Odisha news

ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ନିଆରା ପଦକ୍ଷେପ, ୫ ଟି ସ୍ଥାନରେ ଲାଗିବ ୩୬୦ ଡିଗ୍ରୀର ପାୱାର ଫୁଲ ଏଆଇ କ୍ୟାମେରା

0

ବାରିପଦା : ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ପାଇଁ ବନ ବିଭାଗର ନିଆରା ପଦକ୍ଷେପ । ଅତ୍ୟାଧୁନିକ ପଦ୍ଧତି ଦ୍ୱାରା ଜଙ୍ଗଲ ନିଅାଁକୁ ନିୟନ୍ତ୍ରଣ କରାଯିବ । ବନାଗ୍ନିକୁ ନିୟନ୍ତ୍ରଣ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାୱାର । ଓଡ଼ିଶାରେ ପ୍ରଥମଥର ଶିମିଳିପାଳରେ ହିଁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସ୍ପେଶାଲ ରିଲିଫ କମିସନ ପକ୍ଷରୁ ଏଥିପାଇଁ ୨କୋଟି ୫୦ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ଶିମିଳିପାଳରେ ନିଅାଁ ଲାଗୁଥିବା ସ୍ଥାନକୁ ସହଜରେ ଚିହ୍ନଟ କରାଯାଇପାରିବ । ଅଭୟାରଣ୍ୟରେ ୫ଟି ସ୍ଥାନରେ ଏହି ଟାୱାର ଲାଗିବ । ଏଥିରେ ୩୬୦ଡିଗ୍ରୀର ପାୱାର ଫୁଲ କ୍ୟାମେରା ଲାଗିବ । ଯାହା ପୁରା ଶିମିଳିପାଳ ଉପରେ ନଜର ରଖିବ । ଏହି କ୍ୟାମେରା ୧୫ କି.ମି ପରିଧି ମଧ୍ୟରେ ଯେଉଁଠିବି ନିଆଁ ଲାଗିବ ତାକୁ ଚିହ୍ନଟ କରି ସୂଚନା ପ୍ରଦାନ କରିଛି ଏବଂ ଏହି ତଥ୍ୟ ମଧ୍ୟାମରେ ବନ କର୍ମଚାରୀମାନେ ତତ୍କ୍ଷଣାତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ନିୟନ୍ତ୍ରଣ କକ୍ଷ ଓ ହେଲ୍ପଲାଇନ୍ ନମ୍ବର ମଧ୍ୟ ବିଭାଗ ପକ୍ଷରୁ ଜାରିକରାଯାଇଛି ଏନେଇ ଶିମିଳିପାଳ ବ୍ୟଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତି କର୍ମଶାଳାରେ ସୂଚନା ଦିଆଯାଇଛି ।

Leave A Reply