ପାଦନ ମେଡ ଇନ୍ ଇଣ୍ଡିଆର ଏକ ଇକୋସିଷ୍ଟମ୍ ସୃଷ୍ଟି କରୁଛି”
- “ଆମପାଇଁ ଏହି ବିକାଶମୂଳକ ପ୍ରକଳ୍ପଗୁଡିକ ସରକାର ଗଠନ ପାଇଁ ନୁହେଁ ବରଂ ରାଷ୍ଟ୍ର ନିର୍ମାଣର ଏକ ମିଶନ”
- “ଭାରତୀୟରେଳବାଇକୁ ଆତ୍ମନିର୍ଭର ଭାରତ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଲୋକାଲ ଫର ଭୋକାଲ ଯୋଜନାକୁ ସରକାର ଏକ ମାଧ୍ୟମ ଭାବେ ଗୁରୁତ୍ୱ ଦେଉଛନ୍ତି ”
- “ଭାରତୀୟରେଳ ଆଧୁନିକତାର ଗତିରେ ଆଗକୁ ବଢିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ”
- ଭଦ୍ରକ-ନର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ହରିଦାସପୁର-ବୈରୀ ରେଳ ସେକ୍ସନ, କୋରାପୁଟ-ରାୟଗଡା ଦୋହରୀକରଣ ପ୍ରକଳ୍ପର ଦମନଯୋଡି-ବାଇଗୁଡା ସେକ୍ସନ, ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର ସିଙ୍ଗାପୁର ରୋଡ୍-ରାୟଗଡା ସେକ୍ସନ, କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପର ଏସ୍ କୋଟା- ବୋଡାଭରା ଏବଂ ସିମିଳିଗୁଡା-ଆରାକୁ-ଗୋରାପୁର ରେଳ ସେକ୍ସନ ଦେଶକୁ ସମର୍ପିତ |
- ପୂର୍ବତଟ ରେଳପଥ ମଧ୍ୟରେ 41 OSOP ଷ୍ଟଲ୍, ଡୁମୁରିପୁଟରେ ଗୋଟିଏ ଗୁଡ଼ସ ଶେଡ୍ ଏବଂ ଖୋର୍ଦ୍ଧା ରୋଡ଼ ଓ ବାଗବାହାର ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଲୋକାର୍ପଣ |
- ବିଜୟନଗରମ ଠାରେ ରେଳ କୋଚ୍ ରେସ୍ତୁରାଂ ଉତ୍ସର୍ଗୀକୃତ |
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଅହମ୍ମଦାବାଦ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟରରେ ଦେଶପାଇଁ 1,06,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ବହୁ ପ୍ରକଳ୍ପକୁ ଉତ୍ସର୍ଗୀକୃତ କରିଛନ୍ତି | ଆଜିର ବିକାଶମୂଳକ ପ୍ରକଳ୍ପଗୁଡ଼ିକ ରେଳ ଭିତ୍ତିଭୂମି, ସଂଯୋଗୀକରଣ ଏବଂ ପେଟ୍ରୋକେମିକାଲ୍ ସହିତ ଏକାଧିକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଛି | ଏହା ସହିତ ଦେଶର ବିଭିନ୍ନ ପ୍ରାନ୍ତରେ 10 ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇଛନ୍ତି |
ଏହି ଉତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 200 ରୁ ଅଧିକ ସ୍ଥାନରୁ ଏହି କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ଲକ୍ଷ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ସଂଯୋଗ ହୋଇଛନ୍ତି ଏବଂ ଏହା ରେଳବାଇ ଇତିହାସର ଅନ୍ୟ କୌଣସି ଘଟଣା ସହିତ ଆଜିର ଘଟଣାର ମାପ ଏବଂ ଆକାର ମେଳ ହୋଇପାରିବ ନାହିଁ | ଆଜିର କାର୍ଯ୍ୟକ୍ରମ ପାଇଁ ସେ ରେଳବାଇକୁ ଅଭିନନ୍ଦନ ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ବିକଶିତ ଭାରତ ସୃଷ୍ଟି ପାଇଁ ବିକାଶ କାର୍ଯ୍ୟ କ୍ରମାଗତ ଭାବରେ ସମ୍ପ୍ରସାରଣ ଏବଂ ସମଗ୍ର ଦେଶରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “2024 ର 75 ଦିନରେ 11 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି ଏବଂ ଏହା ସହିତ ଗତ 10-12 ଦିନ ମଧ୍ୟରେ 7 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଉନ୍ମୋଚିତ ହୋଇଥିବାବେଳେ ଶିଳାନ୍ୟାସ କରାଯାଇଛି | ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାୟ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରାଯାଇଥିବାବେଳେ ଶିଳାନ୍ୟାସ କରାଯାଇଛି ଯେଉଁଠାରେ ପ୍ରାୟ 85,000 କୋଟି ଟଙ୍କାର ପ୍ରକଳ୍ପ ରେଳବାଇ ଦ୍ୱାରା ଦେଶକୁ ଉତ୍ସର୍ଗୀକୃତ କରାଯାଇଛି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଦହେଜ ଠାରେ 20,000 କୋଟିରୁ ଅଧିକ ମୂଲ୍ୟର ପେଟ୍ରୋନେଟିକାଲ୍ ଏଲଏନଜିର ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି ଏବଂ ଏହା ଦେଶରେ ହାଇଡ୍ରୋଜେନ ଉତ୍ପାଦନ ତଥା ପଲିପ୍ରୋପିଲିନର ଚାହିଦା ବୃଦ୍ଧି କରିବାରେ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି | ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏକତା ମଲସ ର ଶିଳାନ୍ୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ଭାରତର କୁଟୀର ଶିଳ୍ପ ଏବଂ ହସ୍ତତନ୍ତକୁ ଦେଶର କୋଣ ଅନୁକୋଣକୁ ନେଇଯିବ, ଯାହା ଦ୍ୱାରା ଲୋକାଲ ଫର ଭୋକାଲ୍ ପାଇଁ ସରକାରଙ୍କ ମିଶନକୁ ଦୃଢ଼ୀଭୁତ କରିବ ଏବଂ ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରିବ | ଭାରତର ଯୁବ ଜନସଂଖ୍ୟାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଦେଶର ଯୁବକମାନଙ୍କୁ କହିଛନ୍ତି ଯେ ଆଜିର ଉଦ୍ଘାଟନ ସେମାନଙ୍କ ପାଇଁ ଏବଂ ଆଜିର ଶିଳାନ୍ୟାସ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ ନିଶ୍ଚିତ କରିବ |